୧୦୦ ଷ୍ଟେସନରେ ପିଏମ ବାଣୀ ଯୋଜନା ଆରମ୍ଭ, ଆପଣ ବି ଉଠାନ୍ତୁ ମାଗଣା ୱାଇଫାଇର ଲାଭ

ରେଳ ଯାତ୍ରା ସମୟରେ ସାଧାରଣତଃ ଷ୍ଟେସନରେ ଇଣ୍ଟରନେଟର ଅନେକ ଅସୁବିଧା ଭୋଗିଥାନ୍ତି ଯାତ୍ରୀ। କିନ୍ତୁ ଏବେ ଆପଣଙ୍କ ସେବାରେ ରେଲଟେଲ। ଦେଶର ସମସ୍ତ ରେଳ ଷ୍ଟେସନରେ ମିଳିବ ଫ୍ରି ୱାଇ-ଫାଇ ସେବା ।

ନୂଆଦିଲ୍ଲୀ: ରେଳ ଯାତ୍ରା ସମୟରେ ସାଧାରଣତଃ ଷ୍ଟେସନରେ ଇଣ୍ଟରନେଟର ଅନେକ ଅସୁବିଧା ଭୋଗିଥାନ୍ତି ଯାତ୍ରୀ। କିନ୍ତୁ ଏବେ ଆପଣଙ୍କ ସେବାରେ ରେଲଟେଲ। ଦେଶର ସମସ୍ତ ରେଳ ଷ୍ଟେସନରେ ମିଳିବ ଫ୍ରି ୱାଇ-ଫାଇ ସେବା । ପିଏମ ବାଣୀ ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଦେଶର ୧୦୦ ରେଳ ଷ୍ଟେସନରେ ଫ୍ରି ୱାଇ-ଫାଇ ସେବା ଆରମ୍ଭ ହୋଇଛି ।

PM wani yojana

ପ୍ରଧାନମନ୍ତ୍ରୀ ୱାଇ-ଫାଇ ଏକ୍ସେସ ଇଣ୍ଟରଫେସ ଯୋଜନାରେ ଦେଶର ସମସ୍ତ ରେଳ ଷ୍ଟେସନକୁ ସାମିଲ କରାଯାଇଛି । ଦିଲ୍ଲୀରେ ରେଳ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଏନେଇ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରାଯାଇଛି । ସେବା ଆରମ୍ଭ ନେଇ ରେଲଟେଲ ଅଧ୍ୟକ୍ଷ ପୁନିତ ଚାୱଲା ଘୋଷଣା କରିଛନ୍ତି । ଚଳିତ ବର୍ଷ ଜୁନ ମାସ ଶେଷ ସୁଦ୍ଧା ଦେଶର ୬,୧୦୨ ରେଳ ଷ୍ଟେସନରେ ରେଲଟେଲ ପକ୍ଷରୁ ୱାଇ-ଫାଇ ସେବା ଯୋଗାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ପୂର୍ବରୁ ଏହି ସମସ୍ତ ଷ୍ଟେସନରେ ୱାଇ-ଫାଇ ସୁବିଧା ଉପଲବ୍ଧ ରହିଛି ।

ପିଏମ-ବାଣୀ ଯୋଜନା ଭାରତ ସରକାରଙ୍କ ଦୂରସଂଚାର ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମସ୍ତ ସାର୍ବଜନିକ ସ୍ଥଳରେ ମାଗଣା ୱାଇ-ଫାଇ ସେବା ପ୍ରଦାନ କରିବା । ଏହି ଯୋଜନା ଦ୍ୱାରା ସାରା ଦେଶବାସୀ ଇଣ୍ଟରନେଟ ସୁବିଧା ପାଇପାରିବେ।

ଆପଣ ଫ୍ରି ୱାଇ-ଫାଇର ମଜା ନେବାକୁ ଚାହୁଁଥିଲେ ନିଜ ମୋବାଇଲରେ ସି-ଡଟ୍ ନାମକ ଆପ୍ଲିକେସନ ଇନଷ୍ଟଲ୍ କରିପାରିବେ। ଏହି ଏଣ୍ଡ୍ରଏଡ ଆଧାରିତ ଆପ୍ଲିକେସନ ଗୁଗଲ ଫ୍ଲେ ଷ୍ଟୋରରେ ଉପଲବ୍ଧ ରହିଛି । ଏହି ଯୋଜନା ଭବିଷ୍ୟତରେ ଡିଜିଟାଲ ଇଣ୍ଡିଆ ଅଭିଯାନର ଏକ ମୁଖ୍ୟ ଅଂଶ ହେବାକୁ ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+