ମଣିପୁରରେ ଶାନ୍ତି ପ୍ରତିଷ୍ଠା ସହ ପ୍ରଗତି ଓ କଲ୍ୟାଣ ମାର୍ଗ ଆପଣେଇବାକୁ ଯୁବପିଢ଼ିକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଗସ୍ତରେ ଯାଇ ଆଜି ମଣିପୁରରେ ପହଞ୍ôଚଛନ୍ତି । ଚୁରାଚାନ୍ଦପୁର ଜିଲ୍ଲାର ଶାନ୍ତି ପଡ଼ିଆଠାରେ ଏକ ଜନସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ଏବଂପ୍ରଗତି ଓ କଲ୍ୟାଣର ମାର୍ଗ ଗ୍ରହଣ କରିବାକୁ ଯୁବପିଢ଼ିକୁ ଆହ୍ୱାନ ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୭ ହଜାର ୩୦୦ କୋଟି ଟଙ୍କାର ୧୪ଟି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ଅବସରରେ କହିଛନ୍ତି, ମଣିପୁର ହେଉଛି ଆଶା ଓ ବିକାଶର ଭୂମି । ଜାତିଗତ ହିଂସା ଏହାକୁ କବଳିତ କରିଛି । ତେବେ ଦେଶରେ ଶାନ୍ତି ବିନା ବିକାଶ ସମ୍ଭବ ନୁହେଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଚୁରାଚାନ୍ଦପୁର ଜିଲ୍ଲାରେ ଥିବା ରିଲିଫ୍ ଶିବିରଗୁଡ଼ିକରେ ଆଶ୍ରୟ ନେଇଥିବା ବିସ୍ଥାପିତଙ୍କୁ ଭେଟିଥିବା ନେଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିବା ସହ ମଣିପୁରବାସୀ ଶାନ୍ତିର ମାର୍ଗକୁ ଗ୍ରହଣ କରିଛନ୍ତି ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ହିଂସାରେ ପ୍ରଭାବିତ ଲୋକଙ୍କପାଇଁ ୭ ହଜାର ନୂତନ ଆବାସ ନିର୍ମାଣ ପାଇଁ କେନ୍ଦ୍ର ସରକାର ପାଣ୍ଠି ମଞ୍ଜୁର କରିଛନ୍ତି । ଏକ ସ୍ୱତନ୍ତ୍ର ପ୍ୟାକେଜ୍ ଭାବରେ ଏଥିପାଇଁ ୩ ହଜାର କୋଟି ଟଙ୍କା ବଜେଟ୍ରେ ଅନୁମୋଦନ କରାଯାଇଛି । ୨୦୨୪ ମସିହା ପରଠାରୁ ମଣିପୁରରେ ଉତ୍ତମ ସଡ଼କ ସଂଯୋଗୀକରଣ ଉପରେ କେନ୍ଦ୍ର ସରକାର ଧ୍ୟାନ ଦେଇଆସୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ରାଜ୍ୟରେ ନୂତନ ରାଜପଥର ବିକାଶ ଚାଲିଛି ଏବଂ ଏଥିପାଇଁ ୮ ହଜାର ୬ ଶହ କୋଟି ଟଙ୍କାର ବଜେଟ୍ ଶିଳାନ୍ୟାସ କରିଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ସଡ଼କ ଯୋଗାଯୋଗ, ସ୍ୱାସ୍ଥ୍ୟସେବା, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ସୁଦୃଢ଼ୀକରଣ, କର୍ମଜୀବୀ ମହିଳା ହଷ୍ଟେଲ୍, ବହୁମୁଖୀ ଇଣ୍ଡୋର୍ ଷ୍ଟାଡିୟମ୍, ବିଦ୍ୟୁତ୍ କ୍ଷେତ୍ର ପ୍ରକଳ୍ପ ଆଦି ଅନ୍ତର୍ଭୁକ୍ତ ।












Click it and Unblock the Notifications