ସୁପ୍ରିମକୋର୍ଟ ମାଗିଲେ ପ୍ରଦୂଷିତ ସହରଗୁଡ଼ିକର ତାଲିକା
ଦିଲ୍ଲୀ-ଏନସିଆର୍ ପ୍ରଦୂଷଣ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଦେଶର ଅନ୍ୟ ପ୍ରଦୂଷିତ ସହରଗୁଡ଼ିକ ବିଷୟରେ ମଧ୍ୟ ତଥ୍ୟ ଲୋଡ଼ିଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଏହି ସମସ୍ୟାର ମୁକାବିଲା ପାଇଁ ଅନ୍ୟାନ୍ୟ ସହରରେ ମଧ୍ୟ ବ୍ୟବସ୍ଥା କରିବାକୁ ଚେଷ୍ଟା କରାଯିବ । ଜଷ୍ଟିସ୍ ଅଭୟ ଏସ୍ ଓକା ଓ ମନମୋହନଙ୍କ ବେଞ୍ଚ କହିଛନ୍ତି, ସୁପ୍ରିମକୋର୍ଟ ଦିଲ୍ଲୀରେ ଅଛନ୍ତି ଏହାର ଅର୍ଥ ନୁହେଁ ଯେ ଆମର ଚିନ୍ତାଧାରା କେବଳ ଏହା ଭିତରେ ସୀମିତ । କୋର୍ଟ ସାରା ଦେଶରେ ପ୍ରଦୂଷଣକୁ ନେଇ ଶୁଣାଣି କରିବ ।
ଜଷ୍ଟିସ ଅଭୟ ଏସ୍ ଓକା ଓ ଜଷ୍ଟିସ ମନମୋହନ କହିଛନ୍ତି, "ବାୟୁ ପ୍ରଦୂଷଣ ସମସ୍ୟା ରହିଥିବା ଅନ୍ୟ ବଡ଼ ସହରଗୁଡ଼ିକ ତାଲିକା ଦିଅନ୍ତୁ। ସେସବୁ ସହର ଗୁଡ଼ିକ ପାଇଁ କିଛି ସଂସ୍ଥାର ଆବଶ୍ୟକ ରହିଛି କି ନାହିଁ, ସେକଥା ଜଣାନ୍ତୁ। ଆମେ ଉକ୍ତ ସଂସ୍ଥାକୁ ସର୍ବଭାରତୀୟ ସ୍ତରକୁ ବୃଦ୍ଧି କରିପାରୁ। ଆମେ ସୁପ୍ରିମକୋର୍ଟରେ ବସି କେବଳ ଦିଲ୍ଲୀର ପ୍ରଦୂଷଣ କଥା ଚିନ୍ତା କରୁଛୁ ବୋଲି ଗୋଟିଏ ଭୁଲ ଚିନ୍ତାଧାରା ବାହାରକୁ ଯାଉ ବୋଲି ଆମେ ଚାହୁଁନାହୁଁ। ତେଣୁ ଦିଲ୍ଲୀ ଭଳି ପ୍ରଦୂଷଣ ନିୟନ୍ତ୍ରଣ ବ୍ୟବସ୍ଥା ସମଗ୍ର ଦେଶରେ ମଧ୍ୟ ଲାଗୁ କରାଯାଇ ପାରେ।"

ଅନ୍ୟ ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଦିଲ୍ଲୀରେ ମଧ୍ୟ ସ୍ଥିତି ଉତ୍କଟ ହେଉଛି ବୋଲି କୋର୍ଟ ଜାଣିବା ପରେ ଅନ୍ୟ ରାଜ୍ୟର ପ୍ରଦୂଷଣ ସମ୍ପର୍କରେ ତାଲିକା ମାଗିଛନ୍ତି।












Click it and Unblock the Notifications