ଆସିଲା ରିପୋର୍ଟ, ଜାଣନ୍ତୁ ଆଇସକ୍ରିମ୍ରୁ ବାହାରିଥିବା କଟା ଆଙ୍ଗୁଠି କାହାର ?
ନିକଟରେ ଅନ୍ଲାଇନ୍ରୁ ମୁମ୍ବାଇର ଜଣେ ବ୍ୟକ୍ତି ଆଇସ୍କ୍ରିମ ଅର୍ଡର କରିଥିଲେ । ଏହି କୋନ୍ ଆଇସ୍କ୍ରିମ ରୁ ଏକ ମଣିଷର କଟା ଆଙ୍ଗୁଠି ମିଳିଥିଲା । ଏହି ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଆତଙ୍କ ଖେଳି ଯାଇଥିଲା । ପୁଲିସରେ ଅଭିଯୋଗ ପରେ ସତ କି ମିଛ ଜାଣିବା ପାଇଁ ଏହାର ଫରେନ୍ସିକ୍ ଟେଷ୍ଟ କରାଯାଇଥିଲା । ଏବେ ଏହାର ରିପୋର୍ଟ ଆସିଛି ।
ଆଇସ୍କ୍ରିମ ଭିତରେ ଥିବା କଟା ଆଙ୍ଗୁଠି କାହାର ତାହାର ଖୁଲାସା ହୋଇଛି ବାଲ୍କୋ କମ୍ପାନୀର ବ୍ରାଣ୍ଡ ୟମ୍ମୋ ଆଇସକ୍ରିମରେ କଟା ଆଙ୍ଗୁଠି ମିଳିଥିଲା । ଗାଜିଆବାଦ ଏବଂ ପୁଣେରେ କମ୍ପାନୀର ପ୍ଲାଣ୍ଟ ରହିଛି । ତେବେ ମେ' ୧୧ରେ ପୁଣେ ପ୍ଲାଣ୍ଟରେ ଏକ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ୨୪ ବର୍ଷୀୟ ଆସିଷ୍ଟାଣ୍ଟ ଅପରେଟରଙ୍କ ଡାହାଣ ହାତର ମଝି ଆଙ୍ଗୁଠିର କିଛି ଅଂଶ କଟି ଯାଇଥିଲା ।

ଏଣୁ କଟା ଆଙ୍ଗୁଠି ଏହି କର୍ମଚାରୀଙ୍କର ବୋଲି ପୋଲିସ ଅନୁମାନ କରିଛି । ବ୍ୟକ୍ତିଙ୍କର ଡିଏନ୍ଏ ନମୂନା ଯାଞ୍ଚ ପାଇଁ ଏଫ୍ଏସ୍ଏଲ୍ ନିକଟକୁ ପଠାଯାଇଥିବା ପୋଲିସ୍ କହିଛି । ସୂଚନା ଯୋଗ୍ୟ ଯେ, ପଶ୍ଚିମ ମାଲଦାରେ ରହୁଥିବା ୨୬ ବର୍ଷ ବୟସ୍କା ଅଭିଯୋଗକାରୀ ୟାମୋ କମ୍ପାନିର ଏକ ବଟରସ୍କଚ୍ ଆଇସ୍କ୍ରିମ୍ କୋନ୍ ବରାଦ ଦେଇଥିଲେ । ମଧ୍ୟାହ୍ନ ଭୋଜନ ପରେ ଆଇସ୍କ୍ରିମ୍ ଖାଇବା ବେଳେ ସେ ଅଧାରୁ ସେଥିରେ ଏକ ଆଙ୍ଗୁଠି ଦେଖିବାକୁ ପାଇଥିଲେ । ଆଇସକ୍ରିମରେ ନଖ ଥିବା ଏକ ଇଞ୍ଚ ଲମ୍ବର ମାଂସ ଖଣ୍ଡ ଦେଖି ସେ ଚକିତ ହୋଇ ଯାଇଥିଲେ ।
ସେ ସମୟରେ ପୁଲିସ୍ କହିଥିଲା କି ମାନବଙ୍କ ଆଙ୍ଗୁଠିର ଖଣ୍ଡ ବୋଲି ସନ୍ଦେହ କରାଯାଉଥିବା ମାଂସ ଖଣ୍ଡକୁ ଫୋରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି । ଆଉ ଏବେ ଏହାର ଆସିଛି ରିପୋର୍ଟ ।












Click it and Unblock the Notifications