ଦିଲ୍ଲୀରେ ସରିଲା ପ୍ରଚାର: ୫ ତାରିଖରେ ଅନୁଷ୍ଠିତ ହେବ ମତଦାନ, ୧.୫୬ କୋଟି ଲୋକ ଦେବେ ଭୋଟ୍
Delhi Assembly Election: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ପ୍ରଚାର ସୋମବାର ଅର୍ଥାତ୍ ଫେବ୍ରୁଆରୀ ୩ ତାରିଖ ସନ୍ଧ୍ୟା ୬ଟାରେ ଶେଷ ହୋଇଛି । ଫେବ୍ରୁଆରୀ ୫ ତାରିଖରେ ମତଦାନ ଅନୁଷ୍ଠିତ ହେବ ଏବଂ ଫେବ୍ରୁଆରୀ ୮ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।

ନିର୍ବାଚନ ପ୍ରଚାରର ଶେଷ ଦିନରେ, ରାଜନୈତିକ ଦଳର ବଡ଼ ନେତାମାନେ ଜନସାଧାରଣଙ୍କ ସହ ସିଧାସଳଖ ଯୋଗାଯୋଗ କରୁଥିବାର ଦେଖିବା ପାଇଁ ମିଳିଥିଲା । ବେଶ୍ ସରଗରମ ରହିଥିଲା ରାଜନୈତୀକ ମାହୋଲ । ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀର ୧.୫୬ କୋଟି ଭୋଟର ମତଦାନ କରିବା ନେଇ ସୂଚନା ରହିଛି ।
ପୂର୍ବରୁ ନିର୍ବାଚନ କମିଶନ ଫେବୃଆରୀ ୫ ତାରିଖ ସକାଳ ୭ଟାରୁ ସନ୍ଧ୍ୟା ୬:୩୦ ପର୍ଯ୍ୟନ୍ତ ଏକଜିଟ୍ ପୋଲ ଉପରେ ରୋକ୍ ଲଗାଇଛନ୍ତି। ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟ ଏକ ନିର୍ଦ୍ଦେଶ ଜାରି କରିଛି। ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁଯାୟୀ, ଦିଲ୍ଲୀରେ ମତଦାନ ପାଇଁ ୧୩ ହଜାର ୭୬୬ ପୋଲିଂ ବୁଥର ବ୍ୟବସ୍ଥା କରାଯାଇଛି। ୮୩.୭୬ ଲକ୍ଷ ପୁରୁଷ, ୭୨.୩୬ ଲକ୍ଷ ମହିଳା ଏବଂ ୧୨୬୭ ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି। ଦିବ୍ୟାଙ୍ଗମାନଙ୍କ ପାଇଁ ୭୩୩ଟି ମତଦାନ କେନ୍ଦ୍ର ସଂରକ୍ଷିତ କରାଯାଇଛି।












Click it and Unblock the Notifications