ପ୍ରସାର ଭାରତୀ ଲଞ୍ଚ କଲା ଏହାର OTT ପ୍ଲାଟଫର୍ମ 'WAVES'
Prasar Bharati Launches Its OTT platform 'WAVES': ପ୍ରସାର ଭାରତୀ ଭାରତରେ ନିଜର ଓଭର-ଟପ୍ ବା ଓଟିଟି ପ୍ଲାଟଫର୍ମ ଲଞ୍ଚ୍ କରିଛି । ଏହି ପ୍ଲାଟଫର୍ମରେ ହିନ୍ଦୀ, ଇଂରାଜୀ, ବଙ୍ଗାଳୀ, ମରାଠୀ, କନ୍ନଡ, ମାଲାୟାଲମ୍, ତେଲୁଗୁ, ତାମିଲ, ଗୁଜୁରାଟୀ, ପଞ୍ଜାବୀ ଏବଂ ଆସାମ ସମେତ 12 ରୁ ଅଧିକ ଭାରତୀୟ ଭାଷାରେ ଟିଭି ଶୋ, ଡକ୍ୟୁମେଣ୍ଟାରୀ, ଆଞ୍ଚଳିକ ବିଷୟବସ୍ତୁ ଏବଂ ଚଳଚ୍ଚିତ୍ର ପ୍ରଶାରିତ ହେବ ।

ପ୍ରସାର ଭାରତୀ ଦ୍ୱାରା ଜାରି କରାଯାଇଥିବା ସୂଚନା ଅନୁଯାୟୀ, ଏହି ଓଟିଟି ପ୍ଲାଟଫର୍ମରେ 10 ପ୍ରକାରର ମନୋରଞ୍ଜନର ବିଷୟବସ୍ତୁ ପ୍ରସାରିତ ହେବ ଏବଂ ଏଥିରେ ରାମାୟଣ, ମହାଭାରତ, ଶକ୍ତିମାନ ଭଳି ପୁରୁଣା କ୍ଲାସିକ୍ ଶୋ 'ପ୍ରସାରିତ ହେବ । ଏହି ଓଟିଟି ପ୍ଲାଟଫର୍ମକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।
देश के नागरिकों को साफ़ सुथरा पारिवारिक मनोरंजन तथा देश दुनिया की अद्यतन जानकारियाँ खबरी चैनलों के माध्यम से देने , बच्चों को गेम्स, आसान ऑनलाइन शॉपिंग के साथ खेलों को लाइव देखने की सुविधा के साथ भारत का अपना OTT प्रसार भारती ने आज launch किया है @PMOIndia @prasarbharati… pic.twitter.com/p5AeMEOBgq
— Navneet Sehgal (@navneetsehgal3) November 20, 2024
ପ୍ରସାର ଭାରତୀ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଏହି OTT ପ୍ଲାଟଫର୍ମ 'Waves'ରେ ଫ୍ରି-ଟୁ-ପ୍ଲେ ଗେମିଙ୍ଗ, ରେଡିଓ ଷ୍ଟ୍ରିମିଂ, ଲାଇଭ ଟିଭି ଷ୍ଟ୍ରିମିଂ, 65 ଲାଇଭ ଚ୍ୟାନେଲ, ଭିଡିଓ ଏବଂ ଗେମିଙ୍ଗ ବିଷୟବସ୍ତୁ ପାଇଁ ଏକାଧିକ ଇନ-ଆପ ଇଣ୍ଟିଗ୍ରେସନ୍ ଏବଂ ଡିଜିଟାଲ ବାଣିଜ୍ୟ ପାଇଁ ଏକ ଓପନ୍ ନେଟୱାର୍କ ପ୍ରଦାନ କରିଥାଏ । ସମର୍ଥିତ ଇ-କମର୍ସ ପ୍ଲାଟଫର୍ମ ମାଧ୍ୟମରେ ଅନଲାଇନ୍ ସପିଂ ମଧ୍ୟ କରାଯାଇ ପାରିବ । ସେହିପରି ନିକଟସ୍ଥ କନ୍ସର୍ଟ ପାଇଁ ଏଥିରେ ଟିକେଟ୍ ବୁକ କରିବାର ସୁବିଧା ମଧ୍ୟ ରହିଛି ।












Click it and Unblock the Notifications