ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା ପୂର୍ବରୁ ଗଡ଼କରୀଙ୍କ ବଡ଼ ବୟାନ, କହିଦେଲେ କିଛି ଏମିତି...

ମୁମ୍ବାଇ : ମହାରାଷ୍ଟ୍ରରେ ମହାୟୁତିର ନୂତନ ସରକାର ଗଠନ ପାଇଁ ଗଣନା ଆରମ୍ଭ ହୋଇଛି। ଶପଥ ଗ୍ରହଣ ସମାରୋହ ୫ ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଯାଉଛି। କିନ୍ତୁ ଏବେ ସୁଦ୍ଧା ମହାୟୁତି ଘୋଷଣା କରିନାହଁିଁ ତାର ମୁଖ୍ୟମନ୍ତ୍ରୀ ? ଆଉ ଏଭଳି ସମୟରେ ନୀତୀନ ଗଡ଼କରୀ ଦେଇଛନ୍ତି ବଡ଼ ମନ୍ତବ୍ୟ ।

ରାଜନୀତି ହେଉଛି ଅସନ୍ତୁଷ୍ଟ ଲୋକମାନଙ୍କ ସାଗର, ଯେଉଁଠାରେ ପ୍ରତ୍ୟେକ ବ୍ୟକ୍ତି ଅସନ୍ତୁଷ୍ଟ ଏବଂ ବର୍ତ୍ତମାନର ପଦଠାରୁ ଉଚ୍ଚ ପଦ ପାଇଁ ଇଚ୍ଛା କରନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ସୋମବାର କହିଛନ୍ତି। '୫୦ ଗୋଲ୍େଡନ୍ ରୁଲ୍ସ ଅଫ୍ ଲାଇଫ୍‌' ଶୀର୍ଷକ ପୁସ୍ତକ ଉନ୍ମୋଚନ ଅବସରରେ ଗଡ଼କରୀ କହିଛନ୍ତି ଯେ ରାଜନୀତିରେ ସମସ୍ତେ ଅସନ୍ତୁଷ୍ଟ । ଯିଏ ଏବେ କାଉନସିଲର ଅଛି, ସେ ଏଥିପାଇଁ ଅସନ୍ତୁଷ୍ଟ ଯେ ସେ ବିଧାୟକ ହୋଇପାରୁନାହିଁ ।ସେହିପରି ଯିଏ ବିଧାୟକ ଅଛି ସେ ମନ୍ତ୍ରୀ ହେବାକୁ ଚାହୁଁଛି ।

nitin gadkari

ସେ କହିଛନ୍ତି ଯେ, ଜୀବନ ହେଉଛି ବୁଝାମଣା, ବାଧ୍ୟତାମୂଳକତା, ସୀମିତତା ଓ ବିରୋଧାଭାସର ଖେଳ । ଗଡ଼କରୀ କହିଛନ୍ତି ଯେ ଜଣେ ପାରିବାରିକ, ସାମାଜିକ, ରାଜନୈତିକ କିମ୍ବା କର୍ପୋରେଟ୍ ଜୀବନରେ ଥାଉ, ଜୀବନ ଆହ୍ୱାନ ଏବଂ ସମସ୍ୟାରେ ପରିପୂର୍ଣ୍ଣ ଏବଂ ତାହାର ମୁକାବିଲା କରିବା ପାଇଁ "ବଞ୍ଚିବାର କଳା"କୁ ବୁଝିବା ଉଚିତ୍ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ଜାରି ରହିଥିବା ବେଳେ ଗଡ଼କରୀ ଏଭଳି ବୟାନ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+