PMFBY Date Extended: ଅଗଷ୍ଟ ୧୦ ଯାଏଁ ବଢ଼ିଲା କୃଷି ବୀମା ଆବେଦନ

ଚାଷୀଙ୍କ ପାଇଁ ଖୁସି ଖବର । ଖରିଫ-୨୦୨୪ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍ଏଫ୍‌ବିୱାଇ) ପଞ୍ଜୀକରଣ ଅବଧି ୧୦ ତାରିଖ ଯାଏ ବଢାଇଛନ୍ତି ସରକାର । ରାଜ୍ୟ କୃଷି ଓ କୃଷକ ବିକାଶ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି। ଜୁଲାଇ ୩୧ ତାରିଖ ଥିଲା କୃଷକମାନଙ୍କ ନାମ ପଞ୍ଜୀକରଣର ଶେଷ ତାରିଖ। କିନ୍ତୁ ଏବେ ଏହାର ଅବଧି ଆଉ ୧୦ ଦିନ ବଢାଇଛନ୍ତି କେନ୍ଦ୍ର ସରକାର।

ଏଥିସହିତ ପଞ୍ଜୀକରଣ ପାଇଁ ଜାତୀୟ ଫସଲ ବୀମା ପୋର୍ଟାଲ ଖୋଲା ରହିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଖରିଫ, ୨୦୨୩ରେ ଜିଲ୍ଲା ପ୍ରଶାସନର ସକ୍ରିୟ ସହଯୋଗରେ ରେକର୍ଡ ସଂଖ୍ୟକ ପଞ୍ଜୀକରଣ ହୋଇଥିଲା। ଗତବର୍ଷ ରାଜ୍ୟରେ ମୋଟର ୨୯.୯୭ ଲକ୍ଷ ଚାଷୀ ୧୫.୬୨ ଲକ୍ଷ ହେକ୍ଟର ଜମିରେ ଫସଲ ବୀମା ପାଇଁ ପଞ୍ଜୀକରଣ କରିଥିଲେ।

PMFBY Date

ଆଗାମୀ ଖରିଫ ଋତୁରେ ଅତି କମରେ ୨୦ ପ୍ରତିଶତରୁ ଅଧିକ ଅଞ୍ଚଳ ଏବଂ କୃଷକମାନଙ୍କୁ ଏହି କାର୍ଯ୍ୟକ୍ରମ ଅଧୀନରେ ଅନ୍ତର୍ଭୁକ୍ତ କରାଯିବା ଉଚିତ ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ପ୍ରକାଶ କରିଛନ୍ତି। ଗତବର୍ଷ ଭଳି ଚଳିତ ବର୍ଷ ରାଜ୍ୟ ସରକାର ୨ ହେକ୍ଟର ପର୍ଯ୍ୟନ୍ତ ଜମି ପାଇଁ ଚାଷୀଙ୍କ ଭାଗ ବହନ କରିବେ।

ଖରିଫ ଋତୁ ୨୦୨୪ ଲାଗି ବଢ଼ିଲା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ଆବେଦନ ଅବଧି । ଆଗରୁ ଏହି ଯୋଜନାର ଅବେଦନ କରିବାର ଅବଧି ଥିଲା ଜୁଲାଇ ୩୧ ତାରିଖ। ତେବେ କେନ୍ଦ୍ର ସରକାର ଯୋଜନାର ଆବେଦନ ଅବଧିକୁ ଆଉ ୧୦ ଦିନ ବଢାଇ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+