ଜେରା ପାଇଁ ଇଡିରେ ହାଜର ହେଲେ ପ୍ରଫୁଲ୍ଲ ସାମଲଙ୍କ ପୁଅ
ବଢ଼ିବାରେ ଲାଗିଛି ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଇଡି ଅଡ଼ୁଆ । ବାପାଙ୍କ ପରେ ଆଜି ଇଡି ରେ ହଜାର ହୋଇଛନ୍ତି ପୁଅ । ଆଜି ଇଡିରେ ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତି ହାଜର ହୋଇଛନ୍ତି । ବରପଦା ଇଞ୍ଜିନିୟରିଂ କଲେଜର ଜମି ଦୁର୍ନୀତି ମାମଲାରେ ହାଜର ହୋଇଛନ୍ତି । କିଛି ଦିନ ତଳେ ପ୍ରଫୁଲ୍ଲ ସାମଲ ଇଡିରେ ହାଜର ହୋଇଥିଲେ । ପ୍ରଫୁଲ୍ଲ ସାମଲଙ୍କୁ ୮ ଘଣ୍ଟା ଧରି ଜେରା କରିଥିଲା ଇଡି ।

ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ହାଜର ହେବାକୁ ଇଡି ଫେବ୍ରୁଆରୀ ୧୭ ତାରିଖରେ ନୋଟିସ କରିଥିଲା। ସ୍ୱାସ୍ଥ୍ୟଗତ ସମସ୍ୟା ଜଣାଇ ଇଡିରେ ହାଜର ହେବାକୁ ଓକିଲ ଜରିଆରେ ସମୟ ମାଗିଥିଲେ ପ୍ରଫୁଲ୍ଲ। ପରବର୍ତ୍ତୀ ସମୟରେ ପୁଣି ଇଡି ପ୍ରଫୁଲ୍ଲଙ୍କୁ ହାଜର ହେବାକୁ ନୋଟିସ କରିଥିଲା। ଫ୍ରେବୃଆରୀ ୨୮ ତାରିଖରେ ପ୍ରଫୁଲ୍ଲ ଇଡିରେ ହାଜର ହୋଇଥିଲେ। ହେଲେ ତାଙ୍କ ପୁଅ ପ୍ରୟାସକାନ୍ତି ଇଡିରେ ହାଜର ହୋଇନଥିଲେ। ଆଜି ପ୍ରୟାସକାନ୍ତି ଇଡିରେ ହାଜର ହୋଇଛନ୍ତି।
ଏହାପୂର୍ବରୁ ପ୍ରଫୁଲ୍ଲ ସାମଲଙ୍କ ଭଦ୍ରକ ନୂଆବଜାର ସ୍ଥିତ ବାସଭବନରେ ଇଡିର ୬ ଜଣିଆ ଟିମ୍ ଚଢ଼ାଉ କରିଥିଲା। ଭଦ୍ରକ ସହରର ୬ଟି ସ୍ଥାନରେ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ଇଡି ରେଡ୍ କରିଥିଲା। ସେଥି ମଧ୍ୟରେ ଭୁବନେଶ୍ୱରର ପଳାସପଲ୍ଲୀରେ ଥିବା ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କ ଘରେ ବି ରେଡ ହୋଇଥିଲା।
ଚଢ଼ାଉ ବେଳେ ଇଡି ଟିମ୍ ପ୍ରଫୁଲ୍ଲଙ୍କ ପୁଅ ପ୍ରୟାସକାନ୍ତିଙ୍କ ଭୁବନେଶ୍ୱରର ପଳାଶପଲ୍ଲୀ ଘରୁ ୧୦ ଲକ୍ଷ ଟଙ୍କା ସହ ଏକ ଫର୍ଚ୍ୟୁନର କାର୍ ଜବତ କରିଥିଲା। ଉକ୍ତ ଗାଡ଼ିଟି ପ୍ରୟାସକାନ୍ତି ଚଲାଉଥିବା ବେଳେ ତାହା ତୃଷ୍ଣା ସ୍କାଏ ସ୍କ୍ରାପର ଲିମିଟେଡ ନାମକ ବିଲଡର ସଂସ୍ଥା ନାଁରେ ଥିବା ସୂଚନା ମିଳିଥିଲା।
ବରପଦା ଇଞ୍ଜିନିୟରିଂ କଲେଜ ନାଁରେ ଏକ ସୋସାଇଟି ହୋଇଥିବା ବେଳେ ସେଥିରେ ହୋଇଥିବା ଦୁର୍ନୀତିରେ ପ୍ରୟାସକାନ୍ତି ସାମିଲ ଥିବା ଅଭିଯୋଗ ହୋଇଥିଲା। କଲେଜ କର୍ମଚାରୀମାନେ ଦରମା ପାଉ ନ ଥିବା ବେଳେ ଉକ୍ତ ଟଙ୍କାରେ ପ୍ରୟାସକାନ୍ତି ଦାମୀ ଗାଡ଼ି ଚଢ଼ୁଥିବା କର୍ମଚାରୀମାନେ ଅଭିଯୋଗ କରିଥିଲେ। ଏହାପରେ ଇଡି ଏହି ଘଟଣାର ଖୋଳତାଡ଼ ଆରମ୍ଭ କରିଥିଲା।












Click it and Unblock the Notifications