'ଭାରତ ଏକ ବିଦ୍ୟୁତ୍ ଅଭାବୀ ରାଷ୍ଟ୍ରରୁ ବଳକା ଶକ୍ତି ଦେଶ ଭାବେ ପରିଣତ ହୋଇଛି'
ଭାରତ ଏକ ବିଦ୍ୟୁତ୍ ଅଭାବୀ ରାଷ୍ଟ୍ରରୁ ବଳକା ଶକ୍ତି ଦେଶ ଭାବେ ପରିଣତ ହୋଇଛି ବୋଲି ଶକ୍ତିମନ୍ତ୍ରୀ ମନୋହରଲାଲ କହିଛନ୍ତି । ନୂଆଦିଲ୍ଲୀରେ ଆଜି ବ୍ୟୁରୋ ଅଫ୍ ଏନର୍ଜି ଏଫିସିଏନ୍ସି ବି.ଇ.ଇର ୨୫ତମ ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧନ କରି ଶ୍ରୀ ଲାଲ କହିଛନ୍ତି ଆଗାମୀ ବର୍ଷଗୁଡ଼ିକରେ ବିଦ୍ୟୁତ୍ ଚାହିଦା ବୃଦ୍ଧିପାଇବାର ସମ୍ଭାବନା ରହିଛି ।

ଏହି ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ଅତିରିକ୍ତ ୩୦ ଗିଗାୱାଟ ବିଦ୍ୟୁତ୍ଶକ୍ତି ଆବଶ୍ୟକ ପଡିବ ବୋଲି ମନ୍ତ୍ରୀ ଶ୍ରୀ ଲାଲ କହିଛନ୍ତି । ଶକ୍ତି ଦକ୍ଷତା ବ୍ୟୁରୋ, ଶକ୍ତି ସଂରକ୍ଷଣ ପଦକ୍ଷେପ ମାଧ୍ୟମରେ ୫୦ ହଜାର କୋଟି ଟଙ୍କାର ବିଦ୍ୟୁତ୍ ସଞ୍ଚୟ କରିପାରିଛି । ଏଭଳି ପ୍ରୟାସ ତାପଜ ବିଦ୍ୟୁତ୍ ଉତ୍ପାଦନ ଆବଶ୍ୟକତାକୁ ହ୍ରାସ କରିବାରେ ସହାୟକ ହେବା ସହିତ ସ୍ୱଚ୍ଛ ଏବଂ ସବୁଜ ଶକ୍ତି ପରିବର୍ତ୍ତନକୁ ସମର୍ଥନ ପ୍ରଦାନ କରୁଛି ।
ଦେଶରେ ଶକ୍ତି ତୀବ୍ରତାର ଉନ୍ନତିହାର ୪ ପ୍ରତିଶତ ରହିଛି, ଯାହାକି ବିଶ୍ୱର ହାରାହାରି ପ୍ରାୟ ୧ ଦଶମିକ ୮ ପ୍ରତିଶତ ତୁଳନାରେ ଯଥେଷ୍ଟ ଅଧିକ ବୋଲି ଶ୍ରୀ ଲାଲ ସୂଚନା ଦେଇଛନ୍ତି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଲାଲ ବି.ଇ.ଇ ଷ୍ଟାର ଲେବଲ ମୋବାଇଲ ଆପ୍ ଲଞ୍ଚ କରିବା ସହ ନୂତନ BEE@25 ଲୋଗୋ ଉନ୍ମୋଚନ କରିଛନ୍ତି ।












Click it and Unblock the Notifications