ଆସନ୍ତାକାଲି ପ୍ରୟାଗରାଜରେ ପବିତ୍ର ସ୍ନାନ କରିବେ ପ୍ରଧାନମନ୍ତ୍ରୀ

PM Modi: ଆସନ୍ତାକାଲି ପ୍ରୟାଗରାଜରେ ପବିତ୍ର ସ୍ନାନ କରିବେ ପ୍ରଧାନମନ୍ତ୍ରୀ । ଫେବୃଆରୀ 5 ତାରିଖ ସକାଳ ପ୍ରାୟ 10 ଟାରେ ପ୍ରୟାଗରାଜ ବିମାନବନ୍ଦରରେ ପହଞ୍ଚିବେ। ଏହା ପରେ, ସେ DPS ହେଲିପ୍ୟାଡରେ ପହଞ୍ଚି ସକାଳ 10:45 ରେ ଅରିଆଲ ଘାଟ ଯିବେ, ଯେଉଁଠାରୁ ସେ ଡଙ୍ଗା ଯୋଗେ କୁମ୍ଭ ସ୍ଥାନରେ ପହଞ୍ଚିବେ।

Narendra Modi

ସକାଳ ୧୧ଟାରେ ପ୍ରଧାନମନ୍ତ୍ରୀ ମୋଦି ସଙ୍ଗମରେ ପବିତ୍ର ସ୍ନାନ କରିବେ ଏବଂ ମାତା ଗଙ୍ଗାଙ୍କ ପୂଜାର୍ଚ୍ଚନା କରିବା ନେଇ ସୂଚନା ରହିଛି । ମହାକୁମ୍ଭରେ ତାଙ୍କର କାର୍ଯ୍ୟକ୍ରମ ୧୧ ରୁ ୧୧:୩୦ ପର୍ଯ୍ୟନ୍ତ ରହିବ । ସ୍ନାନ ପରେ, ସେ ୧୧:୪୫ ରେ ଡଙ୍ଗା ଯୋଗେ ଅରିଆଲ ଘାଟକୁ ଫେରିବେ ଏବଂ ତା'ପରେ ଡିପିଏସ୍ ହେଲିପ୍ୟାଡ୍ ଦେଇ ପ୍ରୟାଗରାଜ ବିମାନବନ୍ଦରକୁ ଯିବେ।

ମହାକୁମ୍ଭ ମେଳା ଜାନୁଆରୀ 13 ରେ ଆରମ୍ଭ ହୋଇଥିଲା ଏବଂ ଫେବୃଆରୀ 26 ରେ ମହାଶିବରାତ୍ରି ପର୍ଯ୍ୟନ୍ତ ଚାଲିବ । ଏହା ବିଶ୍ୱର ସବୁଠାରୁ ବଡ଼ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ, ଯାହା ଲକ୍ଷ ଲକ୍ଷ ଭକ୍ତଙ୍କୁ ଆକର୍ଷିତ କରୁଛି ।

ପୂର୍ବରୁ, ୧୩ ଡିସେମ୍ବର ୨୦୨୪ରେ, ପ୍ରଧାନମନ୍ତ୍ରୀ ପ୍ରୟାଗରାଜରେ ୫,୫୦୦ କୋଟି ଟଙ୍କାର ୧୬୭ଟି ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିଥିଲେ, ଯାହା ତୀର୍ଥସ୍ଥଳଗୁଡ଼ିକରେ ଭିତ୍ତିଭୂମି ଏବଂ ସୁବିଧା ବୃଦ୍ଧି କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ଭାରତୀୟ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଐତିହ୍ୟର ପ୍ରଚାର ଓ ପ୍ରସାର ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି । ସେହିପରି ମୋଦିଙ୍କ ଗସ୍ତକୁ ନେଇ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+