ସଂସଦରେ ଅନୁପ୍ରବେଶକାରୀ ଚାରି ଅଭିଯୁକ୍ତଙ୍କୁ ୭ ଦିନ ରିମାଣ୍ଡରେ ନେଲା ପୋଲିସ
ଦିଲ୍ଲୀ:ଗତକାଲି ସଂସଦରେ ଏକ ବଡ଼ ଧରଣର ସୁରକ୍ଷା ଉଲଂଘନ କରି ଗିରଫ ହୋଇଥିବା ଚାରି ଜଣଙ୍କୁ ପଚରାଉଚରା ପାଇଁ ସାତ ଦିନ ପାଇଁ ପୋଲିସ ହେପାଜତକୁ ପଠାଯାଇଛି । ସଂସଦ ଭିତରେ ଗିରଫ ହୋଇଥିବା ସାଗର ଶର୍ମା ଏବଂ ଡି ମନୋରଂଜନ ଏବଂ ସଂସଦ ବାହାରେ ଗିରଫ ହୋଇଥିବା ନୀଲମ ଦେବୀ ଏବଂ ଆମୋଲ ସିନ୍ଦେଙ୍କୁ ବିସ୍ତୃତ ଭାବରେ ପଚରାଉଚରା କରିବାକୁ ପୋଲିସ ହେପାଜତକୁ ନେଇଛନ୍ତି ତଦନ୍ତକାରୀ ଟିମ୍ ।
ଦିଲ୍ଲୀ ପୋଲିସ ପଟିଆଲା କୋର୍ଟରେ ଅଭିଯୁକ୍ତ ମନୋରଂଜନ, ସାଗର, ଅମୋଲ ଏବଂ ନୀଲମ ସଂସଦରେ ଆକ୍ରମଣ କରିଥିଲେ ବୋଲି କହିଛନ୍ତି । ଏହା ଏକ ସୁଚିନ୍ତିତ ଷଡଯନ୍ତ୍ର ଏବଂ ଭାରତର ସଂସଦ ଉପରେ ଆକ୍ରମଣ ବୋଲି ଦିଲ୍ଲୀ ପୋଲିସ କୋର୍ଟଙ୍କୁ କହିଛି ।
ପୋଲିସ୍ ଓକିଲମାନେ ଆହୁରି ମଧ୍ୟ କହିଛନ୍ତି ଯେ ଅଭିଯୁକ୍ତ ଏକ ପାମ୍ପଲେଟ୍ ଧରିଥିଲେ ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଖୋଜ ବ୍ୟକ୍ତି ଭାବରେ ଘୋଷିତ କରାଯାଇଥିବାର ଲେଖା ରହିଥିଲା । ଆହୁରି ସେଥିରେ ଲେଖାଥିଲା ଯେ, ତାଙ୍କୁ ଖୋଜି ଆଣିବା ବ୍ୟକ୍ତିଙ୍କୁ ସ୍ୱିସ୍ ବ୍ୟାଙ୍କରୁ ଟଙ୍କା ଦିଆଯିବ । ଅଭିଯୁକ୍ତ ମାନେ ପ୍ରଧାନମନ୍ତ୍ରୀଙ୍କୁ ଘୋଷିତ ଅପରାଧୀ ଭାବରେ ଦର୍ଶାଇଥିଲା ।













Click it and Unblock the Notifications