ରାଜନୈତିକ ବିରୋଧ ଶତ୍ରୁତାରେ ବଦଳିବା ସୁସ୍ଥ ଗଣତନ୍ତ୍ର ପାଇଁ ଶୁଭ ସଙ୍କେତ ନୁହେଁ: ଜଷ୍ଟିସ ରମଣା
ରାଜସ୍ଥାନ ବିଧାନସଭାରେ 75ତମ କମନୱେଲଥ ପାର୍ଲାମେଣ୍ଟାରୀ ଆସୋସିଏସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଲେ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଏନ.ଭି .ରମଣା । ରାଜନୀତିକୁ ନେଇ କେଉଁଠି ଗଣ୍ଡଗୋଳ ତ କେଉଁଠି ରକ୍ତପାତ ହେଉଛି । ଏହା ଉପରେ ରଖିଲେ ମତ।
ଜୟପୁର: ରାଜସ୍ଥାନ ବିଧାନସଭାରେ 75ତମ କମନୱେଲଥ ପାର୍ଲାମେଣ୍ଟାରୀ ଆସୋସିଏସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଲେ ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଏନ.ଭି .ରମଣା । ରାଜନୀତିକୁ ନେଇ କେଉଁଠି ଗଣ୍ଡଗୋଳ ତ କେଉଁଠି ରକ୍ତପାତ ହେଉଛି । ରାଜନୈତିକ ବିରୋଧ ଶତ୍ରୁତାରେ ପରିଣତ ହେବା ଏକ ସୁସ୍ଥ ଗଣତନ୍ତ୍ରର ସଙ୍କେତ ନୁହେଁ ବୋଲି କହିଛନ୍ତି ଜଷ୍ଟିସ ରମଣା ।

ଜଷ୍ଟିସ ରମଣା କହିଛନ୍ତି, "ପୂର୍ବରୁ ସରକାର ଓ ବିରୋଧୀଙ୍କ ମଧ୍ୟରେ ପାରସ୍ପରିକ ସମ୍ମାନ ରହୁଥିଲା । ଏବେ କିନ୍ତୁ ତାହା କମିବାରେ ଲାଗିଛି। ବର୍ତ୍ତମାନ ସ୍ଥିତିରେ ଭାରତର ଲୋକତନ୍ତ୍ର ପସନ୍ଦର କଥା ନୁହେଁ ମାତ୍ର ଏକ ଆବଶ୍ୟକତା । ଦେଶର ଲୋକତନ୍ତ୍ର ବର୍ତ୍ତମାନ ପ୍ରାରମ୍ଭିକ ଅବସ୍ଥାରେ ରହିଛି । ଆଜି ଆମକୁ ମନ୍ଥନ ମାଧ୍ୟମରେ ଶିଖିବାକୁ ଅଛି ବୋଲି କହିଛନ୍ତି ମୁଖ୍ୟ ବିଚାରପତି । ନ୍ୟାୟପାଳିକାର ଏକ ପ୍ରମୁଖ ଭୂମିକା ହେଉଛି ଆଇନର ସଠିକ କାର୍ଯ୍ୟକାରୀ କରିବା । ଅଧିକାର ପ୍ରତି ସଚେତନତା ବୃଦ୍ଧି ନ୍ୟାୟପାଳିକା ଉପରେ ଜନସାଧାରଣଙ୍କ ଆଶା ବୃଦ୍ଧି ପାଇଛି ।''
ସେପଟେ ଜୟପୁରର ଅନ୍ୟ ଏକ କାର୍ଯ୍ୟକ୍ରମରେ ବାଚାରଧୀନ କଏଦୀଙ୍କ ଉପରେ ଚିନ୍ତା ପ୍ରକଟ କରିଛନ୍ତି ସିଜେଆଇ । ଦେଶରେ 6.10.କଏଦୀଙ୍କ ମଧ୍ୟରୁ ପାଖାପାଖି 80 ପ୍ରତିଶତ ବିଚରାଧୀନ ଅଛନ୍ତି । ଦେଶରେ କ୍ରିମିନାଲ ଜଷ୍ଟିସ ସିଷ୍ଟମର କ୍ଷମତାକୁ ସଠିକ କରିବାକୁ ପଡିବ। ବିନା ମକଦ୍ଦମାରେ ଅଧିକ ସଂଖ୍ୟାରେ ଲୋକଙ୍କୁ ଅଧିକ ସମୟ କଏଦ ରଖିବା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି କହିଲେ ରମଣା ।
More From
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
କ୍ଷେପଣାସ୍ତ୍ର ମାଡ଼ରେ ଗୋଡ଼ ହରାଇଲେ ଇରାନର ନୂଆ ସୁପ୍ରିମ ଲିଡର୍ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ପୁଣି ଖସିଲା ସୁନା-ରୂପା ରେଟ୍ -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ












Click it and Unblock the Notifications