ଏଠାରେ ଯୌତୁକରେ ଦିଆଯାଇଥାଏ ସାପ, ଜାଣନ୍ତୁ ଏଭଳି ପରମ୍ପରା କେଉଁଠାରେ ରହିଛି?
ପ୍ରତ୍ୟେକ ପିତାମାତା ଟଙ୍କା, ଅଳଙ୍କାର ଏବଂ ପୋଷାକ କିମ୍ବା ଅନ୍ୟ କିଛି ମୂଲ୍ୟବାନ ଉପହାର ନିଜ ଝିଅକୁ ଯୌତୁକ ରୂପେ ଦିଅନ୍ତି । କିନ୍ତୁ ଆପଣ ଜାଣନ୍ତି କି ଆମ ଦେଶରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଏହି ଜିନିଷ ବଦଳରେ ବିଷାକ୍ତ ସାପକୁ ଝିଅକୁ ଯୌତୁକରେ ଦିଆଇଯାଇଥାଏ । ଏହା ପଢ଼ି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥୁବ । କାରଣ ଅଧିକାଂଶ ବାପା ମାଆ ନିଜ ଝିଅକୁ ଯୌତୁକରେ ଜିନିଷପତ୍ର, ଟଙ୍କା କିମ୍ବା ଗାଡ଼ି ଦେଇଥାନ୍ତି କିନ୍ତୁ ଏହା ଆପଣ ପ୍ରଥମଥର ଯାଣିବେ ଯେ କୈାଣସି ବାପା ମାଆ ନିଜ ଝିଅକୁ ଯୌତୁକ ଆକାରରେ ସାପ ଦେବା ।
ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାର ଜାଗୀନଗରରେ ରହୁଥିବା କେଳାମାନଙ୍କର ଏହା ଏକ ଅଜବ ପ୍ରଥା । ଏଠାରେ ବିବାହ ଉତ୍ସବରେ କନ୍ୟା ପକ୍ଷ ତରଫରୁ ବର ପକ୍ଷକୁ ଯୌତୁକ ଆକାରରେ ୨୧ଟି ସାପର ଉପହାର ଦେବା ଅନିବାର୍ଯ୍ୟ ଅଟେ । ଏହା ବିନା ବିବାହ ହୋଇନଥାଏ । ଯଦି କନ୍ୟା ପକ୍ଷଙ୍କ ପାଖରେ ୨୧ଟି ସାପ ନଥାଏ ତେବେ ବସ୍ତିର ଅନ୍ୟ କେଳାଙ୍କ ପୋଷା ସାପକୁ ଦିଆଯାଇଥାଏ ଏବଂ ଏହି ରୀତିକୁ ପୂରା କରାଯାଇଥାଏ । ଜାଗୀନଗରରେ ପ୍ରତି ଘରେ ବିଷାକ୍ତ ସାପ ପୋଷାଯାଇଥାଏ ।

ସାପଙ୍କ ଲାଳନପାଳନ ନିଜ ଝିଅଙ୍କ ପରି କରାଯାଇଥାଏ । ପୋଷାଯାଇଥିବା ସାପର ଯଦି କୈାଣସି କାରଣ ବଶତଃ ବାକ୍ସରେ ମୃତ୍ୟୁ ହୋଇଯାଇଥାଏ ତେବେ ପାଳକ ପୂରା ସମ୍ମାନର ସହିତ ମୃତ ସାପର ଅନ୍ତିମ ସଂସ୍କାର କରିଥାଏ । ପାଳକ ନିଜ ନିଶ ଦାଢ଼ି କାଟିଥାଏ ଏ ସମଗ୍ର ଜ୍ଞାତି କୁଟୁମ୍ବଙ୍କୁ ଖାଇବାକୁ ମଧ୍ୟ ଦେଇଥାଏ । ଏହି ଗାଉଁଲି କେଳାମାନେ ବେଳେବେଳେ ସାପ ବିଛା ଦ୍ୱାରା ଆକ୍ରାନ୍ତ ଲୋକମାନଙ୍କ ଉତ୍ତମ ଚିକିତ୍ସା କରିଥାନ୍ତି । କିନ୍ତୁ ବର୍ତ୍ତମାନ ବନ ବିଭାଗ ସାପ ପାଳିବା ବିରୋଧରେ କଡ଼ା ଆଇନ୍ ପ୍ରଣୟନ କରିଛି ।












Click it and Unblock the Notifications