ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେବା ଯୁବକଙ୍କୁ ପଡିଲା ମହଙ୍ଗା, ଗିରଫ ହେଲେ ଯୁବକ

ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେବା ଯୁବକଙ୍କୁ ପଡିଲା ମହଙ୍ଗା । ଯୁବକଜଣକ ବିହାର ମୁଖମନ୍ତ୍ରୀ ନୀତୀଶ କୁମାରଙ୍କୁ ବମ୍‌ରେ ଉଡ଼ାଇବାକୁ ଧମକ ବି ଦେଇଦେଲେ। ବିହାରର EOU ଏହି ଘଟଣାର ଛାନଭିନ ଆରମ୍ଭ କରିଥିବା ବେଳେ ଏପରି ଧମକ ଦେଇଥିବା ଅଭିଯୁକ୍ତଙ୍କୁ କର୍ଣ୍ଣାଟକାରୁ ବାନ୍ଧିଛି। ଏହାକୁ ନେଇ ବିହାର ରାଜନୀତି ଉଠୁଥିବା ପଡ଼ୁଥିବା ବେଳେ ଗତ ୩୦ ତାରିଖରେ ବିହାରର ପୁଲିସ୍‌ ମହାନିର୍ଦ୍ଦେଶକ ଆରଏସ୍‌ ଭଟ୍ଟଙ୍କ ହ୍ୱାଟସ୍‌ ଆପ୍‌କୁ ଏକ ମେସେଜ ଓ ଅଡିଓ କ୍ଲିପ୍‌ ଆସିଥିଲା।

nitish kumar

ଉକ୍ତ ମେସେଜର ନୀତିଶ କୁମାରଙ୍କୁ ତୁରନ୍ତ ବିଜେପିରୁ ଅଲଗା ନ ହେଲେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦିଆଯାଇଥିଲା। ଏପରିକି ଅନ୍ୟ ବିଧାୟକଙ୍କ ସହ ତାଙ୍କୁ ବି ବମ୍‌ରେ ଉଡ଼ାଇ ଦେବାକୁ ଧମକ ଦିଅଯାଇଥିଲା।

ଏହି ଖବର ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ EOU ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ କର୍ଣ୍ଣାଟକାରୁ ଅଭିଯୁକ୍ତ ଯୁବକ ସୋନୁଙ୍କୁ ଗିରଫ କରାଯାଇଛି। କର୍ଣ୍ଣାଟକା ପୁଲିସ୍‌ ସାହାଯ୍ୟରେ EOU ତାଙ୍କୁ ଦେବନାଗିରିରୁ ଗିରଫ କରିଛି। ସେଠାରେ ସେ ଏକ ରାଇସ୍‌ ମିଲ୍‌ରେ କାମ କରୁଥିବା ଜଣାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+