Get Updates
Get notified of breaking news, exclusive insights, and must-see stories!

କୁମ୍ଭମେଳା ଯୋଗୁ ଅଯୋଧ୍ୟାରେ ବଢୁଛି ଭିଢ

ହିନ୍ଦୁ ଧର୍ମର ପରମ୍ପରା ଓ ସଂସ୍କୃତିରେ ଏକ ମହାମେଳା ବା ମହାପର୍ବ ହେଉଛି ମହାକୁମ୍ଭ ମେଳା । ଏହା ଭାରତ ଉପଖଣ୍ଡର ତ୍ରିବେଣୀ ସଙ୍ଗମଠାରେ ଆୟୋଜିତ ହୁଏ । ପ୍ରତି ୧୨ ବର୍ଷରେ ଥରେ ହୁଏ ଏହି କୁମ୍ଭ ମେଳା । ସନାତନ ଧର୍ମରେ ମହାକୁମ୍ବ ମେଳାର ମହତ୍ତ୍ୱ ରହିଛି । ଧାର୍ମିକ ପର୍ବ ୧୩ ଜାନୁଆରୀରୁ ଆରମ୍ଭ ହୋଇଥିଲା, ଯାହାକି ୨୬ ଫେବୃଆରୀ ପର୍ଯ୍ୟନ୍ତ ଚାଲିବ । ମହାକୁମ୍ଭ ଅମୃତ ସ୍ନାନର ମହତ୍ତ୍ୱ ରହିଛି । ଏହି ସଂପର୍କରେ ପ୍ରଥମ ଅମୃତ ସ୍ନାନ, ଦ୍ୱିତୀୟ ଅମୃତ ସ୍ନାନ ୨୯ ଜାନୁଆରୀରେ ଏବଂ ତୃତୀୟ ଅମୃତ ସ୍ନାନ ୩ ଫେବୃଆରୀରେ ଅନୁଷ୍ଠିତ ହେବ । ଅନ୍ୟପଟେ ମହାକୁମ୍ଭ ପାଇଁ ଜନସମୁଦ୍ର ପାଲଟିଛି ୟୁପିର ପ୍ରୟାଗରାଜ । ଦେଶ, ବିଦେଶରୁ କୋଟି କୋଟି ଶ୍ରଦ୍ଧାଳୁ ସଙ୍ଗମ ସ୍ଥଳରେ ଆସି ବୁଡ଼ ପକାଉଛନ୍ତି । ଏହାରି ମଧ୍ୟରେ ଅଯୋଧ୍ୟାରେ ବି ଭଗବାନ ରାମଲାଲାଙ୍କ ଦର୍ଶନ ପାଇଁ ଭକ୍ତମାନଙ୍କର ନାହିଁ ନ ଥିବା ଭିଡ଼ ଲାଗିଛି । ଗତ କିଛି ଦିନ ଧରି ରାମନଗରୀକୁ ଏତେ ସଂଖ୍ୟକ ଶ୍ରଦ୍ଧାଳୁ ଆସୁଛନ୍ତି ଯେ ଭିଡ଼ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇପଡ଼ୁଛି ।

ଆଉ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ସ୍ଥାନୀୟ ଶ୍ରଦ୍ଧାଳୁମାନଙ୍କୁ ୧୫-୨୦ ଦିନ ପରେ ଆସିବାକୁ ନିବେଦନ କରିଛି । ଟ୍ରଷ୍ଟର ସେକ୍ରେଟାରୀ ଚମ୍ପତ ରାୟ ଏକ ପତ୍ର ଜାରି କରି କହିଛନ୍ତି, ପ୍ରୟାଗରାଜରେ ମୌନି ଅମାବାସ୍ୟା ଦିନ 'ମୁଖ୍ୟ ସ୍ନାନ' ହେବ । ଏହି ଶୁଭ ଅବସରରେ ପାଖାପାଖି ୧୦ କୋଟି ଶ୍ରଦ୍ଧାଳୁ ଗଙ୍ଗା ନଦୀରେ ବୁଡ଼ ପକାଇବେ । ପ୍ରୟାଗରାଜରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଟ୍ରେନ୍ ଏବଂ ସଡ଼କ ପଥ ଦେଇ ଅଯୋଧ୍ୟା ଯାତ୍ରା କରୁଛନ୍ତି ।

ram mandir

ଅଯୋଧ୍ୟା ଆସୁଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ଗତ ୩ ଦିନ ମଧ୍ୟରେ ଅପ୍ରତ୍ୟାଶିତ ଭାବେ ବଢ଼ିଯାଇଛି । ଅଯୋଧ୍ୟା ଧାମର ଜନସଂଖ୍ୟା ଏବଂ ଆକାରକୁ ଦେଖିଲେ ଏତେ ସଂଖ୍ୟକ ଭକ୍ତ ଗୋଟିଏ ଦିନରେ ଦର୍ଶନ କରିବା କଷ୍ଟକର ହୋଇପଡ଼ୁଛି । ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୌଣସି ଅଘଟଣକୁ ଏଡ଼ାଇବା ପାଇଁ ବ୍ୟବସ୍ଥାରେ ଆବଶ୍ୟକ ସଂଶୋଧନ କରାଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+