ଫାରୁକଙ୍କ କାରକେଡରେ ଥିବା କାର୍ ଦୁର୍ଘଟଣା: ୨ ଯବାନ ଆହତ
ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କ କାରକେଡରେ ଥିବା ଏକ କାର୍ ଦୁର୍ଘଟଣାର ଶିକାର ହୋଇଛି । ଶୁକ୍ରବାର ଅପରାହ୍ନରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେର ଦୌସା ନିକଟରେ ଏହି ଦୁର୍ଘଟଣା ଘଟିଛି । ଫାରୁକ ଅବଦୁଲ୍ଲା ରାଜସ୍ଥାନ ଅଜମେର୍ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କାରକେଡରେ ଥିବା ଏହି ଏସ୍କର୍ଟ କାର୍ ଦିଲ୍ଲା ପୋଲିସର । ରାସ୍ତାରେ ଯାଉଥିବା ବେଳେ ହଠାତ୍ ନୀଳଗାଈ ପଶିଆସିବାରୁ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଗାଡ଼ିଟି କ୍ଷତିଗ୍ରସ୍ତ ହୋଇଛି । ଏହାର ସମ୍ମୁଖ ଭାଗ ଭାଙ୍ଗିରୁଜି ଯାଇଛି ।

ଦୁର୍ଘଟଣାରେ ଦିଲ୍ଲୀ ପୋଲିସର ୨ ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ଦୌସା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ବେଳେ ଏସ୍କର୍ଟ କରୁଥିବା କାରର ଏୟାରବ୍ୟାଗ୍ ଖୋଲିଯିବାରୁ ବଡ଼ ଦୁର୍ଘଟଣା ଟଳିଯାଇଥିଲା । କିନ୍ତୁ ଯବାନମାନଙ୍କୁ ମାମୁଲି ଆଘାତ ଲାଗିଥିବାରୁ ପ୍ରାଥମିକ ଚିକିତ୍ସା ପରେ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଛି ।












Click it and Unblock the Notifications