Get Updates
Get notified of breaking news, exclusive insights, and must-see stories!

ଅନୈତିକ କଳାଧନରେ ବିବାହରେ ବହୁ ଖର୍ଚ୍ଚ କରନ୍ତି ରାଜନେତା: ଉମା ଭାରତୀ

ବିଜେପିର ଫାୟାରବ୍ରାଣ୍ଡ ନେତ୍ରୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ଦୁର୍ନୀତି ସମ୍ପର୍କରେ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ରାଜନେତାମାନେ ସେମାନଙ୍କର ଅନୈତିକ କଳାଧନରେ ବିବାହରେ ବହୁ ଖର୍ଚ୍ଚ କରନ୍ତି। ସେ କହିଛନ୍ତି, ବଡ଼ ବଡ଼ ଶିଳ୍ପପତିମାନେ ମଞ୍ଚ ସଜାଇବା ଏବଂ ନର୍ତ୍ତକମାନଙ୍କୁ ନିଯୁକ୍ତି ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରନ୍ତି। ହଜାର ହଜାର ଗରିବ ଝିଅଙ୍କୁ ସେହି ଖର୍ଚ୍ଚ ଟଙ୍କାରେ ବିବାହ କରାଯାଇପାରିବ। ତେଣୁ ମୁଁ ଶିଳ୍ପପତିଙ୍କ ଘରେ ମହଙ୍ଗା ବିବାହରେ ଯୋଗଦେବା ବନ୍ଦ କରିଦେଇଛି ବୋଲି ସେ କହିଛନ୍ତି।

ସେ କହିଛନ୍ତି, ମହଙ୍ଗା ବିବାହ, ଅଯଥା କାର୍ଯ୍ୟକ୍ରମ ଏବଂ ବେଆଇନ ସମ୍ପତ୍ତି ଖର୍ଚ୍ଚ କରାଯାଉଥିବାରୁ ମୁଁ ସେଭଳି ସ୍ଥାନକୁ ଯିବା ବନ୍ଦ କରିଦେଇଛି। ଏପରି ନିମନ୍ତ୍ରଣ ଗ୍ରହଣ ନକରିବାକୁ ମୁଁ ମୋ ସୁରକ୍ଷାକର୍ମୀଙ୍କୁ ନିର୍ଦ୍ଦେଶ ଦେଇଛି।

money

ସେ ଦୁର୍ନୀତିଗ୍ରସ୍ତ ନେତାଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ନିଜକୁ ସୁଧାରନ୍ତୁ। ଯଦି ଆମେ ସୀମିତ ସମ୍ବଳ ସହିତ କାମ କରିବା ଆରମ୍ଭ ନକରିବା, ତେବେ ଦୁର୍ନୀତି ବିରୋଧରେ ଏକ ବିପ୍ଳବ ହେବ। ପୂର୍ବରୁ ସେମାନେ କହୁଥିଲେ, ବ୍ରିଟିଶ୍ ଭାରତ ଛାଡ଼। ଏବେ ଆମକୁ କହିବାକୁ ପଡିବ, ଦୁର୍ନୀତିଗ୍ରସ୍ତ ଭାରତରେ ରୁହ, କିନ୍ତୁ ନିଜ କାର୍ଯ୍ୟରେ ସୁଧାର ଆଣ।

ସମ୍ପ୍ରତି ସେ ତାଙ୍କ ଜନ୍ମସ୍ଥାନ ଟିକମଗଡ଼ ଗସ୍ତ କରିଥିଲେ। ସେଠାରେ ସେ "ମା କେ ନାମ ଯାତ୍ରା" ଆୟୋଜନ କରିଥିଲେ। ଏହା ପରେ, ସେ ଝାନ୍ସୀ ରୋଡରେ ଥିବା ତାଙ୍କ ଫାର୍ମହାଉସରେ ଏକ ଗଣମାଧ୍ୟମ ଆଲୋଚନା ସମୟରେ ଏହି ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଥିଲେ। ସେ ଏହା ମଧ୍ୟ କହିଥିଲେ ଯେ, ଦୁର୍ନୀତି ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ପଦରେ ରହିବାକୁ ପଡିବ।

ସେ କହିଛନ୍ତି, ମୁଁ ରାଜନେତାମାନଙ୍କୁ ଲୋକ ଦେଖାଣିଆ ନ ହେବାକୁ ବାରମ୍ବାର ଅନୁରୋଧ କରିଛି। କାରଣ ସେମାନେ ଳୋକଙ୍କଠାରୁ ପୂର୍ବରୁ ସମ୍ମାନ ପାଇଛନ୍ତି। ଲୋକ ଦେଖାଣିଆ କାର୍ଯ୍ୟ ନ କଲେ ମଧ୍ୟ ସେମାନଙ୍କୁ ଲୋକେ ସମ୍ମାନ ଦେବେ।

ଉମା ଭାରତୀ କହିଛନ୍ତି, ଦେଶରେ କାହା ପାଖରେ ସବୁଠାରୁ ଅଧିକ ସୁବିଧା ଅଛି ସେ ବିଷୟରେ ପ୍ରତିଯୋଗିତା ହେବାରେ ଲାଗିଛି। ଏହା ଦ୍ବାରା ପିଲାମାନେ ଏକ ହୀନମନ୍ୟତାର ଶିକାର ହେଉଛନ୍ତି। ଏହା ଦେଖି, ପିତାମାତାମାନେ ପ୍ରତିଯୋଗିତାରେ ଭାଗ ନେବା ଭଳି ହୋଇଯାଉଛନ୍ତି ଏବଂ ସୀମିତ ସମ୍ବଳ ଥିଲେ ମଧ୍ୟ ସେମାନଙ୍କ ପିଲାମାନଙ୍କର ମଙ୍ଗଳ ସୁନିଶ୍ଚିତ କରିବା ପାଇଁ ଦୁର୍ନୀତିର ଆଶ୍ରୟ ନେଉଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+