କଂଗ୍ରେସ୍ ଉପରେ ବର୍ଷିଲେ ପ୍ରଣବଙ୍କ ଝିଅ, କହିଲେ ମୋ ବାପାଙ୍କ ପାଇଁ ତ କରିନଥିଲ...
ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ପରେ ଏବେ କଂଗ୍ରେସ ତାଙ୍କର ଏକ ପୃଥମ ସ୍ମାରକୀ କରିବା ପାଇଁ ନିବେଦନ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ପ୍ରସ୍ତାବ ଦେବା ପରେ ଏବେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତଃ ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ। ବାପାଙ୍କ ପାଇଁ ତ ଏକ ଶୋକସଭା କରିନଥିଲ ବୋଲି କହି ଶର୍ମିଷ୍ଠା କଂଗ୍ରେସକୁ ଟାର୍ଗେଟ କରିଛନ୍ତି।
ଶର୍ମିଷ୍ଠା କହିଛନ୍ତି ଯେ, ଯେତେବେଳେ ତାଙ୍କ ବାପା ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ହୋଇଥିଲା, ସେତେବେଳେ କଂଗ୍ରେସ କୌଣସି ଶୋକସଭା ଆୟୋଜନ କରିନଥିଲା। କଂଗ୍ରେସ କାର୍ଯ୍ୟକାରୀ କମିଟି ତରଫରୁ ବୈଠକ ମଧ୍ୟ ଡ଼କା ଯାଇନଥିଲା। ଜଣେ ବରିଷ୍ଠ କଂଗ୍ରେସ ନେତା କହିଥିଲେ ଯେ, ଭାରତର ରାଷ୍ଟ୍ରପତିଙ୍କ ପାଇଁ ଶୋଭସଭା ଆୟୋଜିତ ହୁଏ ନାହିଁ। ହେଲେ ପରେ ମୁଁ ବାପାଙ୍କ ଡାଏରୀରୁ ଜାଣିବାକୁ ପାଇଥିଲି ଯେ, ପୂର୍ବତନ ରାଷ୍ଟ୍ରପତି କେ.ଆର.ନାରାୟଣନଙ୍କ ପାଇଁ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଏକ ଶୋକସଭା କରିଥିଲା ଏବଂ ତାଙ୍କ ପିତା ପ୍ରଣବ ମୁଖାର୍ଜୀ ସମବେଦନା ପତ୍ର ଲେଖିଥିଲେ।

ସେ ଆହୁରି କହିଛନ୍ତ ଯେ, 'ମୁଁ ମୋ ବାପାଙ୍କ ହାତ ଲେଖା ଡାଏରୀ ପଢ଼ିଛି। ଏଥିରେ ଯେତେବେଳେ ଭାରତର ପୂର୍ବତନ ରାଷ୍ଟ୍ରପତି କେ ଆର୍ ନାରାୟଣଙ୍କ ଦେହାନ୍ତ ହୋଇଥିଲା ସେତେବେଳେ ସିଡବ୍ଲୁସି ତରଫରୁ ବୈଠକ ବସିଥିଲା। ଖୋଦ୍ ବାପା ପ୍ରଣବ ମୁଖାର୍ଜୀ ଶୋକ ସନ୍ଦେଶ ପ୍ରସ୍ତୁତ କରିଥିଲେ।' ଏହାବ୍ୟତୀତ ସିଆର୍ କେସବନଙ୍କ ଏକ ପୋଷ୍ଟକୁ ଦର୍ଶାଇ କଂଗ୍ରେସ ଦଳର ସଦସ୍ୟଙ୍କୁ କେବଳ ଏଥିପାଇଁ ଅଣଦେଖା କରିଥିଲା କାରଣ ସେମାନେ ଗାନ୍ଧି ପରିବାରର ସଦସ୍ୟ ନଥିଲେ ବୋଲି ଶର୍ମିଷ୍ଠା କହିଛନ୍ତି।












Click it and Unblock the Notifications