ବିଷାକ୍ତ ମଦ ପିଇ ୨୦ ମୃତ, ଅନେକ ଅସୁସ୍ଥ

ସଙ୍ଗରୁର: ମଦ ନେଲା ଜୀବନ । ପଞ୍ଜାବର ସଙ୍ଗରୁର ଜିଲ୍ଲାରେ ବିଷାକ୍ତ ମଦ ଜନିତ ମୃତ୍ୟୁସଂଖ୍ୟା ବଢିଚାଲିଛି । ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ଗୁଜଜରା, ଉପଲି, ଦାଣ୍ଡୋଲିରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନାମରେ ମୋଟ ୯ ଜଣଙ୍କ ମୃତ୍ୟୁ ଘଟିଛି। ପୂରା ଘଟଣାର ତଦନ୍ତ ପାଇଁ ପ୍ରଶାସନ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛି।

Punjab

ଏଡିଜି ଆଇନ ଶୃଙ୍ଖଳା ଗୁରିନ୍ଦର ଧିଲନଙ୍କ ନେତୃତ୍ୱରେ ପଟିଆଲା ରେଞ୍ଜଡିଆଇଜି ହରଚରଣ ଭୁଲ୍ଲର ଆଇପିଏସ୍, ଏସଏସପି ସଙ୍ଗରୁର ସରତାଜ ଚହଲ ଆଇପିଏସ୍ ଏବଂ ଅତିରିକ୍ତ କମିସନର (ଅବକାରୀ) ନରେଶ ଦୁବେଙ୍କୁ ନେଇ ଗଠିତ ୪ ଜଣିଆ ଏସ୍ଆଇଟି ତଦନ୍ତତଦାରଖ କରିବେ।

ସଙ୍ଗରୁର ସିଭିଲ ସର୍ଜନ ଡାକ୍ତର କିରପାଲ ସିଂହ କହିଛନ୍ତି, ବୁଧବାରଠାରୁ ଆମକୁ ୪୦ ଜଣ ରୋଗୀ ଆସିଛନ୍ତି। ୪୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ଜଣ ପ୍ରାଣ ହରାଇଛନ୍ତି। ଅବଶିଷ୍ଟ ୨୦ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କୁ ପଟିଆଲାର ରାଜିନ୍ଦର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ୬ ଜଣଙ୍କୁ ସଙ୍ଗରୁର ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ ପରାମର୍ଶ ବିନା ୩ ଜଣ ରୋଗୀ ଚାଲିଯାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+