ଆସନ୍ତାକାଲି ‘ବନ୍ଦେ ମାତରମ୍‍’ ସଂଗୀତର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ବର୍ଷବ୍ୟାପୀ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ ପ୍ରଧାନମନ୍

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ନୂଆଦିଲ୍ଲୀରେ ଜାତୀୟ ଗୀତ 'ବନ୍ଦେ ମାତରମ'ର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ବର୍ଷେବ୍ୟାପୀ ହେବାକୁ ଥିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ସଂସ୍କୃତି ମନ୍ତ୍ରଣାଳୟପକ୍ଷରୁ ଏହି ଉଦ୍‍ଘାଟନୀ ସମାରୋହ ଆୟୋଜନ କରାଯିବ । ଏହି କାର୍ଯ୍ୟକ୍ରମ ଆସନ୍ତାକାଲିଠାରୁ ଆରମ୍ଭ ୨୦୨୬ ମସିହା ନଭେମ୍ବର ୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣାଯାଇଛି ।

narendra modi

ଏହି ସଂଗୀତର କାଳଜୟୀ ରଚନା ଭାରତୀୟ ସ୍ୱାଧୀନତା ସଂଗ୍ରାମକୁ ପ୍ରେରଣା ଯୋଗାଇବା ସହିତ ଜାତୀୟ ଗର୍ବ ଓ ଏକତାକୁ ବଜାୟ ରଖିବା ଦିଗରେ ଏକ ପ୍ରେରଣାର ଉତ୍ସହୋଇ ରହିଛି । ଏହି ବର୍ଷେବ୍ୟାପୀ କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କିତ ଏକ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‍ ଗତମାସ ୧ ତାରିଖରେ ମଞ୍ଜୀରୀ ପ୍ରଦାନ କରିଥିଲେ । ଆସନ୍ତାକାଲି ଏହି ଅବସରରେ ପ୍ରାମାଣିକ ଚିତ୍ର ପ୍ରଦର୍ଶନ ସହିତ ପ୍ରଧାନମନ୍ତ୍ରୀ' ସ୍ମାରକୀ ଡାକଟିକଟ ଓ ମୁଦ୍ରାର ଉନ୍ମୋଚନ କରିବାର କାର୍ଯ୍ୟସୂଚୀ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+