Get Updates
Get notified of breaking news, exclusive insights, and must-see stories!

ଜର୍ମାନୀରୁ ଫେରୁଛନ୍ତି ପ୍ରଜ୍ଜ୍ୱଳ ରେଭନ୍ନା!

ନୂଆଦିଲ୍ଲୀ: ସେକ୍ସ ସ୍କାଣ୍ଡାଲ ମାମଲାରେ ଅଭିଯୁକ୍ତ ନିଲମ୍ବିତ ଜେଡି (ଏସ) ନେତା ତଥା କର୍ଣ୍ଣାଟକ ସାଂସଦ ପ୍ରଜ୍ୱଳ ରେଭନ୍ନା ଜର୍ମାନିରୁ ଫେରୁଛନ୍ତି ଭାରତ । ଜର୍ମାନୀର ମୁଞ୍ଚି ବିମାନବନ୍ଦରରୁ ସେ ବେଙ୍ଗାଲୁରୁ ଆସୁଥିବା ଜଣାପଡ଼ିଛି । ଯୌନ କେଳେଙ୍କାରିର ଭିଡିଓ ଭାଇରାଲ୍ ହେବା ପରେ ପ୍ରଜ୍ଜ୍ୱଳ ଜର୍ମାନୀ ଫେରାର୍ ହୋଇଯାଇଥିଲେ ।

ସେବେଠାରୁ ତାଙ୍କୁ ଭାରତ ଫେରାଇ ଆଣିବା ପାଇଁ କର୍ଣାଟକ ସରକାର ବହୁ ଉଦ୍ୟମ କରିଥିଲେ ଓ ଇଣ୍ଟରପୋଲ୍‌ର ସହାୟତା ମଧ୍ୟ ନେଇଥିଲେ । ସ୍ଥାନୀୟ ସମୟ ଅନୁସାରେ ଦିନ ୧୧.୨୦ରୁ ପ୍ରଜ୍ଜ୍ୱଳ ବୋର୍ଡିଂ କରିଛନ୍ତି ବୋଲି ଜାତୀୟ ଗଣମାଧ୍‌ଯମ ଇଣ୍ଡିଆ ଟୁଡେ ତାଙ୍କ ବୋର୍ଡିଂ ପାସ୍ ପୋଷ୍ଟ କରି ଖବର ପ୍ରକାଶ କରିଛି ଓ ମେ ୩୧ ସକାଳୁ ପ୍ରଜ୍ଜ୍ୱଳ ବେଙ୍ଗାଲୁରୁରେ ପହଞ୍ଚିବେ ବୋଲି କୁହାଯାଉଛି ।

Prajwal Revanna

ସୂଚନା ଯୋଗ୍ୟ ଯେ, ସୂଚନା ଅନୁଯାୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ାଙ୍କ ନାତି ପ୍ରଜ୍ଜ୍ୱଳ ରେବନ୍ନାଙ୍କ ନାଁରେ ମହିଳାଙ୍କୁ ଯୌନ ଶୋଷଣ ଅଭିଯୋଗ ରହିଛି । ଏବେ ୨୦୨୪ ଲୋକସଭା ନିର୍ବାଚନ ଜାରି ରହିଥିବା ବେଳେ ସେ କର୍ଣ୍ଣାଟକର ହାସନ ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି । ହାସନ ଆସନରେ ଭୋଟିଂର ଗୋଟିଏ ଦିନ ପରେ ଅର୍ଥାତ୍ ୨୭ ଏପ୍ରିଲରେ ପ୍ରଜ୍ଜ୍ୱଳ ଜର୍ମାନୀ ଫେରାର ହୋଇଯାଇଥିଲେ ।

ସିବିଆଇ ତାଙ୍କ ବିରୋଧରେ ବ୍ଲୁ-କର୍ପୂର ନୋଟିସ୍ ଜାରି ରହିଥିଲା । ଯାଞ୍ଚ୍ ଏଜେନ୍ସି ଦ୍ୱାରା ପ୍ରଜ୍ଜ୍ୱଳ ରହୁଥିବା ଠିକଣା ଜଣାପଡ଼ିଛି । ଯୌନ ଶୋଷଣ ଏବଂ ଦୁଷ୍କର୍ମ ମାମଲାରେ ସ୍ୱତନ୍ତ୍ର ଅଦାଲତ ମେ' ୧୮ ତାରିଖରେ ହାସନ ସାଂସଦଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+