ଦିଲ୍ଲୀ ଅଭିମୁଖେ ୨୦ ହାଜର ଚାଷୀ, କହିଲେ 'ସାଥିରେ ଆଣିଛୁ ୬ ମାସର ରାସନ', ଜାଣନ୍ତୁ କ'ଣ ରହିଛି ଦାବି
Farmers protest: ଦିଲ୍ଲୀ, ଉତ୍ତରପ୍ରଦେଶ, ହରିୟାଣା ଏବଂ ପଞ୍ଜାବର କୃଷକମାନେ ସେମାନଙ୍କର ଅନେକ ଦାବି ପାଇଁ 'ଦିଲ୍ଲୀ ଚାଲୋ' ଅଭିଯାନ ଅଧୀନରେ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରି ସାରିଛନ୍ତି । ପ୍ରାୟ 200 କୃଷକ ସଂଘ କୃଷକ ଏବଂ 2500 ଟ୍ରାକ୍ଟର ସହିତ ଆଗକୁ ବଢୁଛନ୍ତି ।
କୃଷକଙ୍କ ରାଲିକୁ ନେଇ ଦିଲ୍ଲୀର ସମସ୍ତ ସୀମାରେ ହାଇ ଆଲର୍ଟ ଜାରି କରାଯାଇଛି। ଏହି ସମୟରେ ହରିୟାଣା ଏବଂ ପଞ୍ଜାବ ମଧ୍ୟରେ ଥିବା ଶମ୍ଭୁ ସୀମାରେ ଏକ ବଡ଼ ଧରଣର ଅଶାନ୍ତି ଦେଖାଦେଇଛି। ଶମ୍ଭୁ ସୀମାରେ ବିରୋଧ କରୁଥିବା ଚାଷୀଙ୍କ ଉପରେ ହରିୟାଣା ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି । ଚାଷୀଙ୍କୁ ପଛରୁ ଫେରିଯିବା ପାଇଁ ନିର୍ଦ୍ଦେଶ ଦେଇ ପୋଲିସ ଲୁହବୁହା ଗ୍ୟାସର ପ୍ରୟୋଗ କରିଛି । ଯାହା ପରେ ଶମ୍ଭୁ ସୀମା ଉତ୍ତେଜନା ସୃଷ୍ଟି ହୋଇଛି । ପୋଲିସ ଚାଷୀଙ୍କୁ 200 ମିଟର ପଛରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛି ।

ସୂଚନାଥାଉ ଯେ, ଏହା ଏକ ବଡ଼ ଧରଣର ରାଲି ହେବା ନେଇ ଚାଷୀ ସଂଗଠନ ପକ୍ଷରୁ ଯୋଜନା କରାଯାଇଛି । ତେବେ ଯେ ପର୍ଯ୍ୟନ୍ତ ସରକାର ଚାଷିଙ୍କର ସମସ୍ତ ଦାବି ନ ପୂରଣ କରନ୍ତି ସେ ପର୍ଯ୍ୟନ୍ତ ରାଲି ଜାରି ରହିବ । ଚାଷୀ ସଂଗଠନ କହିଛି, ସାଙ୍ଗରେ ୬ ମାସର ରାସନ ଧରି ସେମାନେ ଆସିଛନ୍ତି ଏପରିକି ପେଟ୍ରୋଲ ଏବଂ ଡିଜେଲ ମଧ୍ୟ ଆଣିଛନ୍ତି ଏବଂ ଆବଶ୍ୟକାୟ ସାମଗ୍ରୀ ମଧ୍ୟ ସେମାନେ ଆଣିଛନ୍ତି ।
ତେବେ ଗତକାଲି ଚଣ୍ତିଗଡ଼ରେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋୟଲ ଓ ଅର୍ଜୁନ ମୁଣ୍ତାଙ୍କ ସହ ଚାଷୀ ସଂଗଠନର ବୈଠକ ବିଫଳ ହୋଇଛି । ହେଲେ ଫସଲରେ ଏମଏସପି ପ୍ରସଙ୍ଗରେ ବୁଝାମଣା କରିବା ପାଇଁ ଚାଷୀ ସଂଗଠନ ଅଡିବସିବାରୁ ଏହି ବୈଠକରେ କୌଣସି ସଫଳ ରେଜଲ୍ଟ ମିଳିପାରି ନଥିଲା । ଚାଷୀ ସଂଗଠନର ମୁଖ୍ୟ ଦାବି ଗୁଡିକ ହେଉଛି ପ୍ରତ୍ୟେକ ଫସଲର ଏମଏସପି ଉପରେ ଆଇନଗତ ଗ୍ୟାରେଣ୍ଟି, ଏମଏସ୍ ସ୍ୱାମୀନାଥନ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରିବା, ଚାଷୀ ଶ୍ରମିକଙ୍କୁ ଋଣ କ୍ଷମା ସହ ପେନସନ୍ ବ୍ୟବସ୍ଥା, ଲଖିମପୁର ଖେରୀ ଘଟଣାର ଦୋଷୀଙ୍କୁ କଠୋର ଦଣ୍ଡାଦେଶ, ନକଲି ବିହନ, କୀଟନାଶକ ଔଷଧ କମ୍ପାନୀ ବିରୋଧରେ କଠୋର ଆଇନ୍ ଆଦି ଦାବି କରାଯାଇଛି ।
ସରକାର ଏମଏସପି କ୍ରୟକୁ ଗ୍ୟାରେଣ୍ଟି ଦେବା ଏବଂ ବିଜ୍ଞପ୍ତି ପ୍ରଦାନ କରିବାକୁ କୃଷକମାନେ ଦାବି କରିଛନ୍ତି।
ଏମଏସ୍ ସ୍ୱାମୀନାଥନ ଆୟୋଗର ରିପୋର୍ଟ କାର୍ଯ୍ୟକାରୀ କରାଯିବାକୁ କୃଷକମାନେ ଦାବି କରିଛନ୍ତି।
କୃଷକଙ୍କ ଇନପୁଟ୍ ଖର୍ଚ୍ଚ ଉପରେ 50 ପ୍ରତିଶତ ଲାଭ ଦିଆଯାଉ ବୋଲି କୃଷକମାନେ ଦାବି କରିଛନ୍ତି।
କୃଷକଙ୍କ ଋଣ ଛାଡ କରାଯାଉ ବୋଲି କୃଷକମାନେ ଦାବି କରିଛନ୍ତି।
କୃଷକମାନେ ଆନ୍ଦୋଳନ ସମୟରେ ପଞ୍ଜିକୃତ ହୋଇଥିବା ସମସ୍ତ ମାମଲାକୁ ସରକାର ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି।
ସରକାର ସେମାନଙ୍କୁ MNREGA ଅଧୀନରେ 200 ଦିନ କାମ ଦେବା ଏବଂ ଦୈନିକ ମଜୁରୀକୁ 700 ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରୁଛନ୍ତି।












Click it and Unblock the Notifications