ଡିସେମ୍ବର ୨୬ ରେ 'ବୀର ବାଲ ଦିବସ' ପାଳନ କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦୀ ଡିସେମ୍ବର ୨୬, ୨୦୨୩ ପୂର୍ବାହ୍ନ ସାଢେ ୧୦ଟାରେ ନୂଆଦିଲ୍ଲୀର ଭାରତ ମଣ୍ଡପମଠାରେ 'ବୀର ବାଲ ଦିବସ' ପାଳନ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ଯୁବକମାନଙ୍କ ଦ୍ୱାରା ଆୟୋଜିତ ଏକ ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ।

ଏହି ଦିବସ ଉପଲକ୍ଷେ ସରକାର ସାହିବଜାଦାଙ୍କ ଦୃଷ୍ଟାନ୍ତମୂଳକ ସାହସର କାହାଣୀ ବିଷୟରେ ନାଗରିକମାନଙ୍କୁ, ବିଶେଷ କରି ଛୋଟ ପିଲାମାନଙ୍କୁ ସଚେତନ କରିବା ପାଇଁ ସମଗ୍ର ଦେଶରେ ଅଂଶଗ୍ରହଣକାରୀ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି। ସାହିବଜାଦାଙ୍କ ଜୀବନ କାହାଣୀ ଏବଂ ବଳିଦାନକୁ ନେଇ ଏକ ଡିଜିଟାଲ ପ୍ରଦର୍ଶନୀ ସାରା ଦେଶର ବିଦ୍ୟାଳୟ ଏବଂ ଶିଶୁ ଯତ୍ନ ଅନୁଷ୍ଠାନରେ ପ୍ରଦର୍ଶିତ ହେବ । 'ବୀର ବାଲ ଦିବସ'ରେ ଏକ ଚଳଚ୍ଚିତ୍ର ମଧ୍ୟ ଦେଶବ୍ୟାପୀ ପ୍ରଦର୍ଶିତ ହେବ। ଏଥିସହିତ ମାଇଁ ଭାରତ ଓ ମାଇଗଭ ପୋର୍ଟାଲ ଜରିଆରେ ଇଣ୍ଟରଆକ୍ଟିଭ୍ କ୍ୱିଜ୍ ଭଳି ବିଭିନ୍ନ ଅନଲାଇନ୍ ପ୍ରତିଯୋଗିତା ଆୟୋଜନ କରାଯିବ।

narendra_modi

୨୦୨୨ ଜାନୁଆରି ୯ ତାରିଖରେ ଶ୍ରୀ ଗୁରୁ ଗୋବିନ୍ଦ ସିଂହଜୀଙ୍କ ପ୍ରକାଶ ପୁରବ ଦିନ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ ଡିସେମ୍ବର ୨୬ ତାରିଖକୁ 'ବୀର ବାଲ ଦିବସ' ଭାବେ ପାଳନ କରାଯିବ। ଏହାକୁ ଶ୍ରୀ ଗୁରୁ ଗୋବିନ୍ଦ ସିଂହଙ୍କ ପୁତ୍ର ସାହିବଜାଦା ବାବା ଜୋରାୱର ସିଂ ଜୀ ଏବଂ ବାବା ଫତେହ ସିଂଜୀଙ୍କ ସହିଦ ଦିବସ ସ୍ମରଣରେ ପାଳନ କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+