ଆସନ୍ତାକାଲିଠୁ ଏହି ୩ ରାଜ୍ୟ ଗସ୍ତରେ ଯିବେ ପିଏମ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲିଠାରୁ ମଧ୍ୟପ୍ରଦେଶ, ବିହାର ଓ ଆସାମ ଗସ୍ତରେ ଯିବେ। ଆସନ୍ତାକାଲି ସେ ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲାରେ ବାଗେଶ୍ୱର ଧାମ ଚିକିତ୍ସା ଏବଂ ବିଜ୍ଞାନ ଗବେଷଣା ସଂସ୍ଥାନର ଶିଳାନ୍ୟାସ କରିବେ । ଏହି ସଂସ୍ଥାନର କ୍ୟାନସର ହସ୍ପିଟାଲରେ ଗରିବ କର୍କଟ ରୋଗୀଙ୍କୁ ମାଗଣାରେ ଚିକିତ୍ସା କରାଯିବ ଏବଂ ଅତ୍ୟାଧୁନିକ ଯନ୍ତ୍ରପାତି ସହ ବିଶେଷଜ୍ଞ ଡାକ୍ତର ରହିବାର ବ୍ୟବସ୍ଥା କରାଯିବ। ଭୋପାଳରେ ଦୁଇ ଦିନିଆ 'ବିଶ୍ୱ ପୁଞ୍ଜିବିନିଯୋଗ ସିମ୍ମିଳନୀ-୨୦୨୫'କୁ ମଧ୍ୟ ମୋଦି ଉଦଘାଟନ କରିବେ ।

ପ୍ରଧାନମନ୍ତ୍ରୀ ଆସନ୍ତା ସୋମବାର ବିହାରର ଭାଗଲପୁର ଗସ୍ତ କରିବେ। ସେ ପିଏମ କିଷାନ ଯୋଜନାର ଊନବିଂଶତମ କିସ୍ତି ଉନ୍ମୋଚନ କରିବେ ଏବଂ ବିହାରରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କରିବେ । ପିଏମ୍‍ କିଶାନ ଯୋଜନାରେ ଦେଶର ୯ କୋଟି ୭୦ ଲକ୍ଷରୁ ଅଧିକ କୃଷକ୨୧ ହଜାର ୫୦୦ କୋଟି ଟଙ୍କାରୁ ଅଧିକ ସିଧାସଳଖ ଆର୍ଥିକ ଲାଭ ପାଇବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବିହାରରୁ ଗୌହ୍ୱାଟୀ ଯାଇ ଝୁମୋଇର ବିନାନ୍ଦିନୀ-୨୦୨୫ କାର୍ଯ୍ୟକ୍ରମରେ ଯୋଗଦେବେ।

PM to visit Madhya Pradesh

ମେଗା ଝୁମୋଇର କାର୍ଯ୍ୟକ୍ରମ ଚା' ଶିଳ୍ପ ଏବଂ ଆସାମ ଶିଳ୍ପାୟନର ୨୦୦ ବର୍ଷର ପ୍ରତୀକ । ମଙ୍ଗଳବାର ଦିନ ଶ୍ରୀ ମୋଦୀ ଗୌହ୍ୱାଟୀ ରେ ଆଡଭାଣ୍ଟେଜ୍ ଆସାମ ୨.୦ ନିବେଶ ଏବଂ ଭିତ୍ତିଭୂମି ସମ୍ମିଳନୀ ୨୦୨୫କୁ ଉଦଘାଟନ କରିବାର କାର୍ଯ୍ୟସୂଚୀ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+