Get Updates
Get notified of breaking news, exclusive insights, and must-see stories!

ଓଡ଼ିଶା, ଝାଡଖଣ୍ଡ ଓ ଗୁଜୁରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ କିସ୍ତି ହସ୍ତାନ୍ତର କରିବେ

କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ନୂଆଦିଲ୍ଲୀର ପୁସାଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଝାଡ଼ଖଣ୍ଡର ଜାମସେଦପୁର ଗସ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଶ୍ରୀ ଚୌହାନ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୫ ସେପ୍ଟେମ୍ବର ୨୦୨୪ରେ ଝାଡ଼ଖଣ୍ଡ ରାଜ୍ୟର ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା - ଗ୍ରାମୀଣର ପ୍ରଥମ କିସ୍ତି ହସ୍ତାନ୍ତର କରିବେ। ଏହାପରେ ସେପ୍ଟେମ୍ବର ୧୬ ତାରିଖରେ ଗୁଜରାଟ ରାଜ୍ୟର ହିତାଧିକାରୀଙ୍କୁ ଏବଂ ୧୭ ତାରିଖରେ ଆଚରଣ ବିଧି ଲାଗୁ ହୋଇନଥିବା ଓଡ଼ିଶା ସମେତ ଅନ୍ୟ ସମସ୍ତ ରାଜ୍ୟର ହିତାଧିକାରୀଙ୍କୁ ପିଏମ ଆବାସ ସହାୟତା ହସ୍ତାନ୍ତର କରିବେ। ଖାଦ୍ୟ, ବସ୍ତ୍ର ଓ ବାସଗୃହ ଗରିବଲୋକଙ୍କ ମୌଳିକ ଆବଶ୍ୟକତା ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଝାଡ଼ଖଣ୍ଡ ରାଜ୍ୟର ପ୍ରାୟ ୨୦,୦୦୦ ହିତାଧିକାରୀଙ୍କୁ ଆବାସ ମଞ୍ଜୁରୀ ପତ୍ର ବଣ୍ଟନ କରିବେ । ଏଥିସହିତ ଗୋଟିଏ କ୍ଲିକ୍ ଜରିଆରେ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ୫ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯିବ। ଏହାବ୍ୟତୀତ ୪୬ ହଜାର ହିତାଧିକାରୀଙ୍କ ନବନିର୍ମିତ ଆବାସର ଗୃହପ୍ରବେଶ ସମାରୋହ ଅନୁଷ୍ଠିତ ହେବ। ଏହା ଏକ ପ୍ରମୁଖ କାର୍ଯ୍ୟକ୍ରମ ଯାହା ଆଗାମୀ ଦିନରେ ଏହି ଯୋଜନାକୁ ଅଧିକ କାର୍ଯ୍ୟକାରୀ କରିବା ପାଇଁ ଅଧିକ ପ୍ରୋତ୍ସାହନ ହେବ । ଚଳିତ ଆର୍ଥିକ ବର୍ଷରେ ଝାଡ଼ଖଣ୍ଡରେ ୧,୧୩,୧୯୫ ଘର ନିର୍ମାଣ ପାଇଁ ଲକ୍ଷ୍ୟ ଦିଆଯାଇଥିବା ବେଳେ ୧୮୭.୭୯ କୋଟି ଟଙ୍କା ପ୍ରଦାନ କରାଯାଇଛି।

narendra modi

ଶ୍ରୀ ଚୌହାନ ସୂଚନା ଦେଇଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୬ ସେପ୍ଟେମ୍ବର ୨୦୨୪ରେ ଗୁଜରାଟ ଗସ୍ତରେ ରହିବେ। ଗୁଜରାଟରେ ଗତ ୧୦ ବର୍ଷ ମଧ୍ୟରେ ୬.୫୦ ଲକ୍ଷରୁ ଅଧିକ ଘର ନିର୍ମାଣ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ଗୁଜରାଟକୁ ୫୪,୧୩୫ ଟି ଘର ନିର୍ମାଣ ପାଇଁ ଟାର୍ଗେଟ ଦିଆଯାଇଛି ଏବଂ ଏଥିପାଇଁ ୯୯.୧ କୋଟି ଟଙ୍କା ପ୍ରଦାନ କରାଯାଇଛି | ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମରେ ରାଜ୍ୟର ୩୧ ହଜାର ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରାୟ ୯୩ କୋଟି ଟଙ୍କା ହସ୍ତାନ୍ତର କରାଯିବ ଏବଂ ୩୫ ହଜାର ଅବାସର ଗୃହପ୍ରବେଶ ସମାରୋହ ପାଳନ କରାଯିବ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂ ସୂଚନା ଦେଇଛନ୍ତି ଯେ ୧୭ ସେପ୍ଟେମ୍ବର ୨୦୨୪ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏଥିରେ ବିଭିନ୍ନ ରାଜ୍ୟର ୧୦ ଲକ୍ଷ ହିତାଧିକାରୀଙ୍କୁ ମଞ୍ଜୁରୀ ପତ୍ର ବଣ୍ଟନ କରାଯିବ, ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରଥମ କିସ୍ତିର ଡିଜିଟାଲ ହସ୍ତାନ୍ତର ଆକାରରେ ୩୧୮୦ କୋଟି ଟଙ୍କା ପ୍ରଦାନ କରାଯିବ ।୨୬ ଲକ୍ଷ ହିତାଧିକାରୀ ପରିବାର ସେମାନଙ୍କ ନୂତନ ଘରେ ପ୍ରବେଶ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ''ଆବାସ + ୨୦୨୪'' ଆପ୍ ଉନ୍ମୋଚନ କରାଯିବ, ଯାହାର ଲକ୍ଷ୍ୟ ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରି ପକ୍କା ଘର ଆବଣ୍ଟନ ସୁନିଶ୍ଚିତ କରିବା । ଚଳିତ ଆର୍ଥିକ ବର୍ଷରେ ଓଡ଼ିଶାରେ ୨୨,୫୭୨ ଆବାସ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏଥିପାଇଁ ୪୧.୩୨ କୋଟି ଟଙ୍କା ପ୍ରଦାନ କରାଯାଇଛି।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନା (ପିଏମଜିଏସୱାଇ)ର ଚତୁର୍ଥ ପର୍ଯ୍ୟାୟର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନା ଅଧୀନରେ ୨୫,୦୦୦ ଯୋଗ୍ୟ ସଂଯୋଗ ବିହୀନ ଜନବସତିକୁ ସଡ଼କ ସଂଯୋଗ ଯୋଗାଇବା ପାଇଁ ୬୨,୫୦୦ କିଲୋମିଟର ସବୁଦିନିଆ ସଡ଼କ ନିର୍ମାଣ କରାଯିବ। ରାସ୍ତା ସହିତ ଆବଶ୍ୟକତା ଅନୁଯାୟୀ ପୋଲ ମଧ୍ୟ ନିର୍ମାଣ କରାଯିବ। ପ୍ରଧାନମନ୍ତ୍ରୀ ଗ୍ରାମୀଣ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ରେ ୭୦ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ଏବଂ ଏଥିପାଇଁ ପାଣ୍ଠିର ବ୍ୟବସ୍ଥା କରାଯାଇଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମଏୱାଇ-ଜି) ହେଉଛି ଭାରତ ସରକାରଙ୍କ ଅନ୍ୟତମ ପ୍ରମୁଖ କାର୍ଯ୍ୟକ୍ରମ ଯାହା ଅନ୍ୟାନ୍ୟ ଯୋଜନା ସହିତ ସମନ୍ୱୟ ରକ୍ଷା କରି ଗ୍ରାମାଞ୍ଚଳରେ କଚ୍ଚା ଏବଂ ଜରାଜୀର୍ଣ୍ଣ ଘରେ ରହୁଥିବା ସମସ୍ତ ବାସହୀନ ପରିବାର ଏବଂ ହିତାଧିକାରୀଙ୍କୁ ମୌଳିକ ସୁବିଧା ସହିତ ୨.୯୫ କୋଟି ପକ୍କା ଘର ପ୍ରଦାନ କରି ୨୦୨୪ ସୁଦ୍ଧା ''ସମସ୍ତଙ୍କ ପାଇଁ ଘର'' ଲକ୍ଷ୍ୟ ହାସଲ କରିବାକୁ ଯୋଜନା କରିଛି ।

ଗ୍ରାମୀଣ ଭାରତର ଉନ୍ନତି ଦିଗରେ ୨୦୧୬ ମସିହାରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ଏହି ଯୋଜନାର ଲକ୍ଷ୍ୟ କେବଳ ଆବାସ ନୁହେଁ ବରଂ ଆବାସ ସହିତ ସମସ୍ତ ମୌଳିକ ସୁବିଧା ସୁନିଶ୍ଚିତ କରିବା । ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ଅଧୀନରେ ହିତାଧିକାରୀମାନେ ସ୍ୱଚ୍ଛ ଭାରତ ମିଶନ, ଉଜ୍ଜ୍ୱଳା ଯୋଜନା ଭଳି ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ସହିତ ସମନ୍ୱୟ ରକ୍ଷା କରି ମନରେଗା ଅଧୀନରେ ସେମାନଙ୍କ ଘର ନିର୍ମାଣ ପାଇଁ ୯୦-୯୫ ଦିନର ମଜୁରି ଏବଂ ପିଏମଏୱାଇ-ଜି ଘରେ ଶୌଚାଳୟର ଲାଭ ମଧ୍ୟ ପାଇଥାନ୍ତି । ସ୍ୱଚ୍ଛ ଇନ୍ଧନ ଓ ବିଜୁଳି ସୁବିଧା ସୁନିଶ୍ଚିତ କରାଯାଉଛି। ଏହି ଯୋଜନା ଅଧୀନରେ ପିଏମଏୱାଇ-ଜି ପରିବାରର ମହିଳା ସଦସ୍ୟମାନଙ୍କୁ ଜାତୀୟ ଗ୍ରାମୀଣ ଜୀବିକା ମିଶନ (ଏନଆରଏଲଏମ) ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ରେ ଅନ୍ତର୍ଭୁକ୍ତ କରାଯାଉଛି, ଯାହାଦ୍ୱାରା ଗ୍ରାମୀଣ ମହିଳାମାନେ ଉନ୍ନତ ଜୀବିକା ସୁଯୋଗ ପାଇପାରିବେ । ଆଗାମୀ ୫ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନା ସହ ସମନ୍ୱୟ ମାଧ୍ୟମରେ ହିତାଧିକାରୀଙ୍କୁ ସୋଲାର୍‌ ରୁଫ୍‌ ଟପ୍‌ ସଂଯୋଗ ବା ସୌରଶକ୍ତି ସଂଯୁକ୍ତ ବିଦ୍ୟୁତ ଉତ୍ପାଦନ ବ୍ୟବସ୍ଥା କରାଯିବ।

ଏହି ଯୋଜନା ଅଧୀନରେ ପୂର୍ବରୁ ୨.୯୫ କୋଟି ପକ୍କା ଘର ନିର୍ମାଣ ଲକ୍ଷ୍ୟ ରଖାଯାଇଥିବା ବେଳେ ୧୦୦ ପ୍ରତିଶତ ଘର ଠିକ୍ ସମୟରେ ମଞ୍ଜୁର ହୋଇଛି ଏବଂ ୨.୬୬ କୋଟି ଘର ନିର୍ମାଣ ସରିଛି। ଗତ ୧୦ ବର୍ଷ ରେ ଗ୍ରାମୀଣ ଆବାସ ଯୋଜନାରେ ୩.୪୨ କୋଟି ଘର ନିର୍ମାଣ କରାଯାଇଛି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣର ସଫଳତା ଏବଂ ଅଧିକ ଗ୍ରାମୀଣ ପରିବାରର ଆବଶ୍ୟକତାକୁ ଅନୁଭବ କରି ଏହି ଯୋଜନା ଜାରି ରଖାଯାଇଛି ଏବଂ ଆଗାମୀ ୫ ବର୍ଷ ମଧ୍ୟରେ ଅତିରିକ୍ତ ୨ କୋଟି ଘର ନିର୍ମାଣକୁ ଅନୁମୋଦନ ମିଳିଛି । ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୩.୦୬ ଲକ୍ଷ କୋଟି ଟଙ୍କାରୁ ଅଧିକ ବ୍ୟୟରେ ଏହି ୨ କୋଟି ନୂଆ ଘର ନିର୍ମାଣ କରାଯିବ। ନୂତନ ଅନୁମୋଦିତ ୨ କୋଟି ଲକ୍ଷ୍ୟ ମଧ୍ୟରୁ ମନ୍ତ୍ରଣାଳୟ ପକ୍ଷରୁ ୧୬ଟି ରାଜ୍ୟକୁ ୩୧, ୭୩, ୦୧୬ କୋଟି ଟଙ୍କା ପ୍ରଦାନ କରାଯାଇଛି।

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା କେବଳ ଏକ ଯୋଜନା ନୁହେଁ ବରଂ ସାଧାରଣ ନାଗରିକଙ୍କ ପାଇଁ ଏକ ଆଶା । ଏହା ସମ୍ମାନ, ସଶକ୍ତୀକରଣ ଏବଂ ଉନ୍ନତ ଭବିଷ୍ୟତ ଗଠନର ଆଧାର। ଏହି ଯୋଜନା ଗ୍ରାମୀଣ ଭାରତର ବିକାଶ ପ୍ରତି ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+