ଦିଲ୍ଲୀରେ ଦିନକୁ ଦିନ ବଢିବାରେ ଲାଗିଛି ପ୍ରଦୁଷଣ , ଅସ୍ତବ୍ୟସ୍ତ ହେଉଛନ୍ତି ...

ଦିଲ୍ଲୀର ବାୟୁମଣ୍ଡଳ ଦିନକୁ ଦିନ ଖରାପ ହେବାରେ ଲାଗିଛି। ଶନିବାର ସହରର ଏକ୍ୟୁଆଇ (ବାୟୁ ମାନ ସୂଚକାଙ୍କ) ୪୦୦ ଅତିକ୍ରମ କରିଥିବାବେଳେ ପ୍ରଦୂଷଣ ସ୍ଥିତି ସାଂଘାତିକବର୍ଗରେ ପ୍ରବେଶ କରିଛି। ଦିଲ୍ଲୀର ଏକାଧିକ ଅଞ୍ଚଳକୁ ରେଡ୍‌ ଜୋନ ଘୋଷଣା କରାଯାଇଛି। କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ରିପୋର୍ଟ ଅନୁଯାୟୀ ଶନିବାର ଦିଲ୍ଲୀ ଦେଶର ସବୁଠାରୁ ପ୍ରଦୂଷିତ ସହର ଭାବେ ମାନ୍ୟତାଲାଭ କରିଛି। ଦିଲ୍ଲୀର ଅଲୀପୁରରେ ଏକ୍ୟୁଆଇ ୪୦୪ ରେକର୍ଡ କରାଯାଇଥିବାବେଳେ ଆଇଟିଓରେ ୪୦୨, ନେ​‌େ​‌ହରୁ ନଗରରେ ୪୦୬, ବିବେକ ବିହାରରେ ୪୧୧, ୱାଜିରପୁରରେ ୪୨୦ ଓ ବୁରାରିରେ ୪୧୮ ରେକର୍ଡ କରାଯାଇଛି।

delhi

ଏନ୍‌ସିଆର (ନ୍ୟାସନାଲ କ୍ୟାପିଟାଲ ରିଜିଅନ) ମଧ୍ୟ ପ୍ରଦୂଷଣ ବଳୟରୁ ବର୍ତ୍ତି ପାରୁନାହିଁ। ଶନିବାର ନୋଏଡାରେ ଏକ୍ୟୁଆଇ ୩୫୪ ରେକର୍ଡ କରାଯାଇଥିବାବେଳେ ଗ୍ରେଟର ନୋଏଡାରେ ୩୩୬, ଗାଜିଆବାଦରେ ୩୩୯ ରହିଥିଲା। ଆଗାମୀ କିଛି ଦିନ ଦିଲ୍ଲୀର ଆକାଶ ଅତ୍ୟନ୍ତ ଖରାପ ରହିବ ବୋଲି ପାଣିପାଗ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି।

ଦୀପାବଳି ପରଠାରୁ ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି ଜଟିଳ ହେବାରେ ଲାଗିଛି। ବିଶୁଦ୍ଧ ବାୟୁ ପାଇବାକୁ ଲୋକେ ଘରେ ଏୟାର ପ୍ୟୁରିଫାୟର ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନଦଣ୍ଡ ଅନୁଯାୟୀ ୦-୫୦ ଏକ୍ୟୁଆଇକୁ ଉତ୍ତମ, ୫୧-୧୦୦ ଏକ୍ୟୁଆଇକୁ ସନ୍ତୋଷଜନକ, ୧୦୧-୨୦୦ ଏକ୍ୟୁଆଇକୁ ସ୍ବାଭାବିକ, ୨୦୧-୩୦୦ ଏକ୍ୟୁଆଇକୁ ଖରାପ, ୩୦୧-୪୦୦ ଏକ୍ୟୁଆଇକୁ ଅତ୍ୟନ୍ତ ଖରାପ ଏବଂ ୪୦୧-୫୦୦ ଏକ୍ୟୁଆଇକୁ ସାଂଘାତିକ ବୋଲି ଦର୍ଶାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+