ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଜାନୁଆରୀ ୬ ତାରିଖ ଅର୍ଥାତ୍ ଆଜି ଅପରାହ୍ନ ସାଢ଼େ ୧୨ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ରେଳ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ନୂତନ ଜମ୍ମୁ ରେଳ ଡିଭିଜନକୁ ଉଦଘାଟନ କରିବେ।

ସେ ତେଲେଙ୍ଗାନାର ଚାର୍ଲାପଲ୍ଲୀ ନୂଆ ଟର୍ମିନାଲ ଷ୍ଟେସନର ଉଦଘାଟନ କରିବା ସହ ପୂର୍ବତଟ ରେଳପଥର ରାୟଗଡ଼ା ରେଳ ଡିଭିଜନ ଭବନର ଶିଳାନ୍ୟାସ କରିବେ। ପଠାନକୋଟ - ଜମ୍ମୁ - ଉଧମପୁର - ଶ୍ରୀନଗର - ବାରାମୁଲା, ଭୋଗପୁର ସିରୱାଲ - ପଠାନକୋଟ, ବାଟାଲା - ପଠାନକୋଟ ଏବଂ ପଠାନକୋଟରୁ ଯୋଗିନ୍ଦର ନଗର ସେକ୍ସନକୁ ମିଶାଇ ୭୪୨.୧ କିଲୋମିଟର ବିଶିଷ୍ଟ ଜମ୍ମୁ ରେଳ ଡିଭିଜନ ଗଠନ ଜମ୍ମୁ ଓ କଶ୍ମୀର ଏବଂ ଆଖପାଖ ଅଞ୍ଚଳକୁ ଯଥେଷ୍ଟ ଉପକୃତ କରିବ ଏବଂ ଲୋକଙ୍କ ଦୀର୍ଘ ଦିନର ଆକାଂକ୍ଷାପୂରଣ କରିବ । ଏହା ଦ୍ୱାରା ନିଯୁକ୍ତି ସୁଯୋଗ ସୃଷ୍ଟି ହେବ, ଭିତ୍ତିଭୂମି ବିକାଶ ହେବ, ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ ଏବଂ ଏହି ଅଞ୍ଚଳର ସାମଗ୍ରିକ ସାମାଜିକ-ଅର୍ଥନୈତିକ ବିକାଶ ହୋଇପାରିବ ।

narendra modi

ତେଲେଙ୍ଗାନାର ମେଦଚାଲ-ମଲକାଜଗିରି ଜିଲ୍ଲାରେ ଥିବା ଚାର୍ଲାପଲ୍ଲୀ ନ୍ୟୁ ଟର୍ମିନାଲ ଷ୍ଟେସନକୁ ଏକ ନୂତନ କୋଚିଂ ଟର୍ମିନାଲ ଭାବରେ ବିକଶିତ କରାଯାଇଛି ଏବଂ ପ୍ରାୟ ୪୧୩ କୋଟି ଟଙ୍କା ବ୍ୟୟରେ ଦ୍ୱିତୀୟ ପ୍ରବେଶର ବ୍ୟବସ୍ଥା କରାଯାଇଛି। ଉତ୍ତମ ଯାତ୍ରୀ ସୁବିଧା ଥିବା ଏହି ପରିବେଶ ଅନୁକୂଳ ଟର୍ମିନାଲ ସିକନ୍ଦରାବାଦ, ହାଇଦ୍ରାବାଦ ଏବଂ କାଚେଗୁଡା ଭଳି ସହରରେ ଥିବା କୋଚିଂ ଟର୍ମିନାଲରେ ଭିଡ଼ ହ୍ରାସ କରିବ। ପ୍ରଧାନମନ୍ତ୍ରୀ ପୂର୍ବତଟ ରେଳପଥର ରାୟଗଡ଼ା ରେଳଡିଭିଜନ ଭବନର ଶିଳାନ୍ୟାସ କରିବେ। ଏହା ଦ୍ୱାରା ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ଆଖପାଖ ଅଞ୍ଚଳରେ ଯୋଗାଯୋଗରେ ଉନ୍ନତି ଆସିବ ଏବଂ ଏହି ଅଞ୍ଚଳର ସାମଗ୍ରିକ ସାମାଜିକ-ଅର୍ଥନୈତିକ ବିକାଶ ହୋଇପାରିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+