GST କୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ସାଧାରଣ ଲୋକ ଉପକୃତ ହେବେ

କେନ୍ଦ୍ର ସରକାର ବୁଧବାର ଜିଏସ୍‌ଟି ପରିଷଦର ୫୬ ତମ ବୈଠକରେ ୧୨ ଓ ୧୮ ପ୍ରତିଶତ ଜିଏସ୍‌ଟିକୁ ହଟାଇ ଦିଆଯାଇଛି। ସାମଗ୍ରୀଗୁଡ଼ିକୁ ୫,୧୮ ଓ ୪୦ ପ୍ରତିଶତ ପରିସରକୁ ଅଣାଯାଇଛି। ସିନ ଗୁଡ୍ସ(ଲଗଜୁରି କାର, ତମାଖୁ, ଗୁଟକା ଆଦି) ୪୦ ପ୍ରତିଶତ ସୁଳ୍କ ଲାଗୁ କରାଯାଇଛି।

modi

ଏଥିରେ ଏକାଧିକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ଏହାକୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ ମୋର ସ୍ୱାଧୀନତା ଦିବସ ଭାଷଣ ସମୟରେ, ମୁଁ GSTରେ ପରବର୍ତ୍ତୀ ପିଢ଼ିର ସଂସ୍କାର ଆଣିବାର ଆମର ଉଦ୍ଦେଶ୍ୟ ବିଷୟରେ କହିଥିଲି। କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ଜୀବନଧାରଣ ସହଜ କରିବା ଏବଂ ଅର୍ଥନୀତିକୁ ସୁଦୃଢ଼ ​​କରିବା ପାଇଁ ବ୍ୟାପକ-ଆଧାରୀ GST ହାର ଏବଂ ପ୍ରକ୍ରିୟା ସୁଧାର ପାଇଁ ଏକ ବିସ୍ତୃତ ପ୍ରସ୍ତାବ ପ୍ରସ୍ତୁତ କରିଥିଲେ।

ଖୁସିର ସହିତ କହିବାକୁ ଚାହୁଁଛି ଯେ କେନ୍ଦ୍ର ଏବଂ ରାଜ୍ୟଗୁଡ଼ିକୁ ନେଇ ଗଠିତ @GST_Council GST ହାର ହ୍ରାସ ଏବଂ ସଂସ୍କାର ଉପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦାଖଲ କରାଯାଇଥିବା ପ୍ରସ୍ତାବଗୁଡ଼ିକ ସହିତ ମିଳିତ ଭାବରେ ସହମତ ହୋଇଛି। ଯାହା ସାଧାରଣ ଲୋକ, ଚାଷୀ, MSME, ମଧ୍ୟବିତ୍ତ ବର୍ଗ, ମହିଳା ଏବଂ ଯୁବକମାନଙ୍କୁ ଲାଭ ପହଞ୍ଚାଇବ। ଏହି ବ୍ୟାପକ ସଂସ୍କାର ଆମର ନାଗରିକଙ୍କ ଜୀବନକୁ ଉନ୍ନତ କରିବ ଏବଂ ସମସ୍ତଙ୍କ ପାଇଁ ବ୍ୟବସାୟ କରିବାର ସହଜତା ସୁନିଶ୍ଚିତ କରିବ, ବିଶେଷକରି ଛୋଟ ବ୍ୟବସାୟୀ ଏବଂ ବ୍ୟବସାୟ ଲାଭବାନ ହେବେ ବୋଲି ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+