କମେଡିଆନ୍ କୁନାଲ କାମରାଙ୍କୁ ତୃତୀୟ ସମନ ପଠାଇଲା ପୁଲିସ୍
ବିବାଦରେ ଛନ୍ଦି ହୋଇ ହୋଇ ଯାଉଛନ୍ତି ହାସ୍ୟ ଅଭିନେତା। ମହାରାଷ୍ଟ୍ରର ମୁମ୍ବାଇ ପୁଲିସ୍ ହାସ୍ୟ ଅଭିନେତା କୁନାଲ କାମରାଙ୍କୁ ତୃତୀୟ ସମନ ପଠାଇଛି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ସମାଲୋଚନା କାମ୍ରା କରିଥିବା ବ୍ୟଙ୍ଗକୁ ନେଇ ଏହି ସମନ ପଠାଯାଇଛି। ଏହି ମାମଲାରେ ପୁଲିସ୍ ଏକ ଏଫଆଇଆର ରୁଜୁ କରିଛି।
କୁନାଲ କାମରାଙ୍କୁ ମାଡ୍ରାସ ହାଇକୋର୍ଟରୁ ଏପ୍ରିଲ ୭ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଜାମିନ ମିଳିଛି। ଏହି ସପ୍ତାହର ଆରମ୍ଭରେ ସେ ତଦନ୍ତରେ ଯୋଗଦେବାର ଆଶା କରାଯାଉଥିଲା, କିନ୍ତୁ ସେ ଆସି ନଥିଲେ। ତେଣୁ, ଖାର ପୁଲିସ ତାଙ୍କୁ ତୃତୀୟ ସମନ ପଠାଯାଇଛି। ପୁଲିସ ସୂତ୍ର ଅନୁଯାୟୀ, ତାଙ୍କୁ ଏପ୍ରିଲ ୫ ସୁଦ୍ଧା ତଦନ୍ତରେ ଯୋଗଦେବାକୁ କୁହାଯାଇଛି।

ସୂଚନା ଆନୁଯାୟୀ, ହାସ୍ୟ ଅଭିନେତା କୁନାଲ କାମରା ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଗଦ୍ଦାର କହି ବିବାଦରେ ଫସିଛନ୍ତି । ଏହା ପରେ ବିବାଦ ହୋଇଥିଲା । ତାଙ୍କ ବିରୋଧ ମୁମ୍ବାଇ ଖାର୍ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । କୁନାଲ କାମରାଙ୍କୁ ପୋଲିସ ଗିରଫ କରିବା ଯୋଜନା ରହିଥିବା ବେଳେ ସେ ଚେନ୍ନାଇ ହାଇକୋର୍ଟରୁ ଆଗ୍ରୀମ ଜାମିନ୍ ପ୍ରାପ୍ତ କରିଛନ୍ତି । ଆସନ୍ତା ଏପ୍ରିଲ୍ ୭ ତାରିଖ ପର୍ଯ୍ୟନ୍ତ ତାଙ୍କ ଗିରଫ ଉପରେ ରୋକ୍ ଲଗାଇଛନ୍ତି ଅଦାଲତ ।
କୁନାଲ କାମର ତାମିଲନାଡ଼ୁ ବିଲ୍ଲୁପୁରମର ମୂଳବାସିନ୍ଦା । କମେଡିଆନ୍ କୁନାଲ କାମରାଙ୍କ ଦ୍ବାରା ହାଇକୋର୍ଟରେ ଦାୟର ହୋଇଥିବା ଅଗ୍ରୀମ ଜାମିନ ଆବେଦନରେ କୁହାଯାଇଛି, ଯେବେଠୁ ତାଙ୍କର ଭିଡିଓ ୟୁଟ୍ୟୁବରେ ଅପଲୋଡ ହୋଇଛି, ସେବେଠାରୁ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକପୂର୍ଣ୍ଣ ମେସେଜ ମିଳୁଛି ।
ଅନ୍ୟପଟେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ନେଇ ଟିପ୍ପଣୀ ଦେବା ପରେ ଗିରଫଦାରୀ ନେଇ ଆଶଙ୍କା ବଢ଼ିଥିଲା । ଏନେଇ ସେ ମାଡ୍ରାସ୍ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ । ଅଦାଲତ ଆବେଦନକୁ ଗ୍ରହଣ କରି କୁନାଲ କାମରାଙ୍କୁ ଅଗ୍ରୀମ ଜାମିନ୍ ପ୍ରଦାନ କରିଛନ୍ତି । ଆସନ୍ତା ଏପ୍ରିଲ ୭ ତାରିଖ ପର୍ଯ୍ୟନ୍ତ ତାଙ୍କ ଗିରଫ ଉପରେ ରୋକ୍ ଲାଗିଛି ।












Click it and Unblock the Notifications