ରଦ୍ଧ ହୋଇପାରେ କର୍ଣ୍ଣାଟକ ଜେଡିଏସ୍ ସାଂସଦ ରେଭାନ୍ନାଙ୍କ ପାସପୋର୍ଟ
Prajwal Revanna Sexual Abuse Case: ଯୌନ ଉତ୍ପୀଡନ ଫସିଥିବା କର୍ଣ୍ଣାଟକ ଜେଡିଏସ୍ ସାଂସଦ ପ୍ରଜ୍ୱଳ ରେଭାନ୍ନା ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ତାଙ୍କ ଡିପ୍ଲୋମେଟିକ୍ ପାସପୋର୍ଟ ରଦ୍ଦ ହୋଇପାରେ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ।

ସୂଚନା ଅନୁସାରେ, ପ୍ରଜ୍ୱଳ ରେଭନ୍ନାଙ୍କ ଡିପ୍ଲୋମେଟିକ୍ ପାସପୋର୍ଟକୁ ବାତିଲ ରରିବା ପାଇଁ ମୋଦିଙ୍କୁ ଚିଠି ଲେଖି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଦାବି କରିଛନ୍ତି । ଏହାସହ ସେ ଦାବି କରିଛନ୍ତି ଯେ, ଜେଡିଏସ୍ ସାଂସଦଙ୍କୁ ଭାରତ ଫେରାଇ ଆଣିବାକୁ କଡ଼ା ପଦକ୍ଷେପ ନେବା ପାଇଁ ପଡିବ ବୋଲି ସେ ଦାବି କରିଛନ୍ତି ।
ପୂର୍ବରୁ ଏହି ମାମଲାର ତଦନ୍ତ କରୁଥିବା ଏସଆଇଟି ମଧ୍ୟ ରେଭାନ୍ନାଙ୍କ ପାସପୋର୍ଟକୁ ବାତିଲ କରିବା ପାଇଁ ବୈଦେଶିକ ମନ୍ତ୍ରଣାଳୟକୁ ସୁପାରିଶ କରିଥିଲା । ଅନ୍ୟପଟେ ବେଙ୍ଗାଲୁରୁର ଏକ କୋର୍ଟ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଏଚଡି ରେଭାନ୍ନଙ୍କୁ ଯୌନ ଉତ୍ପୀଡ଼ନ ମାମଲାରେ ଅନ୍ତରୀଣ ଜାମିନ ପ୍ରଜାନ କରିଛନ୍ତି ।












Click it and Unblock the Notifications