‘ହାସ୍ଟ୍ୟାଗ ସୋମନାଥ ସ୍ୱାଭିମାନ ପରବ୍’ ମାଧ୍ୟମରେ ନିଜର ସ୍ମୃତି ବାଣ୍ଟିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ
ସୋମନାଥ ସ୍ୱାଭିମାନ ପର୍ବ ଆଜିଠାରୁ ଆରମ୍ଭ ହୋଇଛି । ଏକହଜାର ୨୬ମସିହା ଜାନୁଆରୀ ମାସରେ ଗଜନୀର ମହମୁଦଙ୍କ ଦ୍ୱାରା ମନ୍ଦିର ଉପରେ ହୋଇଥିବା ଆକ୍ରମଣର ହଜାରେତମ ବାର୍ଷିକୀ ଏବଂ ୧୯୫୧ ମସିହାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନେତୃତ୍ୱରେ ମନ୍ଦିରର ପୁନଃ ପ୍ରତିଷ୍ଠାର ୭୫ବର୍ଷ ପାଳନ ଅବସରରେ ଆଜିଠାରୁ ଏହି ୪ଦିନିଆ ପର୍ବ ପାଳନ ଆରମ୍ଭ ହୋଇଛି । ଆମ ସମ୍ବାଦଦାତା ଦେଇଥିବା ସୂଚନା ଅନୁଯାୟୀ ଏକ ବିଶାଳ ଡ୍ରୋନ୍ ପ୍ରଦର୍ଶନୀ, ନିରନ୍ତର ୭୨ ଘଣ୍ଟାର ଓଁକାର ନାଦ ଏବଂ ସୌର୍ଯ୍ୟ ଯାତ୍ରା ଏହି କାର୍ଯ୍ୟକ୍ରମର ପ୍ରମୁଖ ଆକର୍ଷଣ ହେବ । ଏହି ଡ୍ରୋନ୍ ପ୍ରଦର୍ଶନୀରେ ୩ହଜାର ଡ୍ରୋନ୍ ସାମିଲ ହେବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପର୍ବ ଆରମ୍ଭ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି ଦେଶର ନୀତି ଏବଂ ଆଦର୍ଶ ସହିତ ସାଲିସ କରିନଥିବା ଅଗଣିତ ସନ୍ତାନଙ୍କୁ ସ୍ମରଣ କରିବା ଏହି ପର୍ବ ପାଳନର ଅନ୍ୟତମ ଉଦ୍ଦେଶ୍ୟ । ଏକହଜାର ୨୬ମସିହା ଜାନୁଆରୀ ମାସରେ ଆକ୍ରମଣର ସମ୍ମୁଖୀନ ହୋଇଥିବା ଏହି ମହାନ ମନ୍ଦିର ପରବର୍ତ୍ତୀ କାଳରେ ବାରମ୍ବାର ପୁନଃନିର୍ମିତ ହୋଇଥିଲା । ଶ୍ରଦ୍ଧାଳୁଙ୍କର ବିଶ୍ୱାସ ଏବଂ ଦେଶର ସଭ୍ୟତାଗତ ସଂକଳ୍ପକୁ ଏହା ନିଶ୍ଚିତ କରିଛି ।
ଦେଶର ମହାନ ସଭ୍ୟତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶବାସୀ ନିଜ ହୃଦୟରେ ହଜାର ହଜାର ବର୍ଷ ଧରି ସୋମନାଥ ମନ୍ଦିର ଜୀବିତ ହୋଇ ରହିଆସିଛି । ପ୍ରଧାନମନ୍ତ୍ରୀ ଏହି ପର୍ବରେ ସାମିଲ ହେବା ସହ ହାସ୍ଟ୍ୟାଗ୍ ସୋମନାଥ ସ୍ୱାଭିମାନ ପରବ ବ୍ୟବହାର କରି ନିଜର ସ୍ମୃତି ବାଣ୍ଟିବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଦେଶ ସଭ୍ୟତାର ମୂଳତତ୍ତ୍ୱ ସମ୍ପର୍କରେ ପରବର୍ତ୍ତୀ ପୀଢ଼ିକୁ ଏହି ମନ୍ଦିର ପ୍ରେରଣା ପ୍ରଦାନ କରିଆସୁଛି । ଆସନ୍ତା ୧୧ ତାରିଖରେ ପ୍ରଧାନମନ୍ତ୍ରୀ ଏହି ପର୍ବରେ ଯୋଗଦେବେ । ଏହି ଅବସରରେ ବର୍ଷବ୍ୟାପୀ ଆଧ୍ୟାତ୍ମିକ, ସାଂସ୍କୃତିକ ଏବଂ ସାମାଜିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ।












Click it and Unblock the Notifications