ବିମାନବନ୍ଦରରେ ଦୟନୀୟ ସ୍ଥିତି, ଟଳିନି ଇଣ୍ଡିଗୋ ସଙ୍କଟ ; ଦିଲ୍ଲୀ ବିମାନବନ୍ଦର ପକ୍ଷରୁ ପରାମର୍ଶ ଜାରି

ଟଳିନି ଇଣ୍ଡିଗୋ ସଙ୍କଟ । ଆଜି ବି ଯାତ୍ରୀ ହନ୍ତସନ୍ତ । ବିମାନବନ୍ଦରରେ ଦୟନୀୟ ସ୍ଥିତି । ବିମାନ ଯାତ୍ରୀଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ କଷ୍ଟଦାୟକ ସାବ୍ୟସ୍ତ ହୋଇଛି । ଦେଶର ସବୁଠାରୁ ବଡ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଗୋ ଆଜି ଏକକାଳୀନ ଶହ ଶହ ବିମାନ ବାତିଲ କରିଦେଇଛି । ମିଳିଥିବା ସୂଚନା ଅନୁଯାୟୀ, କେବଳ ଦିଲ୍ଲୀ ବିମାନବନ୍ଦରରୁ ଇଣ୍ଡିଗୋର ବିମାନ ବାତିଲ କରାଯାଇଥିବା ବେଳେ ସାରା ଦେଶରେ ଏହି ସଂଖ୍ୟା ୪୦୦ ରୁ ଅଧିକ ପାର୍ କରିଛି ।

ଏଭଳି ପରିସ୍ଥିତି ଯୋଗୁଁ ହଜାର ହଜାର ଯାତ୍ରୀ ବିମାନବନ୍ଦରରେ ଫସି ରହିଛନ୍ତି ଓ ପ୍ରବଳ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଇଣ୍ଡିଗୋ ଏୟାରଲାଇନ୍ସରେ ହଠାତ୍ କର୍ମଚାରୀ ଅଭାବ ଏବଂ ବୈଷୟିକ ପରିଚାଳନା ସମସ୍ୟା ଦେଶବ୍ୟାପୀ ହଜାର ହଜାର ଯାତ୍ରୀଙ୍କୁ ବାଧା ଦେଇଛି। ଦିଲ୍ଲୀ, ମୁମ୍ବାଇ, ଅହମ୍ମଦାବାଦ, ଜୟପୁର, ଇନ୍ଦୋର, କୋଚି ଏବଂ ତିରୁବନନ୍ତପୁରମ ସମେତ ଅନେକ ବିମାନବନ୍ଦରରେ ବଡ଼ ଧରଣର ବିମାନ ବାତିଲ କିମ୍ବା ବିଳମ୍ବ ହୋଇଛି, ଯାହା ଫଳରେ ବିମାନବନ୍ଦର ଟର୍ମିନାଲରେ ପ୍ରବଳ ଭିଡ଼ ସୃଷ୍ଟି ହୋଇଛି।

IndiGo crisis

ଯାତ୍ରୀମାନେ ଅନେକ ସ୍ଥାନରେ ସେମାନଙ୍କର ଅସନ୍ତୋଷ ପ୍ରକାଶ କରିଛନ୍ତି, ଏବଂ ଏହା ସୋସିଆଲ ମିଡିଆରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଉଛି।ଇଣ୍ଡିଗୋର ଫ୍ଲିଟ୍ ଓ ସଂଯୋଗ ନେଟୱାର୍କ ଯୋଗୁଁ, ଏହାର ପ୍ରଭାବ ସାରା ଦେଶରେ ଅନୁଭୂତ ହୋଇଥିଲା । ବିମାନବନ୍ଦର କର୍ତ୍ତୃପକ୍ଷ ଓ ଇଣ୍ଡିଗୋ ସହ ବିଳମ୍ବିତ ରାତି ପର୍ଯ୍ୟନ୍ତ ପରାମର୍ଶ ଜାରି କରାଯାଇଥିଲା । କିନ୍ତୁ ରାତି ୧୨.୦୦ ସୁଦ୍ଧା ପରିସ୍ଥିତିର ସମାଧାନ ହେବା ଭଳି ଲାଗିନି । ଫଳରେ ଆଜି ବି ସେଇ ସମାନ ପରିସ୍ଥିତି ଲାଗି ରହିଛି ।

ସେପଟେ ଦିଲ୍ଲୀ ବିମାନବନ୍ଦର ପକ୍ଷରୁ ଆଡଭାଇଜରି ଜାରି ହୋଇଛି । ଯାତ୍ରୀଙ୍କୁ ବିମାନର ଷ୍ଟାଟସ୍‌ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି । ପରାମର୍ଶରେ କୁହାଯାଇଛି ଯେ, ଇଣ୍ଡିଗୋ ଇପରେସନ ଠିକ୍‌ ହେବାକୁ ଲାଗିବ ସମୟ । ସେବା ସାଧାରଣ ହେବାକୁ ଆହୁରି ଲାଗିବ ୫ରୁ ୧୦ଦିନ । ସ୍ଥିତି ଉପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ନଜର ରଖିଛି ।

ଡିସେମ୍ବର ୬, ୨୦୨୫ ପାଇଁ ବିମାନ ଟିକେଟ ମୂଲ୍ୟରେ ଉଲ୍ଲେଖନୀୟ ବୃଦ୍ଧି ଦେଖାଯାଉଛି । ଭାରତର ସବୁଠାରୁ ବ୍ୟସ୍ତବହୁଳ ବିମାନ ଯାତ୍ରା ରୁଟ୍ ମଧ୍ୟରୁ ଗୋଟିଏ । ଦିଲ୍ଲୀରୁ ମୁମ୍ବାଇକୁ ବିମାନ ଟିକେଟ ମୂଲ୍ୟ ₹୪୮,୦୦୦ରେ ପହଞ୍ଚିଛି । ଯେତେବେଳେ ଆଣ୍ଡାମାନକୁ ବିମାନ ଟିକେଟ ମୂଲ୍ୟ ₹୯୨,୦୦୦ରେ ପହଞ୍ଚିଛି । ୨୦୨୫ ରେ ପ୍ରକାଶିତ ଆନ୍ତର୍ଜାତୀୟ ବିମାନ ପରିବହନ ସଂଘ (IATA) ତଥ୍ୟ ଅନୁସାରେ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, କୋଲକାତା ଏବଂ ହାଇଦ୍ରାବାଦ ମଧ୍ୟରେ ବିମାନଗୁଡିକ ସର୍ବାଧିକ ଯାତ୍ରୀ ଯାତାୟାତ କରିବ, ଯାହା ଭବିଷ୍ୟତରେ ଭାରତର ସବୁଠାରୁ ବ୍ୟସ୍ତବହୁଳ ଘରୋଇ ରୁଟ୍ ହେବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+