ଦେଶରେ ବଢୁଛି ପ୍ରଦୂଷଣ ; ପ୍ରକାଶ ପାଇଲା ବିଶ୍ୱ ପ୍ରଦୂଷଣ ତାଲିକା, ଭାରତର ସ୍ଥାନ ପଞ୍ଚମରେ, ଏକ ନମ୍ବରରେ ଦିଲ୍ଲୀ
ମଙ୍ଗଳବାର ବିଶ୍ବର ସବୁଠାରୁ ଅଧିକ ପ୍ରଦୂଷିତ ସହର ଗୁଡିକର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ୨୦ ସହର ମଧ୍ୟରୁ ଭାରତର ୧୩ଟି ସହର ସ୍ଥାନ ପାଇଛନ୍ତି। ସ୍ବିଜରଲାଣ୍ଡର କମ୍ପାନୀ ଆଇକ୍ୟୁ ଏୟାର ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ତାଲିକା ଅନୁସାରେ ଆସାମର ବିର୍ନିହାଟ ଏକ ନମ୍ବର ସ୍ଥାନରେ ରହିଛି।

ତେବେ ଦିଲ୍ଲୀ ବିଶ୍ବର ସବୁଠାରୁ ଅଧିକ ପ୍ରଦୂଷିତ ରାଜଧାନୀ ଭାବେ ରେକର୍ଡ କରିଛି। ତେବେ ୨୦୨୪ ତୁଳନାରେ ଭାରତରେ ପ୍ରଦୂଷଣର ମାତ୍ରା ହ୍ରାସ ପାଇଛି। ୨୦୨୩ରେ ଭାରତ ପ୍ରଦୂଷିତ ରାଷ୍ଟ୍ର ମାନଙ୍କ ମଧ୍ୟରେ ୩ ନମ୍ବର ସ୍ଥାନରେ ରହିଥିବା ବେଳେ ବର୍ତ୍ତମାନ ୨ଟି ସ୍ଥାନ ଉପରକୁ ଉଠିଛି। ଭାରତରେ ପ୍ରଦୂଷଣ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଦେଶ ସବୁଠାରୁ ଅଧିକ ପ୍ରଦୂଷିତ ରାଷ୍ଟ୍ର ତାଲିକାରେ ପଞ୍ଚମ ସ୍ଥାନରେ ରହିଛି।
ପିଏମ ୨.୫ କନସେଣ୍ଟ୍ରେସନ ପାର୍ଟିକିଲରେ ୭ ପ୍ରତିଶତ ହ୍ରାସ ଘଟିଛି। ପ୍ରତି କ୍ୟୁବିକ ମିଟରରେ ୫୦.୬ ମାଇକ୍ରୋଗ୍ରାମ ପିଏମ ୨.୫ କନସେଣ୍ଟ୍ରେସନ ପାର୍ଟିକିଲ ରହିଥିବା ବେଳେ ୨୦୨୩ରେ ଏହି ସଂଖ୍ୟା ୫୪.୪ ରହିଥିଲା। ପ୍ରଦୂଷଣରେ ହ୍ରାସ ଘଟିଥିଲେ ମଧ୍ୟ ବିଶ୍ବର ୧୦ ପ୍ରଦୂଷିତ ସହରରୁ ୬ଟି ସହର ଭାରତର ରହିଛି । ଦିଲ୍ଲୀରେ ପିଏମ ୨.୫ କନସେଣ୍ଟ୍ରେସନ ପାର୍ଟିକିଲ ସ୍ତରରେ ସାମାନ୍ୟ ହ୍ରାସ ଘଟିଛି। ୨୦୨୩ରେ ଏହି ସଂଖ୍ୟା ୯୨.୭ ରହିଥିବା ବେଳେ ଚଳିତ ବର୍ଷ ଏହା ୯୧.୬ରେ ପହଞ୍ଚିଛି।
ଭାରତର ୧୩ଟି ସହର ବିଶ୍ବର ୨୦ ପ୍ରଦୂଷିତ ସହର ମଧ୍ୟରେ ରହିଛି। ବିର୍ନିହାଟ, ଦିଲ୍ଲୀ, ମୁଲ୍ଲାନପୁର, ଫରିଦାବାଦ, ଲୋନି, ନୂଆଦିଲ୍ଲୀ, ଗୁରୁଗ୍ରାମ, ଗଙ୍ଗାନଗର, ଗ୍ରେଟର ନୋଇଡା, ଭିୱାଡି, ମୁଜାଫରନଗର, ହନୁମାନଗଡ ଓ ନୋଇଡା ଏହି ତାଲିକାରେ ସାମିଲ ଅଛନ୍ତି। ଭାରତର ୩୫ ପ୍ରତିଶତ ସହରରେ ପିଏମ ୨.୫ କନସେଣ୍ଟ୍ରେସନ ପାର୍ଟିକିଲ ସ୍ତର ଧାର୍ଯ୍ୟ ମାନଠାରୁ ୧୦ ଗୁଣ ଅଧିକ ରହିଛି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଧାର୍ଯ୍ୟ ମାନକ ଅନୁଯାୟୀ ଏହା ୫ ରହିବା ଉଚିତ।












Click it and Unblock the Notifications