ଭୟଙ୍କର ହେଉଛି ଦିଲ୍ଲୀରେ ପ୍ରଦୂଷଣ; ବଡ ନିଷ୍ପତ୍ତି ନେଲେ ଦିଲ୍ଲୀ ସରକାର, ଆଲାଇନରେ ଚାଲିବ ପାଠପଢା

ଚରମରେ ପହଞ୍ଚିଛି ଦିଲ୍ଲୀରେ ବାୟୁ ପ୍ରଦୂଷଣ। ଜାତୀୟ ରାଜଧାନୀର ବାୟୁମଣ୍ଡଳକୁ ଆଚ୍ଛାଦିତ କରି ରଖିଛି ଧୂଆଁ ସାଙ୍ଗକୁ କୁହୁଡ଼ି। ଫଳରେ ରାସ୍ତାଘାଟ ଦେଖାଯାଉ ନ ଥିବାବେଳେ ନିଶ୍ୱାସ ନେବାବି କଷ୍ଟକର ହୋଇ ପଡ଼ିଲାଣି। ଏହାକୁ ଦୃଷ୍ଟିରେ ରଖି ଅଲନାଇଲନରେ କ୍ଲାସ୍ କରାଇବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର।

Delhi pollution

ଦିଲ୍ଲୀର ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଅନଲାଇନ୍ କ୍ଲାସ୍ ଚାଲିବ। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଏକ୍ସ ପୋଷ୍ଟ ଯୋଗେ ସୂଚନା ଦେଇଛନ୍ତି। ସ୍ଥିତିରେ ସୁଧାର ନ ଆସିବା ପର୍ଯ୍ୟନ୍ତ ଅନଲାଇନ୍ କ୍ଲାସ୍ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଗତ ତିନି ଦିନ ହେବ ଦିଲ୍ଲୀର ବାୟୁ ଗୁଣବତ୍ତା ନିମ୍ନସ୍ତରକୁ ଖସି ଆସିଛି। ଏୟାର୍ କ୍ୱାଲିଟି ଇଣ୍ଡେକ୍ସ (AQI) ବା ବାୟୁ ଗୁଣବତ୍ତା ସୂଚକାଙ୍କ 498ରେ ପହଞ୍ଚିଛି, ଯାହା ଅତ୍ୟନ୍ତ ଖରାପ। IQAir (ଏକ ସ୍ୱିସ୍ କମ୍ପାନୀ) ରିପୋର୍ଟ ଅନୁସାରେ, ଆଜି ସକାଳ ୭ଟା ସୁଦ୍ଧା ଦିଲ୍ଲୀ ହେଉଛି ବିଶ୍ୱର ଦ୍ୱିତୀୟ ପ୍ରଦୂଷିତ ସହର। ପ୍ରଥମରେ ପାକିସ୍ତାନର ଲାହୋର ରହିଛି। ଲାହୋରରେ ବାୟୁ ଗୁଣବତ୍ତା ସୂଚକାଙ୍କ ୭୭୯।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସମୀର ଆପ୍ ଅନୁଯାୟୀ, ଆଜି ସକାଳେ ଦିଲ୍ଲୀର ପାଞ୍ଚଟି ସହରରେ ପ୍ରଦୂଷଣର ମାତ୍ରା ସର୍ବାଧିକ ରହିଛି। ଜାହାଙ୍ଗୀରପୁରୀ (AQI ୪୫୮), ବାୱାନା (୪୫୫), ୱାଜିରପୁର (୪୫୫), ରୋହିଣୀ (୪୫୨) ଏବଂ ପଞ୍ଜାବୀ ବାଗ (୪୪୩)ରେ ପହଞ୍ଚିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+