ଆସନ୍ତାକାଲି ୬୨ ହଜାର କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଯୁବ ପର୍ଯ୍ୟବେସିତ ଯୋଜନାଗୁଡ଼ିକର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬୨ ହଜାର କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ଯୁବ ପର୍ଯ୍ୟବେସିତ ଯୋଜନାଗୁଡ଼ିକର ଲୋକାର୍ପଣ କରିବେ। ସମଗ୍ର ଦେଶରେ ଯୁବ କୌଶଳ ବିକାଶ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ଏକ ହଜାର ସରକାରୀ ଆଇ.ଟି.ଆଇ. ଗୁଡ଼ିକର ଉନ୍ନତିକରଣ ପାଇଁ ପି.ଏମ୍‌.-ଏସ.ଇ.ଟି.ୟୁ.ର ଶୁଭାରମ୍ଭ କରିବେ।

ଶ୍ରୀ ମୋଦୀ ଦୁଇ ବର୍ଷ ପାଇଁ ପାଞ୍ଚ ଲକ୍ଷ ସ୍ନାତକଙ୍କୁ ମାସିକ ଏକ ହଜାର ଟଙ୍କା ଭତ୍ତା ପ୍ରଦାନ କରୁଥିବା ବିହାରର ପୁର୍ନଗଠିତ ମୁଖ୍ୟମନ୍ତ୍ରୀ ନିଶ୍ଚୟ ସ୍ୱୟମ ସହାୟତା ଭତ୍ତା ଯୋଜନାର ମଧ୍ୟ ଶୁଭାରମ୍ଭ କରିବେ। ଶିଳ୍ପ ଭିତ୍ତିକ ପାଠ୍ୟକ୍ରମ ଏବଂ ଧନ୍ଦାମୂଳକ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସେ ବିହାରରେ ଜନ ନାୟକ କର୍ପୁରୀ ଠାକୁର ଦକ୍ଷତା ବିଶ୍ୱବିଦ୍ୟାଳୟର ଉଦଘାଟନ କରିବେ।

narendra modi

ପ୍ରଧାନମନ୍ତ୍ରୀ' ବିହାରର ଚାରୋଟି ବିଶ୍ୱବିଦ୍ୟାଳୟରେ ନୂତନ ପାଠ୍ୟକ୍ରମ ଏବଂ ଗବେଷଣା ସୁବିଧା ଥିବା ଅଟ୍ଟାଳିକାର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହାସହ ପାଟନା ସ୍ଥିତ ଏନ.ଆଇ.ଟି'ର ନୂତନ କ୍ୟାମ୍ପସକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ମୋଦୀ' ୩୪ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ନବୋଦୟ ବିଦ୍ୟାଳୟ ଏବଂ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ସ୍ଥାପିତ ଏକ ହଜାର ଦୁଇ ଶହ ଧନ୍ଦାମୂଳକ ଦକ୍ଷତା ପରୀକ୍ଷାଗାରକୁ ମଧ୍ୟ ଉଦଘାଟନ କରିବେ। ସେ କୌଶଳ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ଆଇ.ଟି.ଆଇ.ରେ ସର୍ବଶ୍ରେଷ୍ଠ କୃତୀ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା କରିବାର କାର୍ଯ୍ୟସୂଚୀ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+