ବିଜେପି ନେତାଙ୍କ ବିରୁଦ୍ଧରେ ମାମଲା ରୁଜୁ କଲେ ନିର୍ବାଚନ ଆୟୋଗ
ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ମହାରାଷ୍ଟ୍ରରେ ହାଇ ଡ୍ରାମା ଦେଖିବାକୁ ମିଳିଛି। ରାଜ୍ୟର ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆସିଛି। ସେ ଭୋଟ୍ ପାଇଁ ଲୋକଙ୍କୁ ଟଙ୍କା ବାଣ୍ଟିଥିବା ଅଭିଯୋଗ ହୋଇଛି। ତାୱଡେ ପାଲଘର ଜିଲ୍ଲାରେ ଟଙ୍କା ବାଣ୍ଟିଥିବା ବହୁଜନ ବିକାଶ ଅଗାଡ଼ି (ବିଭିଏ) ଦଳ ଅଭିଯୋଗ ଆଣିଥିଲା । ଆଉ ବର୍ତ୍ତମାନ ତାଙ୍କ ବିରୋଧରେ ବିନୋଦ ତାୱଡେଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି ନିର୍ବାଚନ ଆୟୋଗ। ଭୋଟ୍ ପାଇଁ ଟଙ୍କା ବାଣ୍ଟିଥିବା ଅଭିଯୋଗ ଆସିବା ପରେ ନିର୍ବାଚନ ଆୟୋଗ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି।
ବହୁଜନ ବିକାଶ ଅଗାଡି (BVA) ତାୱଡେ ପାଲଘର ଜିଲ୍ଲାରେ ଟଙ୍କା ବାଣ୍ଟିଥିବା ଅଭିଯୋଗ କରିଥିଲା। ବିଧାନସଭା ନିର୍ବାଚନ ପାଇଁ ଭୋଟିଂ ହେବାର ଗୋଟିଏ ଦିନ ପୂର୍ବରୁ ବିଜେପି ବିରୁଦ୍ଧରେ ଏପରି ସାଙ୍ଘାତିକ ଅଭିଯୋଗ ଆସିଥିଲା। BVA ଭିଡିଓ ଶେଆର କରି ଏହି ଅଭିଯୋଗ ଆଣିବାର କିଛି ସମୟ ପରେ ନିର୍ବାଚନ ଆୟୋଗ ତାୱଡେଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛନ୍ତି।

ପ୍ରକାଶ ଥାଉକି, BVA ବିଧାୟକ ହିତେନ୍ଦ୍ର ଠାକୁର ବିଜେପି ନେତା ତଥା ସାଧାରଣ ସମ୍ପାଦକ ବିନୋଦ ତାୱଡେ ଏବଂ ନାଲସପୋରାର ବିଜେପି ପ୍ରାର୍ଥୀ ରାଜନ ନାଏକଙ୍କର ଏକ ଭିଡିଓ ଜାରି କରିଥିଲେ। ଉଭୟ ପାଲଘର ଜିଲ୍ଲାର ଏକ ହୋଟେଲରେ ଆଲୋଚନା କରିବା ସମୟରେ ତାୱଡେ ୫ କୋଟି ଟଙ୍କା ଦେଇଥିବା ଦଳ ଅଭିଯୋଗ କରିଛି।












Click it and Unblock the Notifications