ରାଜନୈତିକ ଦଳ ଗୁଡ଼ିକୁ ଥରେ ପରାମର୍ଶ ଦେବା ପାଇଁ ଏତିକି କୋଟିରୁ ଅଧିକ ଟଙ୍କା ନିଅନ୍ତି ପିକେ, ଆପଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ଜନ ସୁରାଜ ପାର୍ଟି ନେତା ପ୍ରଶାନ୍ତ କିଶୋର ବେଲାଗଞ୍ଜ ବିଧାନସଭାର ବିଭିନ୍ନ ସ୍ଥାନରେ ସାଧାରଣ ସଭା ମାଧ୍ୟମରେ ପ୍ରଚାର କରିଥିଲେ ଗତ ୩୧ ତାରିଖରେ । ଏହି ସମୟରେ ସେ ବେଲାଗଞ୍ଜ ବିଧାନସଭା ଉପ-ନିର୍ବାଚନରେ ତାଙ୍କ ଦଳକୁ ସମର୍ଥନ କରି ସମସପୁର, ନିମଚକ ଏବଂ ପିରବିଗା ଗ୍ରାମରେ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ।

ତାଙ୍କ ସମ୍ବୋଧନରେ ପ୍ରଶାନ୍ତ କିଶୋର ଲାଲୁ ଯାଦବଙ୍କୁ ଚ୍ୟାଲେଞ୍ଜ କରିଥିଲେ। ପ୍ରଶାନ୍ତ କିଶୋର କହିଛନ୍ତି ଯେ ଯଦି ଆରଜେଡି ସୁପ୍ରିମୋ ଲାଲୁ ଯାଦବ ତାଙ୍କ ସମାଜରୁ କୌଣସି ଦକ୍ଷ ବ୍ୟକ୍ତିଙ୍କୁ ଦଳର ନେତା କରନ୍ତି, ତେବେ ଆମେ ଜନ ସୁରାଜର ସମର୍ଥନରେ ଛିଡା ହେବା। ସେ କହିଛନ୍ତି ଯେ ମୁସଲମାନମାନେ ସେମାନଙ୍କର ନେତାମାନଙ୍କୁ ବୁଝନ୍ତି ନାହିଁ, ସେଥିପାଇଁ ଆପଣ ଲଣ୍ଠନରେ କିରୋସିନ ତେଲ ପରି ଜଳୁଛ ଏବଂ ଆଲୋକ ଅନ୍ୟତ୍ର ହେଉଛି। ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ସହ ଆଲୋଚନା ବେଳେ ପ୍ରଶାନ୍ତ କିଶୋର କହିଛନ୍ତି ଯେ ମୁସଲମାନ ସମ୍ପ୍ରଦାୟ ସେମାନଙ୍କ ନେତାମାନଙ୍କୁ ବୁଝନ୍ତି ନାହିଁ।

Prashant Kishor

ଆଉ ଏହି ସଭାରେ ସେ ଏଭଳି ଏକ ଖୁଲାସା କରିଛନ୍ତି ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ଗୋଟାଏ ନିର୍ବାଚନରେ ରଣନୀତିଜ୍ଞ ଭାବରେ ପରାମର୍ଶ ଦେବା ପାଇଁ ପ୍ରଶାନ୍ତ କିଶୋର ୧୦୦ କୋଟିରୁ ଅଧିକ ଟଙ୍କା ନେଇଥାନ୍ତି। ଏହା ନିଜେ ଅକ୍ଟୋବର ୩୧ ତାରିଖରେ ଆଗାମୀ ବିହାର ଉପ-ନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ ନିଜର ପାରିଶ୍ରମିକ ପ୍ରକାଶ କରିଥିଲେ।

ବେଲାଗଞ୍ଜରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ମୁସଲିମ ସମ୍ପ୍ରଦାୟର ସଦସ୍ୟଙ୍କ ସମେତ ସମାବେଶକୁ ସମ୍ବୋଧିତ କରିଥିଲେ ଏବଂ ଅନେକ କିଛି କଥାକୁ ବୁଝାଇକି କହିଥିଲେ। ତାଙ୍କ କହିବା କଥା ହେଲା ତାଙ୍କ ରଣନୀତିକୁ ଆଧାର କରି ଭିନ୍ନ ଭିନ୍ନ ରାଜ୍ୟରେ ୧୦ ଜଣ ସରକାର ଚାଲୁଛନ୍ତି। ତେବେ ସେ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି କି ''ଆପଣମାନେ ଭାବୁଛନ୍ତି କି ଏକ ଅଭିଯାନ ପାଇଁ ତମ୍ବୁ ଓ ଛାତ ତିଆରି କରିବାକୁ ମୋ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ?

ଆପଣମାନେ ମୋତେ ଦୁର୍ବଳ ଭାବୁଛନ୍ତି କି? ମୋ ପରି ପାରିଶ୍ରମିକ ବିହାରରେ କାହାର ବି ନାହିଁ। ଯଦି ମୁଁ କେବଳ ଗୋଟିଏ ନିର୍ବାଚନରେ କାହାକୁ ପରାମର୍ଶ ଦିଏ ସେଥିପାଇଁ ୧୦୦ କୋଟି ଟଙ୍କା କିମ୍ବା ତାହାଠାରୁ ଅଧିକ ନିଏ। ମାତ୍ର ଗୋଟାଏ ରାଜନୈତିକ ପରାମର୍ଶ ଦେଇ ମୁଁ ଆଗାମୀ ଦୁଇ ବର୍ଷ ପାଇଁ ମୋ ଅଭିଯାନକୁ ପାଣ୍ଠି ଯୋଗାଇ ପାରିବି।''

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+