ଡିସେମ୍ବର ୨୭ ରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 27 ଡିସେମ୍ବର, 2023 ଦିନ ଅପରାହ୍ନ 12:30 ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ଆଲୋଚନା କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ କରିବେ।
ଦେଶବ୍ୟାପୀ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହଜାର ହଜାର ହିତାଧିକାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକ ଓ ସ୍ଥାନୀୟ ସ୍ତରର ପ୍ରତିନିଧିମାନେ ଯୋଗଦେବେ।
୧୫ ନଭେମ୍ବର, ୨୦୨୩ରେ ଏହାର ଶୁଭାରମ୍ଭ ପରଠାରୁ ପ୍ରଧାନମନ୍ତ୍ରୀ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର ହିତାଧିକାରୀଙ୍କ ସହ ନିୟମିତ ଭାବରେ ଆଲୋଚନା କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ (30 ନଭେମ୍ବର, 9 ଏବଂ ଡିସେମ୍ବର ୧୬) ଏହି ଆଲୋଚନା ହୋଇଛି। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ନିକଟରେ ତାଙ୍କର ବାରଣାସୀ ଗସ୍ତ ସମୟରେ କ୍ରମାଗତ ଦୁଇ ଦିନ (ଡିସେମ୍ବର ୧୭-୧୮) ବିକଶିତ ଭାରତ ସଂକଳ୍ପ ଯାତ୍ରା ହିତାଧିକାରୀଙ୍କ ସହ ପ୍ରତ୍ୟକ୍ଷ ଭାବରେ ଆଲୋଚନା କରିଛନ୍ତି ।

କେନ୍ଦ୍ରୀୟ ଯୋଜନାଗୁଡ଼ିକର ଶତ ପ୍ରତିଶତ ସୁଫଳ ଯେପରି ନିର୍ଦ୍ଧାରିତ ସମୟରେ ସମସ୍ତ ହିତାଧିକାରୀଙ୍କ ପାଖରେ ପହଂଚିପାରିବ ସେହି ଉଦ୍ଦେଶ୍ୟରେ ସମଗ୍ର ଦେଶରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କରାଯାଉଛି ।
ପିଏମ୍ ସ୍ୱନିଧି ଯୋଜନା ଦେଶର ଷ୍ଟ୍ରୀଟ୍ ଭେଣ୍ଡରମାନଙ୍କୁ ଆନୁଷ୍ଠାନିକ ଅର୍ଥ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରିବାରେ ସହାୟକ ହୋଇଛି । ଏହା ଫଳରେ ସମ୍ପୃକ୍ତ ହିତାଧିକାରୀ ଆର୍ଥିକ ଦୃଷ୍ଟିରୁ ଉପରକୁ ଉଠିବାକୁ ନୂଆ ବାଟ ପାଇଛନ୍ତି । ୨୦୨୩ ଡିସେମ୍ବର ୨୦ତାରିଖ ସୁଦ୍ଧା ଦେଶର ୫୭ ଲକ୍ଷ ଲୋକ ପିଏମ୍ ସ୍ୱନିଧି ଯୋଜନାରେ ଉପକୃତ ହୋଇଛନ୍ତି । ସେମାନେ ପ୍ରମାଣିତ କରିଛନ୍ତି ଯେ ପ୍ରଗତି କେବଳ ସଂଖ୍ୟାଗତ ମାଇଲଖୁଣ୍ଟ ନୁହେଁ, ଏହା ମଧ୍ୟ ଦେଶର ବିକାଶରେ ସମଭାଗୀ ହୋଇ ନିଜର ଦକ୍ଷତା ପ୍ରତିପାଦନ ପୂର୍ବକ ଆର୍ଥିକ ଦୃଷ୍ଟିରୁ ସଶକ୍ତ ଓ ସମର୍ଥ ହେବାର ଏକ ମାଧ୍ୟମ ।
ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସରକାରଙ୍କ ପକ୍ଷରୁ ଲୋକ ବିଶେଷକରି ସରକାରୀ ଯୋଜନାର ହିତାଧିକାରୀଙ୍କ ସହିତ ଯୋଡି ହୋଇ ସେମାନଙ୍କ ଭଲମନ୍ଦ ପଚାରି ବୁଝିବାର ଉପକ୍ରମ ଚାଲିଛି । ଆମେ ଆତ୍ମବିଶ୍ୱାସର ସହିତ କହିପାରିବା ଯେ ଏଭଳି ନୂଆ ନୂଆ ସକାରତ୍ମକ ଓ ପ୍ରେରଣାଦାୟୀ କାହାଣୀ ପ୍ରତ୍ୟେକଙ୍କୁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଆଡକୁ ଗତି କରିବାକୁ ଅବଶ୍ୟ ଉତ୍ସାହିତ କରିବ ।












Click it and Unblock the Notifications