ଚୀନ, ପାକିସ୍ତାନ, ବାଂଲାଦେଶ ଭାରତ ପାଇଁ ବିପଦ: CDS
ଚୀନ୍, ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ବଢୁଛି ପାରସ୍ପରିକ ସହଯୋଗ। ଏ ବିଷୟରେ ଚେତାବନୀ ଦେଇଛନ୍ତି ଭାରତର ପ୍ରତିରକ୍ଷା ମୁଖ୍ୟ (CDS) ଜେନେରାଲ ଅନିଲ ଚୌହାନ। ସେ ଭାରତର ଆଭ୍ୟନ୍ତରୀଣ ସ୍ଥିରତା ଏବଂ ସୁରକ୍ଷା ପରିବେଶ ପାଇଁ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହି ତିନି ଦେଶର ଏକତ୍ର ହେବା ଭାରତ ପାଇଁ ଗମ୍ଭୀର ଚ୍ୟାଲେଞ୍ଜ ସୃଷ୍ଟି କରିପାରେ।
ଅବର୍ଜଭର ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ ଆଲୋଚନାରେ ଉଦବୋଧନ ଦେଇ ଜେନେରାଲ ଚୌହାନ କହିଛନ୍ତି ଯେ ନିଜର ସ୍ବାର୍ଥ ପାଇଁ ଚୀନ, ପାକିସ୍ତାନ ଓ ବାଂଲାଦେଶ ଏକାଠି ହୋଇପାରନ୍ତି । ଏହା ଭାରତର ସୁରକ୍ଷା ପାଇଁ ଗମ୍ଭୀର ବିପଦ ହୋଇପାରେ । ଏହା ଭାରତର ସୁରକ୍ଷା ଢାଞ୍ଚାର ପରୀକ୍ଷା ନେଇପାରେ । ଏଣୁ ଦକ୍ଷିଣ ଏସିଆରେ ହେଉଥିବା ନୂଆ ନୂଆ ମେଣ୍ଟଗୁଡ଼ିକ ଉପରେ ତୀକ୍ଷଣ ବିଶ୍ଳେଷଣ ଜରୁରୀ ବୋଲି ସେ କହିଛନ୍ତି ।
।

ସେ ମଧ୍ୟ ଭାରତ ମହାସାଗରୀୟ ଅଂଚଳରେ ବଢିଚାଲିଥିବା ବାହ୍ୟ ପ୍ରଭାବ ଉପରେ ଆଲୋକପାତ କରିଛନ୍ତି । ସେ କହିଛନ୍ତି ଭାରତ ମହାସାଗରୀୟ ଅଂଚଳର ଦେଶଗୁଡ଼ିକର ଅର୍ଥନୈତିକ ସ୍ଥିତିରେ ଅବନତି ଆସିବା ଯୋଗୁଁ ସେଠାରେ ବାହ୍ୟ ଶକ୍ତିମାନଙ୍କ ପ୍ରଭାବ ବଢିଚାଲିଛି । ଏହା ଭାରତର ଚିନ୍ତାକୁ ବଢାଇଦେଇଛି ।












Click it and Unblock the Notifications