Get Updates
Get notified of breaking news, exclusive insights, and must-see stories!

‘ପିଓକେର ସୁରକ୍ଷା ଏବେ ଭାରତ ହାତରେ'

ପାକିସ୍ତାନ: ଦରଦାମ ବୃଦ୍ଧିକୁ ନେଇ ଗତ ୪ ଦିନ ହେଲା ପାକିସ୍ତାନ ଅଧିକୃତ କଶ୍ମୀରରେ ଜାରି ରହିଥିବା ଉତ୍ତେଜନା ଥମିବା ନାଁ ଧରୁନି । ପିଓକେ ତଥା ପାକିସ୍ତାନ ଅଧିକୃତ କଶ୍ମୀରରେ ଦମନକାରୀ ନୀତି ଆପଣାଉଛି ପାକିସ୍ତାନ । ଦରଦାମ ବୃଦ୍ଧି ଓ ବିଦ୍ୟୁତ୍ ଅଭାବକୁ ନେଇ ବିକ୍ଷୋଭ କରୁଥିବା ଲୋକଙ୍କ ଉପରେ ବର୍ବରତା ଦେଖାଇଛି ପାକସ୍ତାନ ପୁଲିସ ।

ବିକ୍ଷୋଭକାରୀଙ୍କ ଉପରେ ଆଖିବୁଜା ଗୁଳିମାଡ କରିବା ସହ ଲୁହା ବୁହା ଗ୍ୟାସ୍ ପ୍ରୟୋଗ କରାଯାଇଛି । ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ହିଂସାକାଣ୍ଡରେ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଟଇଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୯୦ରୁ ଅଧିକ ଆହତ ହୋଇଛନ୍ତି । ଆଉ ଏଭଳି ସମୟରେ ସ୍କଟଲାଣ୍ଡରେ ରହୁଥିବା ବିଶିଷ୍ଟ ପିଓକେ କାର୍ଯ୍ୟକର୍ତ୍ତା ଅମଜାଦ ଆୟୁବ ମିର୍ଜା ପାକିସ୍ତାନ ଅଧିକୃତ ଜମ୍ମୁ-କଶ୍ମୀରର ରାଜଧାନୀ ମୁଜାଫରାବାଦରେ ଖରାପ ସ୍ଥିତି କୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । "ଆମେ ଏକ ନିରାଶାଜନକ ସ୍ଥିତିରେ ଅଛୁ । ପିଓକେର ସୁରକ୍ଷା ଏବେ ଭାରତ ହାତରେ ରହିଛି ବୋଲି ସେ କହିଛନ୍ତି ।

pakistan

ଶୁକ୍ରବାର ପିଓକେର ମୁଜାଫରବାଦରେ ସଟର ଡାଉନ୍ ଏବଂ ଚକ ଜାମ ଆନ୍ଦୋଳନ ଡାକରା ଦିଆଯାଇଥିଲା । ଏହି ସମୟ ମଧ୍ୟରେ ବିକ୍ଷୋଭକାରୀମାନେ ପୁଲିସ ଉପରକୁ ପଥର ମାଡ କରିଥିଲେ । ପୁଲିସ ଏହାର ପ୍ରତିଶୋଧ ନେବାକୁ ଯାଇ ବିକ୍ଷୋଭକାରୀଙ୍କ ଉପରକୁ ଲୁହବୁହା ଗ୍ୟାସ ଛାଡିବା ସହ ଗୁଳି ମାଡ କରିଥିଲା । ଏହି ସଂଘର୍ଷରେ ଜଣେ ପୁଲିସକର୍ମୀଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୫୯ ଜଣ ପୁଲିସ କର୍ମୀ ଆହତ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+