ମେ ୩୧ ତାରିରେ ଏସଆଇଟି ସାମ୍ନାରେ ହାଜର ହେବେ ପ୍ରଜ୍ୱଳ ରେବନ୍ନା
ନୂଆଦିଲ୍ଲୀ: କର୍ଣ୍ଣାଟକ ଜେଡିଏସ୍ ସାଂସଦ ତଥା ୩ ହଜାର ସେକ୍ସ ଭିଡିଓ ସ୍କାଣ୍ଡାଲର ମୁଖ୍ୟ ଅଭିଯୁକ୍ତ ପ୍ରଜ୍ୱଳ ରେବନ୍ନାଙ୍କ ପ୍ରଥମ ବୟାନ ଆସିଛି । ସେ କହିଛନ୍ତି କି, ମେ ୩୧ ତାରିଖରେ ଏସଆଇଟି ସାମ୍ନାରେ ହାଜର ହେବେ । ୩ହଜାର ସେକ୍ସ ଭିଡିଓ ମାମଲା ସାମ୍ନାକୁ ଆସିବା ପରେ ଏହି ସାଂସଦ ଭାରତରୁ ପଳାୟନ କରିଥିଲେ ।
ହେଲେ ଏନେଇ ଏସଆଇଟିର ବାରମ୍ବାର ସମନ ଓ ନିଜ ପରିବାର ସମର୍ଥନ କରୁନଥିବା ଦେଖି ପ୍ରଜ୍ୱଳ ରେବନ୍ନା ଭାରତ ଫେରିପାରନ୍ତି । ସେ କହିଛନ୍ତି,"ହାସନର କିଛି ଶକ୍ତି ମଧ୍ୟ ମୋ ବିରୋଧରେ ଷଡ଼ଯନ୍ତ୍ର କରିଥିଲେ ଏବଂ ମୋତେ ରାଜନୈତିକ ଭାବେ ନିପାତ କରିବା ପାଇଁ ପ୍ରୟାସକୁ ଜୋରଦାର କରିଥିଲେ । ଏ ସବୁ ମୋତେ ବ୍ୟଥିତ କରିଥିଲା ଏବଂ ମୁଁ କିଛି ସମୟ ପାଇଁ ଏକୁଟିଆ ଥିଲି । ଏହାକୁ କେହି ଭୁଲ କରିବା ଉଚିତ ନୁହେଁ, ମୁଁ ନିଜେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ପଚରାଉଚରା ପାଇଁ ଏସଆଇଟିରେ ପହଞ୍ଚିବି ।

ସୂଚନାନୁସାରେ ହସନ ସାଂସଦ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବେଗୌଡ଼ାଙ୍କ ନାଡୀ ପ୍ରଜ୍ଜ୍ୱଳ ରେଭନ୍ନା ଏକାଧିକ ଯୌନ ନିର୍ଯାତନା ମାମଲାରେ ଅଭିଯୁକ୍ତ ରହିଛନ୍ତି । କେଳେଙ୍କାରିର ଭିଡିଓ ଭାଇରାଲ ହେବା ପରେ ସେ ଡିପ୍ଲୋମାଟିକ୍ ପାସ୍ପୋର୍ଟ ଯୋଗେ ଏପ୍ରିଲ ୨୬ ତାରିଖ ରିଖରେ ଲୁଚି ଲୁଚି ଦେଶ ଛାଡ଼ି ପଳାଇଥିଲେ । ସେ ଜର୍ମାନୀରେ ଥିବା କୁହାଯାଉଛି ।
ନିକଟରେ ରାଜ୍ୟ ସରକାର ତାଙ୍କର ଡିପ୍ଲୋମାଟିକ ପାସ୍ପୋର୍ଟ ରଦ୍ଦ କରିବାକୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ । ଏନେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ରେଭନ୍ନାଙ୍କୁ କାରଣ ଦର୍ଶାଅ ନୋଟିସ୍ ମଧ୍ଯ ଜାରି କରିଥିଲା ଓ ଏବେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରଜ୍ଜ୍ୱଳ କହିଛନ୍ତି । ସେ କୌଣସି ଅପରାଧ କରି ନାହାନ୍ତି । ଏସବୁ ତାଙ୍କ ବିରୋଧରେ ରାଜନୈତିକ ଷଡ଼ଯନ୍ତ୍ର ରଚାଯାଇଛି ।
ଏଥିରେ ତାଙ୍କୁ ଗଭୀର ମାନସିକ ଆଘାତ ଲାଗିବାରୁ ସେ ଚାପରେ ରହୁଥିଲେ ଏକା ରହୁଥିଲେ । ତେବେ ତାଙ୍କ ବିଷୟରେ କୌଣସି ସୂଚନା ପାର୍ଟି ନେତାଙ୍କୁ ଦେଇ ନଥିବାରୁ ପ୍ରଜ୍ଜ୍ୱଳ ରେଭନ୍ନା ଜେଡିଏସ୍ ନେତାଙ୍କୁ କ୍ଷମା ମାଗିଛନ୍ତି












Click it and Unblock the Notifications