ଦେଶକୁ ପୋଷଣ ଏବଂ ନିରାମୟ ଲକ୍ଷ୍ୟପଥରେ ଅଗ୍ରସର କରାଉଛି ପୋଷଣ ଅଭିଯାନ

କିଶୋରୀ ବାଳିକା, ଗର୍ଭବତୀ ମହିଳା, ସ୍ତନ୍ୟପାନକରାଉଥିବା ମାଆ ଏବଂ ୦-୬ ବର୍ଷ ବୟସର ପିଲାମାନଙ୍କ ପୁଷ୍ଟି ଓ ନିରାମୟକୁ ଗୁରୁତ୍ୱାରୋପ କରି ୨୦୧୮ ମସିହାର ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଆରମ୍ଭ କରାଯାଇଥିଲା ପୋଷଣ ଅଭିଯାନ। ଆଜି ଏହି ଅଭିଯାନକୁ ୭ ବର୍ଷ ପୂରିଛି। ଏହି ସମୟ ଭିତରେ ନିରନ୍ତର ପ୍ରୟାସ ଓ ସରକାରୀ ପ୍ରୋତ୍ସାହନରେ ଆଜି ଗାଁରୁ ସହର ସବୁ କ୍ଷେତ୍ରରେ ମହିଳା ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ରକ୍ଷା କରି ଏକ ସୁସ୍ଥ ଭାରତ ଗଠନରେ ସହାୟକ ହେଉଛି ଏହି ଅଭିଯାନ।

ରାଜସ୍ଥାନର ଝୁନଝୁନୁ ଜିଲ୍ଲାରୁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାର ଆରମ୍ଭ ହୋଇଥିବା ଏହି ପୋଷଣ ଅଭିଯାନ ଆଜି ଦେଶର ପ୍ରତି କୋଣରେ ମହିଳା, ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ସହାୟକ ହୋଇଛି। କମ୍‍ ଓଜନର ଶିଶୁ ଜନ୍ମ, ପୁଷ୍ଟି ଅଭାବ, ରକ୍ତହୀନତା ଏବଂ ବୟସ ଅନୁସାରେ ଶିଶୁଶଙ୍କ ଓଜନ ହ୍ରାସ ଆଦି ସମସ୍ୟାକୁ ଏହି ଅଭିଯାନ ମାତ୍‍ ଦେବାରେ ସକ୍ଷମ ହୋଇଛି।

Poshan Abhiyan

ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକ ହେଉଛି: ଶୂନରୁ ୬ ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ ଓଜନ ହ୍ରାସ ରୋକିବା। ଦ୍ୱିତୀୟରେ ୬ରୁ ୫୯ ମାସର ଶିଶୁଙ୍କ କ୍ଷେତ୍ରରେ ରକ୍ତହୀନତା ହାରକୁ କମାଇବା। ୧୫-୪୯ ବର୍ଷ ବୟସ ବର୍ଗର ମହିଳା ଏବଂ କିଶୋରୀ ବାଳିକାମାନଙ୍କ ମଧ୍ୟରେ ରକ୍ତହୀନତା ହ୍ରାସ କରିବା ପ୍ରଭୃତି ଏହି ଯୋଜନାର ମୂଳ ଲକ୍ଷ୍ୟ।

ଏହି ଲକ୍ଷ୍ୟକୁ ସମୟଭିତ୍ତିରେ ହାସଲ କରିବା ଲାଗି ଅଭିଯାନରେ ୪ଟି କ୍ଷେତ୍ରକୁ ବିଶେଷ ଧ୍ୟାନ ଦିଆଯାଇଛି। ପ୍ରଥମରେ ଗୁଣାତ୍ମକ ସେବା ମାଧ୍ୟମରେ ସମସ୍ୟାକୁ ବୁଝିବା ଏବଂ ପ୍ରତିକାର କରିବା। ସମନ୍ୱିତ ଶିଶୁ ବିକାଶ ଯୋଜନା, ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଭଳି ଯୋଜନା ମାଧ୍ୟମରେ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଉଛି। ବିଶେଷକରି ଶିଶୁ ଜୀବନର ପ୍ରଥମ ୧୦୦୦ ଦିନ ମଧ୍ୟରେ ଏହି କାର୍ଯ୍ୟକ୍ରମ ପ୍ରଣୟନ କରାଯାଉଛି।

ଦ୍ୱିତୀୟ କାର୍ଯ୍ୟକ୍ରମ ହେଉଛି କ୍ରସ୍-ସେକ୍ଟରାଲ୍ କନଭର୍ଜେନ୍ସ। ସ୍ୱଚ୍ଛ ଭାରତ ମିଶନ ଅଧୀନରେ ଜଳ ଏବଂ ପରିମଳ ଏବଂ ଜାତୀୟ ପାନୀୟ ଜଳ ମିଶନ ମାଧ୍ୟମରେ ପାନୀୟ ଜଳ ପ୍ରବେଶ ସମେତ ବହୁବିଧ ମନ୍ତ୍ରଣାଳୟ ମଧ୍ୟରେ ପ୍ରୟାସର ସମନ୍ୱୟ କରାଯାଉଛି।

ସେହିପରି ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି ପୁଷ୍ଟିହୀନତାକୁ ରୋକିବା ଲାଗି ପ୍ରୟାସ କରାଯାଉଛି। ପୋଷଣ ଟ୍ରାକର ଆପ୍ଲିକେସନ ଭଳି ଉପକରଣଗୁଡ଼ିକ ପ୍ରକୃତ-ସମୟ ତଥ୍ୟ ସଂଗ୍ରହ ଏବଂ ହସ୍ତକ୍ଷେପକୁ ସକ୍ଷମ କରାଯାଇଛି।

ଚତୁର୍ଥ ଓ ଶେଷ ସ୍ତମ୍ଭ ହେଉଛି ଜନ ଭାଗିଦାରୀ। ଜନସଚେତନତା ଏବଂ ପୁଷ୍ଟିସାର ସମ୍ବନ୍ଧୀୟ ଆଚରଣଗତ ପରିବର୍ତ୍ତନକୁ ଉତ୍ସାହିତ କରିବା ପାଇଁ ଜନ ଭାଗିଦାରୀ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ପୋଷଣ ଅଭିଯାନକୁ ଅଧିକ ବଳ ଦେବା ଲାଗି ଭାରତ ସରକାର "ମିଶନ ସକ୍ଷମ ଅଙ୍ଗନୱାଡି ଏବଂ ପୋଷଣ 2.0"କୁ ମଞ୍ଜୁର କରିଛନ୍ତି। ଏହା ଅନ୍ୟ ଭାଷାରେ ଯାହାକୁ ମିଶନ ପୋଷଣ 2.0 ଭାବରେ ମଧ୍ୟ ପରିଚିତ। ସ୍ୱାସ୍ଥ୍ୟ, ନିରାମୟ ଏବଂ କୁପୋଷଣରୁ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ମିଶନ ମୋଡରେ ଏହାକୁ କାର୍ଯ୍ୟକାରୀ କରାଯାଉଛି। 36ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଏବଂ 781ଟି ଜିଲ୍ଲାରେ କାର୍ଯ୍ୟ କରୁଥିବା 14,00,117 ଅଙ୍ଗନୱାଡି କେନ୍ଦ୍ର ସହାୟତାରେ ଏହି ମିଶନ ପରିଚାଳିତ ହେଉଛି। ଲକ୍ଷ୍ୟ ରହିଛି ଶିଶୁ, କିଶୋରୀ ଝିଅ, ଗର୍ଭବତୀ ମହିଳା ଏବଂ ସ୍ତନ୍ୟପାନକରାଉଥିବା ମା'ମାନଙ୍କର ସ୍ୱାସ୍ଥ୍ୟ, ନିରାମୟ ଏବଂ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା। 13,30,966 ଅଙ୍ଗନୱାଡି କର୍ମୀଙ୍କ ଦ୍ୱାରା ଏହା 10,08,89,775 ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପୁଷ୍ଟିକର ଲାଭ ପହଞ୍ଚାଯାଉଛି। ଭିତ୍ତିଭୂମି ଉନ୍ନତି ମଧ୍ୟରେ 6,77,843 ଅଙ୍ଗନୱାଡି କେନ୍ଦ୍ରର ନିଜସ୍ୱ କୋଠା, 10,07,635 କାର୍ଯ୍ୟକ୍ଷମ ଶୌଚାଳୟ ଏବଂ 12,43,472 ପାନୀୟ ଜଳ ଯୋଗାଣ ସୁବିଧା ଅନ୍ତର୍ଭୁକ୍ତ ରହିଛି।

ପୁଷ୍ଟି ଅଭିଯାନ ଭାରତର କୁପୋଷଣ ବିରୁଦ୍ଧରେ ଲଢ଼େଇରେ ଏକ ଐତିହାସିକ ପଦକ୍ଷେପ। ପ୍ରଯୁକ୍ତିବିଦ୍ୟା, କ୍ରସ୍-ସେକ୍ଟରାଲ୍ ସହଯୋଗ ଏବଂ ସମ୍ପ୍ରଦାୟ-ଚାଳିତ ପ୍ରୟାସକୁ ଏକୀକୃତ କରି, ଏହି କାର୍ଯ୍ୟକ୍ରମ ମାତୃ ଏବଂ ଶିଶୁ ପୁଷ୍ଟିସାର ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିଛି। ଏହି ମିଶନର ସଫଳତା ସେବା ପ୍ରଦାନ, ଆଚରଣଗତ ପରିବର୍ତ୍ତନ ଏବଂ ନୀତିଗତ ନବସୃଜନରେ ନିରନ୍ତର ପ୍ରୟାସ ଉପରେ ନିର୍ଭର କରେ। ନିରନ୍ତର ସରକାରୀ ସମର୍ଥନ ଏବଂ ସକ୍ରିୟ ସମ୍ପ୍ରଦାୟ ଅଂଶଗ୍ରହଣ ସହିତ, ପୋଷଣ ଅଭିଯାନ ଭାରତର ମହିଳା ଏବଂ ଶିଶୁମାନଙ୍କ ପାଇଁ ଏକ ସୁସ୍ଥ ଏବଂ ଅଧିକ ପୁଷ୍ଟିକର ଭବିଷ୍ୟତ ସୃଷ୍ଟି କରିବାକୁ ପ୍ରସ୍ତୁତ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+