ଲୋକପ୍ରିୟ ଅଭିନେତା ବା ମହାଭାରତର କର୍ଣ୍ଣ ପଙ୍କଜ ଧୀରଙ୍କ ପରଲୋକ, କ୍ୟାନ୍‌ସର ନେଲା ଜୀବନ

ବଲିଉଡ ଅଭିନେତା ତଥା ମହାଭାରତର ପ୍ରସିଦ୍ଧ କର୍ଣ୍ଣ ଭୂମିକାରେ ଅଭିନୟ କରିଥିବା ପଙ୍କଜ ଧୀରଙ୍କ ଆଜି ପରଲୋକ ହୋଇଛି । ବି.ଆର ଚୋପ୍ରାଙ୍କ ମହାଭାରତରେ କର୍ଣ୍ଣଙ୍କ ସ୍ମରଣୀୟ ଚରିତ୍ର ପାଇଁ ଘରେ ଘରେ ପରିଚିତ ହୋଇଥିଲେ ପଙ୍କଜ । ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ହେବ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୬୮ବର୍ଷ ବୟସରେ ଗତକାଲି ତାଙ୍କର ହଠାତ୍‍ ଦେହାନ୍ତ ହୋଇଛି । କୁହାଯାଉଛି ଯେ ଦୀର୍ଘ ଦିନ ଧରି ସେ କର୍କଟ ରୋଗରେ ପୀଡିତ ଥିଳେ । ପଙ୍କଜଙ୍କ ମୃତ୍ୟୁ ଖବର ଶୁଣିବା ପରେ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଜଗତରେ ଶୋକର ଛାୟା ଖେଳିଯାଇଛି ।

Pankaj Dhir

ପଙ୍କଜ ଧୀର ତାଙ୍କର ଚମକ୍ରାର ଅଭିନୟ ଦକ୍ଷତା ଏବଂ ଶକ୍ତିଶାଳୀ କଣ୍ଠସ୍ୱର ପାଇଁ ଜଣାଶୁଣା ଥିଲେ । କିନ୍ତୁ ୧୯୮୮ ମସିହାରେ ଐତିହାସିକ ନାଟକ ମହାଭାରତରେ କର୍ଣ୍ଣଙ୍କ ଚରିତ୍ର ତାଙ୍କୁ ପ୍ରକୃତରେ ଅମର କରିଥିଲା । କର୍ଣ୍ଣଙ୍କ ଚରିତ୍ର ଏତେ ଲୋକପ୍ରିୟ ହୋଇଥିଲେ ଯେ ଦେଶର ଅନେକ ସ୍ଥାନରେ ତାଙ୍କର ପ୍ରତିମା ପୂଜା ପାଉଥିଲା । ପଙ୍କଜ 'ସଡକ୍‍' ସୈନିକ' ଏବଂ ବାଦଶାହା ସମେତ ଅନେକ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ ଏବଂ ଟେଲିଭିଜରେ ସକ୍ରିୟ ଥିଲେ ।

ରିପୋର୍ଟ ଅନୁସାରେ ପଙ୍କଜ ଧୀରଙ୍କ ଶେଷକୃତ୍ୟ ମୁମ୍ବାଇର ଭିଲେ ପାର୍ଲେସ୍ଥିତ ପବନ ହଂସ ଶ୍ମଶାନରେ କରାଯିବ । ତାଙ୍କ ପରିବାର ଏବଂ ନିକଟତମ ବନ୍ଧୁମାନଙ୍କ ସହିତ ଅନେକ ପ୍ରମୁଖ ଚଳଚ୍ଚିତ୍ର ତାରକା ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପହଞ୍ଚିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+