Post Office Scheme: ପୋଷ୍ଟ୍ ଅଫିସରେ ଏହି ସ୍କିମ୍; ଆପଣଙ୍କୁ କରିବ ମାଲାମାଲ !
Post Office Scheme: ବର୍ତ୍ତମାନ ସମୟରେ ଅଧିକାଂଶ ବ୍ୟକ୍ତି ନିଜର ନିୟମିତ ଆୟର କିଛି ସଞ୍ଚୟ କରିବା କଥା ଚିନ୍ତା କରୁଛନ୍ତି । ତେବେ ଏଥିପାଇଁ ନିବେଶ କରିବାର ଆବଶ୍ୟକତା ରହିଛି । ଯାହାଫଳରେ ଅତି ସହଜରେ ଏହି ଯୋଜନା ସଫଳ ହୋଇପାରିବ ।

ଆଉଲୋକଙ୍କ ଏହି ଚିନ୍ତାଧାରାକୁ ଦୃଷ୍ଟିରେ ରଖି ନୂଆ ନୂଆ ନିବେଶ ଓ ସଞ୍ଚୟ ଯୋଜନା ଆଣୁଛନ୍ତି ସରକାର । ଏଥିରେ ନିବେଶ ଅତ୍ୟନ୍ତ ସୁରକ୍ଷିତ ରହିଥିବା ବେଳେ ଭଲ ରିଟର୍ଣ୍ଣ ମିଳେ । l
ତେବେ ଯଦି ଆପଣ ବି ଆର୍ଥିକ ସମସ୍ୟାରୁ ବର୍ତ୍ତିବାକୁ ଚାହୁଁଛନ୍ତି, ତେବେ ପୋଷ୍ଟ ଅଫିସ୍ ସ୍କିମ୍ ଆପଣଙ୍କ କାମରେ ଆସିପାରେ । ଏହି ସଞ୍ଚୟ ସ୍କିମ୍ ବୃଦ୍ଧ ବୟସ୍କଙ୍କୁ ମାଲାମାଲ କରିଦେବ । ଏହି ଯୋଜନାରେ ମୂଳ ନିବେଶ ଉପରେ ଗ୍ରାହକଙ୍କୁ ୮ ପ୍ରତିଶତ ସୁଧହାରରେ ରିଟର୍ଣ୍ଣ ମିଳିବ । ଏହାର ଅର୍ଥ ବ୍ୟାଙ୍କ୍ FDରୁ ଅଧିକ ସୁଧ ମିଳି ପାରୁଛି ।
ଏହି ସ୍କିମ୍ରେ ସବୁ ବର୍ଗର ଲୋକ ନିବେଶ କରି ପାରିବେ । ଏହା ଏକ ସ୍ୱଳ୍ପ ସଞ୍ଚୟ ସେଭିଂ ସ୍କିମ୍ । ଏହି ସ୍କିମ୍ରେ ବ୍ୟାଙ୍କ୍ FDରୁ ଅଧିକ ସୁଧ ମିଳି ପାରୁଛି । ଏହି ସ୍କିମ୍ରେ ରେଗୁଲାର ଇନ୍କମ୍ ପକ୍କା ହୋଇଥାଏ । ଏଥିରେ ନିବେଶ କଲେ ମାସିକ ୨୦ ହଜାର ଟଙ୍କା ଇନ୍କମ୍ ହୋଇପାରିବ ।
ଏଥିରେ ମିଳୁଥିବା ସୁଧ ରିଟର୍ଣ୍ଣ କଥା କହିଲେ ଗତ ଜାନୁଆରୀ ମାସରୁ ମୂଳ ନିବେଶ ଉପରେ ୮.୨ ପ୍ରତିଶତ ସୁଧ ଅଫର୍ କରାଯାଉଛି । ପୋଷ୍ଟ ଅଫିସ୍ ସିନିୟର ସିଟିଜେନ୍ ସେଭିଂ ସ୍କିମ୍ରେ ମାତ୍ର ୧ ହଜାର ଟଙ୍କାରେ ନିବେଶ ଆରମ୍ଭ କରିପାରିବେ । ଏଥିରେ ଅଧିକରୁ ଅଧିକ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ନିବେଶ କରି ପାରିବେ ବୃଦ୍ଧ ବୟସ୍କ ।
ଏହି ସ୍କିମ୍ ଦ୍ୱାରା ଅବସର ପରେ ବୃଦ୍ଧ ବୟସ୍କମାନେ ଆର୍ଥିକ ଭାବରେ ମଜଭୁତ ହୋଇ ଥାଆନ୍ତି । ଏହାଛଡ଼ା ୬୦ ବର୍ଷ ବା ତାଠାରୁ ଅଧିକ ଦମ୍ପତି ଜଏଣ୍ଟ ଜମା ଖାତା ଖୋଲି ପାରିବେ । ଏଥିରେ ୩୦ ଲକ୍ଷ ଟଙ୍କା ନିବେଶ କଲେ ବୟସ୍କମାନେ ଅଧିକ ଲାଭ ପାଇ ପାରିବେ ।
୩୦ ଲକ୍ଷ ନିବେଶ କଲେ ୮.୨ ପ୍ରତିଶତ ସୁଧ ହିସାବରେ ୨.୪୬ ଲକ୍ଷ ଟଙ୍କା ସୁଧ ମିଳିବ । ଏହାକୁ ମାସିକ ଭାବରେ ହିସାବ କଲେ ଆପଣଙ୍କୁ ମାସିକ ୨୦ ହଜରା ଟଙ୍କା ମିଳି ପାରିବ ।












Click it and Unblock the Notifications