Get Updates
Get notified of breaking news, exclusive insights, and must-see stories!

ପ୍ରଶାନ୍ତ କିଶୋର ଲଞ୍ଚ୍ କଲେ ‘ଜନସୁରାଜ’ ପାର୍ଟି, କହିଲେ ସରକାରକୁ ଆସିଲେ...

ପାଟନା : ନିର୍ବାଚନ ରଣନୀତିଜ୍ଞରୁ ରାଜନେତା ପାଲଟି ଥିବା ପ୍ରଶାନ୍ତ କିଶୋର ପାଟନାର ଭେଟନାରୀ ଗ୍ରାଉଣ୍ଡରେ ଔପଚାରିକ ରୂପରେ ନିଜ ରାଜନୈତିକ ଦଳକୁ ଲଞ୍ଚ୍ କରିଛନ୍ତି । ନୂଆ ଦଳ ନାଁ ଘୋଷଣା କରିବା ଅବସରରେ ପ୍ରଶାନ୍ତ କିଶୋର କହିଥିଲେ ଯେ ତାଙ୍କ ଦଳ ଦୁଇ ବର୍ଷ ହେଲାଣି ସକ୍ରିୟ ଅଛି ଓ ନିକଟରେ ନିର୍ବାଚନ କମିଶନଙ୍କଠାରୁ ଏହାକୁ ଅନୁମତି ମିଳିଛି।

ବିଜେପି ସହିତ ତାଙ୍କ ଦଳର ସଂପର୍କ ରହିଛି ବୋଲି ବିରୋଧୀ ଅଭିଯୋଗ କରୁଥିବା ବେଳେ ପ୍ରଶାନ୍ତ କିଶୋର କହିଛନ୍ତି ଯେ ଜନ ସୁରାଜ ପାର୍ଟି ହେଉଛି ଆରଏସଏସ ଓ ସଂଖ୍ୟାଲଘୁଙ୍କ ମିଶ୍ରଣ। ପ୍ରଶାନ୍ତ କିଶୋର କହିଛନ୍ତି କି ଯଦି ରାଜ୍ୟରେ ଆମ ସରକାର ହେବ ତ ଏକ ଘଣ୍ଟା ଭିତରେ ମଦ ନିଷେଧର ନୀତିକୁ ଉପାଡ଼ି ଫିଙ୍ଗିଦେବୁ । ଏହା ସହ ସେ କହିଛନ୍ତି କି ଏହି ଟଙ୍କାର ବ୍ୟବହାର ବିହାରରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ କରିବୁ ।

Prashant Kishor

ସେ ଆହୁରି କହିଛନ୍ତି ଯେ, ଯଦି ବିହାରରେ ବିଶ୍ୱସ୍ତରୀୟ ଶିକ୍ଷା ବ୍ୟବସ୍ଥା କରିବାକୁ ହେବ ତ ଆଗାମୀ ୧୦ବର୍ଷରେ ୫ଲକ୍ଷ କୋଟି ଟଙ୍କା ଜରୁରୀ ହେବ । ଯେତେବେଳେ ମଦ ନିଷେଧ ହଟାଇବା ତ ଉକ୍ତ ଟଙ୍କା ବଜେଟରେ ଯିବ ନାହିଁ ଏବଂ ନା ନେତାଙ୍କ ସୁରକ୍ଷା ଲାଗି ବ୍ୟବହାର କରାଯିବ ଏବଂ ନା ଏହାର ଉପଯୋଗ ରାସ୍ତା, ପାଣି ଏବଂ ବିଜୁଳି ଲାଗି କରାଯିବ । ଏହାର ଉପଯୋଗ କେବଳ ବିହାରରେ ନୂତନ ଶିକ୍ଷା ବ୍ୟବସ୍ଥା କରିବା ଲାଗି କରାଯିବ । ମଦ ନିଷେଧ ହେବା ଦ୍ୱାରା ବିହାରକୁ ପ୍ରତ୍ୟେକ ବର୍ଷ ୨୦,୦୦୦କୋଟି ଟଙ୍କାର କ୍ଷତି ହେଉଛି ।

ନିର୍ବାଚନ କମିଶନଙ୍କ ଅନୁମତି ମିଳିଥିବାରୁ 'ଜନ ସୁରାଜ ପାର୍ଟି' ଆଗାମୀ ବିହାର ବିଧାନସଭା ନିର୍ବାଚନରେ ସମସ୍ତ ଆସନରେ ପ୍ରାର୍ଥୀ ଦେବ ବୋଲି ଆଶା କରାଯାଉଛି। ତେବେ ତା' ପୂର୍ବରୁ ଆସନ୍ତା ନଭେମ୍ବର ମାସରେ ବିହାରରେ ହେବାକୁ ଥିବା ଉପ-ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିବ ଜନ ସୁରାଜ ପାର୍ଟି। ପ୍ରଶାନ୍ତ କିଶୋର କହିଛନ୍ତି ଯେ ତାଙ୍କ ଦଳ ନଭେମ୍ବରରେ ହେବାକୁ ଥିବା ଉପ-ନିର୍ବାଚନରେ ପ୍ରାର୍ଥୀ ଦେବ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+