ଯୌନ ନିର୍ଯାତନା ମାମଲା: ଜୁନ୍ ୬ ତାରିଖ ପର୍ଯ୍ୟନ୍ତ ରେଭାନ୍ନାଙ୍କୁ ରିମାଣ୍ତରେ ନେଲା SIT
Prajwal Revanna: କର୍ଣ୍ଣାଟକା ଯୌନ ନିର୍ଯାତନା ମାମଲା । ଜେଡିଏସ୍ ସାଂସଦ ପ୍ରଜ୍ୱଳ ରେଭାନ୍ନାଙ୍କୁ ୬ ଦିନ ପାଇଁ ରିମାଣ୍ତରେ ନେଲା ଏସଆଇଟି । ଆଜି ଜର୍ମାନୀରୁ ଭାରତ ଫେରିବା ପରେ ରେଭାନ୍ନାଙ୍କୁ ଏୟାରପୋର୍ଟରୁ ଗିରଫ କରିଥିଲା ଏସଆଇଟି । ଗିରଫ କରାଯିବା ପରେ ଜେଡିଏସ୍ ସାଂସଦଙ୍କୁ ବେଙ୍ଗାଲୁରୁର ଏକ କୋର୍ଟରେ ହାଜର କରାଯାଇଥିଲା ।
ଯାହା ପରେ କୋର୍ଟ ତାଙ୍କୁ ୬ ଦିନ ପାଇଁ ଏସଆଇଟି ହେପାଜତକୁ ପଠାଇ ଦେଇଛନ୍ତି । ତେବେ ଏହି ସମୟ ମଧ୍ୟରେ ଏହି ଯୌନ ନିର୍ଯାତନା ମାମଲାରେ ତାଙ୍କୁ ପଚରାଉଚରା କରିବ । ଭାଇରାଲ ସେକ୍ସ ଭିଡିଓରେ ଥିବା ସ୍ୱର ରେଭାନ୍ନାଙ୍କର କି ନୁହେଁ ତାହାର ମଧ୍ୟ ଫରେନ୍ସିକ୍ ଯାଞ୍ଚ କରାଯିବ ।

ତେବେ ସେକ୍ସ ସ୍କାଣ୍ଡାଲ ମାମଲାରେ ଅଭିଯୁକ୍ତ ନିଲମ୍ବିତ ଜେଡି (ଏସ) ନେତା ତଥା କର୍ଣ୍ଣାଟକ ସାଂସଦ ପ୍ରଜ୍ୱଳ ରେଭନ୍ନାଙ୍କ ଯୌନ କେଳେଙ୍କାରିର ଭିଡିଓ ଭାଇରାଲ୍ ହେବା ପରେ ପ୍ରଜ୍ଜ୍ୱଳ ଜର୍ମାନୀ ଫେରାର୍ ହୋଇଯାଇଥିଲେ । ସେବେଠାରୁ ତାଙ୍କୁ ଭାରତ ଫେରାଇ ଆଣିବା ପାଇଁ କର୍ଣାଟକ ସରକାର ବହୁ ଉଦ୍ୟମ କରିଥିଲେ ଓ ଇଣ୍ଟରପୋଲ୍ର ସହାୟତା ମଧ୍ୟ ନେଇଥିଲେ । ଶେଷରେ ସେ ଭାରତ ଫେରିଛନ୍ତି ଏବଂ ତାଙ୍କୁ ଗିରଫ କରାଯାଇଛି ।
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡ଼ାଙ୍କ ନାତି ପ୍ରଜ୍ଜ୍ୱଳ ରେବନ୍ନାଙ୍କ ନାଁରେ ମହିଳାଙ୍କୁ ଯୌନ ଶୋଷଣ ଅଭିଯୋଗ ରହିଛି । ଏବେ ୨୦୨୪ ଲୋକସଭା ନିର୍ବାଚନ ଜାରି ରହିଥିବା ବେଳେ ସେ କର୍ଣ୍ଣାଟକର ହାସନ ଲୋକସଭା ଆସନରୁ ସାଂସଦ ପ୍ରାର୍ଥୀ ହୋଇଛନ୍ତି । ହାସନ ଆସନରେ ଭୋଟିଂର ଗୋଟିଏ ଦିନ ପରେ ଅର୍ଥାତ୍ ୨୭ ଏପ୍ରିଲରେ ପ୍ରଜ୍ଜ୍ୱଳ ଜର୍ମାନୀ ଫେରାର ହୋଇଯାଇଥିଲେ । ସିବିଆଇ ତାଙ୍କ ବିରୋଧରେ ବ୍ଲୁ-କର୍ପୂର ନୋଟି ଜାରି କରିଛି ।












Click it and Unblock the Notifications