ପୋଲିସ ହାତରେ ଲାଗିଛି ସଂସଦ ଆକ୍ରମଣର ଅଭିଯୁକ୍ତ ସାଗରର ଡାଏରୀ, ଏଥିରେ ରହିଛି ବିସ୍ଫୋରକ ତଥ୍ୟ
ଦିଲ୍ଲୀ:ସଂସଦ ସୁରକ୍ଷା ତୃଟି ଘଟଣାରେ ନୂଆ ନୂଆ ତଥ୍ୟ ବାହାରକୁ ଆସୁଛି । ଏହି ଘଟଣାର ମାଷ୍ଟରମାଇଣ୍ଡ ଲଲିତ ମୋହନ ଝା । ୧୪ ଡିସେମ୍ବର ସନ୍ଧ୍ୟାରେ ଦିଲ୍ଲୀ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା । ଆଉ ପୋଲିସ ତାଙ୍କୁ ଗିରଫ କରିବା ପରେ ସ୍ୱତନ୍ତ୍ର ସେଲକୁ ପଠାଇଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ମୋଟ ୫ ଜଣଙ୍କୁ ଗିରଫ କରାଯାଇଛି, ଏଥିରେ ସାଗର ଶର୍ମା, ମନୋରଂଜନ ଡି, ଆମୋଲ ସିନ୍ଦେ, ନୀଲମ ଦେବୀ ଏବଂ ଲଲିତ ଷବା ରହିଛନ୍ତି ।
ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରୁ ସାଗର ଶର୍ମା ହେଉଛି ଅନ୍ୟତମ । ସେ ଲକ୍ଷ୍ନୌର ବାସିନ୍ଦା । ଏହି ମାମଲାରେ ତାଙ୍କ ନାମ ଆସିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ଏହା ପରେ ଦିଲ୍ଲୀର ସ୍ପୋଶଲଏଜେନ୍ସିମାନେ ସାଗରଙ୍କ ଘରେ ପହଁଞ୍ଚି ଯାଞ୍ଚ କରିଥିଲେ । ଆଉ ଯାଞ୍ଚ ସମୟରେ ପୋଲିସ ହାତରେ ଲାଗିଛି ସାଗରଙ୍କ ଡାଏରୀ । ଏହି ଡାଏରୀରେ ଚମକାଇଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି । ଏଥିରେ ଲେଖାଯାଇଛି ଯେ, ଗୋଟିଏ ପଟେ ଭୟ ରହିଛି ଏବଂ ଅନ୍ୟ ପଟେ କିଛି କରିବାର ନିଆଁ ଅଛି । ସାଗର ଆହୁରି ମଧ୍ୟ ଲେଖିଛନ୍ତି, 'ଘରକୁ ବିଦାୟ କହିବାର ସମୟ ପାଖେଇ ଆସିଛି ।
ଗୋଟିଏ ପାର୍ଶ୍ୱରେ ଭୟ ଅଛି ଏବଂ ଅନ୍ୟ ପଟେ କିଛି କରିବାର ମନରେ ନିଆଁ ଜଳୁଛି । ଭଲ ହୁଅନ୍ତା ଯଦି ମୁଁ ମାଆ ବାପାଙ୍କୁ ମୋ ପରିସ୍ଥିତି ଜଣାଇପାରିଥାନ୍ତି । କିନ୍ତୁ ସଂର୍ଘଷର ରାସ୍ତା ବାଛିବା ମୋ ପାଇଁ ସହଜ ନଥିଲା । ପ୍ରତ୍ୟେକ ଦିନ ଏହାକୁ ନେଇ ଚିନ୍ତା କରୁଥିଲି । କେବଳ ସେତିକି ନୁହେଁ, ଆଗକୁ ସେ ଲେଖିଛନ୍ତି ୫ ବର୍ଷ ଧରି ଆଶା ରଖିଛି, ଅପେକ୍ଷା କରିଛି ସେହିଦିନ ଆସିବ ଯେଉଁଦିନ ମୁଁ ମୋର କର୍ତ୍ତବ୍ୟକୁ ଖୋଜିପାଇବି ।

ଦୁନିଆର ଶକ୍ତିଶାଳୀ ଲୋକ ସିଏ ନୁହେଁ ଯିଏ ଯେ ଅନ୍ୟର ଅଧିକାରକୁ ଛଡାଇନେବା ଶିଖିଛି, ବାସ୍ତବରେ ଶକ୍ତିଶାଳୀ ଲୋକ ସିଏ ଯେ ସୁଖ ତ୍ୟାଗ କରିବାର କ୍ଷମତା ରଖିଛି । ସଂସଦରେ ସୁରକ୍ଷା ତ୍ରୁଟିକୁ ନେଇ ସାରା ଦେଶରେ ତୁମ୍ବି ତୋଫାନ ଲାଗି ରହିଥିବା ବେଳେ ସାଗରଙ୍କ ଏହି ଡାଏରୀ ଆଗକୁ କେଉଁ ମୋଡ଼ ନେଉଛି ତାହା ଦେଖିବାର କଥା ।












Click it and Unblock the Notifications