କେଦାରନାଥ ମନ୍ଦିର ନଭେମ୍ବର ୩ରୁ ହେବ ବନ୍ଦ, ଜାଣନ୍ତୁ କାହିଁକି ବନ୍ଦ ହେବ ମନ୍ଦିର, କଣ ରହିଛି କାରଣ...

ବନ୍ଦ ରହିବ ଉତ୍ତରାଖଣ୍ଡର ପ୍ରସିଦ୍ଧ କେଦାରନାଥ ମନ୍ଦିର। ଭକ୍ତ ବାବା କେଦାରନାଥଙ୍କ ଦର୍ଶନ କରିପାରିବେ ନାହିଁ। ଶୀତ ସରିବା ପରେ ପୁଣି ରୀତିନୀତିରେ ମନ୍ଦିର ଖୋଲାଯିବ। ନଭେମ୍ବର ୩ ତାରିଖ ସକାଳ ସାଢ଼େ ୮ଟାରେ ଶୀତ ଋତୁ ପାଇଁ କେଦାରନାଥ ମନ୍ଦିରର ଦ୍ୱାର ବନ୍ଦ ରହିବ। ମନ୍ଦିର କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି। ପରମ୍ପରା ଅନୁଯାୟୀ ନଭେମ୍ବର ୩ ତାରିଖରେ ଭାଇ ଦୂଜ ଅବସରରେ ଶୀତ ଋତୁ ପାଇଁ କେଦାରନାଥ ମନ୍ଦିରର ଦ୍ୱାର ବନ୍ଦ ରହିବ।

ନଭେମ୍ବର ୩ ତାରିଖ ସକାଳ ସାଢ଼େ ୮ଟାରେ କବାଟ ବନ୍ଦ ହେବ ବୋଲି ମନ୍ଦିର କମିଟିର ମୁଖ୍ୟ କର୍ମକର୍ତ୍ତା ସୂଚନା ଦେଇଛନ୍ତି। ଶୀତ ଋତୁରେ ଉଖିମଠସ୍ଥିତ ଶ୍ରୀ ଓମକାରେଶ୍ୱର ମନ୍ଦିରରେ ଭଗବାନ କେଦାରନାଥଙ୍କ ଦର୍ଶନ ତାଙ୍କ କରାଯିବ। ଶ୍ରୀ ଓମକାରେଶ୍ୱର ମନ୍ଦିରକୁ କେଦାରନାଥଙ୍କ ଶୀତକାଳୀନ ବାସଭବନ ବୋଲି କୁହାଯାଏ । ତେବେ ଆପଣ ଜାଣନ୍ତି କି ବର୍ଷକରେ ୬ ମାସ ଏହି ମନ୍ଦିର ଖୋଲା ରହୁଥିବା ବେଳେ ୬ ମାସ କାହିଁକି ବନ୍ଦ ରହେ?

Kedarnath

ଉତ୍ତରାଖଣ୍ଡର ଗଡ଼ୱାଲ ଅଞ୍ଚଳରେ ସମୁଦ୍ର ପତ୍ତନରୁ ପ୍ରାୟ ୩୫୮୧ ମିଟର ଉଚ୍ଚ କେଦାର ଉପତ୍ୟକାରେ ଏହି ମନ୍ଦିର ରହିଛି। ଭଗବାନ ଶିବ ଶ୍ରୀକେଦାରନାଥ ଜ୍ୟୋତିର୍ଲିଙ୍ଗ ରୂପେ ହିମାଳୟ କୋଳରେ ବିରାଜମାନ ଅଛନ୍ତି। କେଦାର ଉପତ୍ୟକାରେ ପ୍ରବଳ ତୁଷାରପାତ ହେତୁ ଶୀତ ପଡ଼ିଲେ ଅକ୍ଟୋବର ମାସରୁ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏହି ଉପତ୍ୟକା ବରଫାବୃତ ହୋଇଯାଏ। ମନ୍ଦିର, ଶିବଲିଙ୍ଗ, ଯାତ୍ରାପଥ ବରଫରେ ଆଚ୍ଛାଦିତ ହୋଇଯାଏ। ତେଣୁ ଏହି ଛଅ ମାସ କେଦାରନାଥଙ୍କ ଦର୍ଶନ ମିଳେନାହିଁ। ଏପ୍ରିଲ ମାସରୁ ସେପ୍ଟେମ୍ବର ମାସ ମଧ୍ୟରେ କେଦାରନାଥଙ୍କର ଦର୍ଶନ ମିଳେ। ସାଧାରଣତଃ ଅକ୍ଷୟ ତୃତୀୟ ଅବସରରେ ମନ୍ଦିର ଖୋଲାଯାଇଥାଏ ଏବଂ ଦୀପାବଳି ପରଦିନ ମନ୍ଦିର କବାଟ ବନ୍ଦ କରାଯାଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+