ଲୋକପ୍ରିୟ ଶିକ୍ଷକ ଅବଧ ଓଝା ରାଜନୀତିରୁ ନେଲେ ସନ୍ନ୍ୟାସ

ଲୋକପ୍ରିୟ ଶିକ୍ଷକ ଅବଧ ଓଝା ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି। ସେ ଆମ ଆଦମୀ ପାର୍ଟି (AAP) ମଧ୍ୟ ଛାଡି ଦେଇଛନ୍ତି। ଚଳିତ ବର୍ଷ ଆରମ୍ଭରେ, ଅବଧ ଓଝା ଆମ ଆଦମୀ ପାର୍ଟି ଟିକେଟରେ ଦିଲ୍ଲୀର ପାଟପରଗଞ୍ଜ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । କିନ୍ତୁ ତାଙ୍କୁ ଶୋଚନୀୟ ପରାଜୟ ବରଣ କରିବାକୁ ପଡିଥିଲା। ରାଜନୀତିରୁ ସନ୍ନ୍ୟାସ ନେବା ପରେ ଅବଧ ଓଝା ଏକ ପଡକାଷ୍ଟରେ କହିଛନ୍ତି ଯେ, ସେ ପୂର୍ବ ଅପେକ୍ଷା ଅଧିକ ଖୁସି । କାରଣ ସେ ଏବେ ମୁକ୍ତ ଭାବରେ ତାଙ୍କ ମନର କଥା କହିପାରିବେ। ନିର୍ବାଚନ ଲଢ଼ିବା ପରେ ସେ ଅନୁଭବ କରିଥିଲେ ଯେ, ସେ ଏଥିପାଇଁ ଉପଯୁକ୍ତ ନୁହନ୍ତି।

ଅବଧ ଓଝା କହିଛନ୍ତି, ସେ ପିଲାଦିନରୁ ରାଜନୀତି କରିବାକୁ ସ୍ୱପ୍ନ ଦେଖିଥିଲେ। ତାଙ୍କର ରାଜନୀତି ପ୍ରତି ଆଗ୍ରହ ଥିଲା। ସେ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ। ସେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ପାଟପରଗଞ୍ଜର ଲୋକଙ୍କଠାରୁ ତାଙ୍କୁ ବହୁତ ସମ୍ମାନ ମିଳିଥିଲା। ସେ ଦ୍ୱିତୀୟ ସ୍ଥାନରେ ରହିଥିଲେ। କିନ୍ତୁ ନିର୍ବାଚନ ଲଢ଼ିବା ପରେ, ସେ ଅନୁଭବ କଲେ ଯେ ତାଙ୍କୁ ରାଜନୀତିରେ ରହିବା ଉଚିତ୍ ନୁହେଁ, ତେଣୁ ସେ ରାଜନୀତିରୁ ସନ୍ନ୍ୟାସ ନେଇଛନ୍ତି ।

Avadh ojha

ସେ ଆହୁରି କହିଛନ୍ତି ଯେ, ସେ ଆଉ ରାଜନୀତିକୁ ଆସିବେ ନାହିଁ । ଏଥିରୁ ଅବସର ନେଇ ସେ ବହୁତ ଖୁସି। ରାଜନୀତିରେ କହିବା ବନ୍ଦ ହୋଇଯାଇଥିଲା । ଦଳୀର ଧାର୍ଯ୍ୟ ସୀମା ବାହାରେ କହିପାରୁନଥିଲେ। ଏବେ, କେହି ତାଙ୍କୁ ଫୋନ୍ କରି କହିବେ ନାହିଁ ଯେ , ଏଭଳି କହିବା ଅନୁଚିତ । ଏବେ, ସେ ଯାହା ଇଚ୍ଛା କହିବେ। କେହି ତାଙ୍କୁ ବାଧା ଦେବେ ନାହିଁ।

ପାଟପରଗଞ୍ଜରେ ବିଜେପି ପ୍ରାର୍ଥୀ ରବିନ୍ଦର ସିଂହ ନେଗି ଅବଧ ଓଝାଙ୍କୁ ପରାସ୍ତ କରିଥିଲେ । ନେଗି ୭୪,୦୬୦ ଭୋଟ ପାଇଥିଲେ, ଆପ ପ୍ରାର୍ଥୀ ଅବଧ ଓଝା ୪୫,୯୮୮ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। କଂଗ୍ରେସ ପ୍ରାର୍ଥୀ ଅନିଲ କୁମାର ୧୬,୫୪୯ ଭୋଟ ପାଇଥିଲେ। କୋଚିଂ ଜଗତରେ ଅବଧ ଓଝାଙ୍କ ନାମ ବହୁତ ଲୋକପ୍ରିୟ। ତାଙ୍କର ଜନ୍ମ ୩ ଜୁଲାଇ ୧୯୮୪ରେ ଉତ୍ତର ପ୍ରଦେଶର ଗୋଣ୍ଡାରେ ହୋଇଥିଲା। ସେ ପିଲାଦିନରୁ ଆଇଏଏସ୍ ଅଧିକାରୀ ହେବାର ସ୍ୱପ୍ନ ଦେଖିଥିଲେ। ସ୍ନାତକ ହେବା ପରେ, ଓଝା ୟୁପିଏସସି ପାଇଁ ପ୍ରସ୍ତୁତି ପାଇଁ ଦିଲ୍ଲୀ ଚାଲିଯାଇଥିଲେ। ସେ ପରୀକ୍ଷାରେ ବିଫଳ ହୋଇଥିଲେ। ଏହା ପରେ, ସେ କୋଚିଂ କ୍ଲାସ ନେବା ଆରମ୍ଭ କରିଥିଲେ। ଛାତ୍ରମାନେ ତାଙ୍କ ଶିକ୍ଷାଦାନ ଶୈଳୀକୁ ପସନ୍ଦ କରିଥିଲେ। ସେ ଧୀରେ ଧୀରେ ଲୋକପ୍ରିୟତା ହାସଲ କରିଥିଲେ। ଅବଧ ଓଝା ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚିତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+